ରେନି ସିଜନରେ ଡ୍ରେସ୍‌

ବର୍ଷା ଋତୁ ଆରମ୍ଭ ହୋଇଗଲାଣି। ଏଥିରେ ଯଦି ଆପଣ କୌଣସି ଡ୍ରେସ୍‌ ପିନ୍ଧୁଛନ୍ତି ଦେଖିଚାହିଁ ପିନ୍ଧିବାକୁ ପଡ଼ିଥାଏ। କାରଣ ଏହି ସିଜନ୍‌ରେ ଯଦି ଡ୍ରେସ୍‌ ଓଦା ହୋଇଗଲା ତେବେ ଶୁଖିବା ପାଇଁ ଅଧିକ ସମୟ ଲାଗେ । ଥରେ ଯଦି ଡ୍ରେସ୍‌ ଓଦା ହୋଇଗଲା ସେ ଦିନଟା ପୂରା ଯେମିତି ବରବାଦ ହୋଇଗଲା ପରି ଲାଗେ। ଏମିତି କିଛି ଟିପ୍ସ ଯଦି ଆପଣାଇବେ ତେବେ ଫ୍ୟାଶନକୁ ଆପଣ କେବେ ବି ଭୁଲିବେ ନାହିଁ। ସେ ସମ୍ପର୍କରେ ଟିପ୍ସ…
ବର୍ଷା ସିଜନ୍‌ରେ ଆପଣ କେବେ ବି ଭିଜିପାରନ୍ତି । ଏଥିପାଇଁ ଧଳାରଙ୍ଗର ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। କାରଣ ଏହି ରଙ୍ଗର ଡ୍ରେସ୍‌ ପିନ୍ଧିଲେ ତାହା ନଷ୍ଟ ହେବାର ଆଶଙ୍କା ରହିଛି। ଯଦି ଏହା ଓଦା ହୋଇଯାଏ ଆପଣ ଅନ୍‌କମ୍ଫଟେବଲ ଫିଲ୍‌ କରିଥାନ୍ତି।
ଯାହା ପିନ୍ଧିଲେ ମାଟିକୁ ଟଚ୍‌ କରୁଥିବ ସେପରି ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। ଯେମିତିକି ଲମ୍ବା ସ୍କର୍ଟ, ଟ୍ରାଉଜର, ପ୍ଲାଜୋ ଆଦି ପିନ୍ଧିବାଠୁ ନିଜକୁ ଦୂରେଇ ରଖନ୍ତୁ। ଏହା ଯଦି ଓଦା ହୋଇଗଲା ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।
ଏହିଦିନରେ ନାରଙ୍ଗୀ, ବ୍ଲୁ, ରେଡ୍‌ ଆଦି କଲରର ଡ୍ରେସ୍‌ ପିନ୍ଧିପାରିବେ, ଯାହାଦ୍ୱାରା ଆପଣ ସୁନ୍ଦର ଦେଖାଯିବେ।
ଆପଣ ନିଜ ଡ୍ରେସ୍‌ ଉପରେ କପଡ଼ାର ଜ୍ୟାକେଟ୍‌, ଶ୍ରଗ୍‌ ଆଦି ପିନ୍ଧିପାରିବେ। ଯଦି ଉପର ଜ୍ୟାକେଟ୍‌ ଓଦା ହୋଇଗଲା ତାକୁ କାଢ଼ି ପରେ ଶୁଖାଇପାରିବେ।
ଏହି ସମୟରେ ଇଣ୍ଡିଆନ୍‌ ଟ୍ରାଡିସ୍‌ନାଲ ଡ୍ରେସ୍‌ ଖୁବ୍‌ ମାନିଥାଏ। ତଥାପି ବି ଧ୍ୟାନରଖନ୍ତୁ ଯେ ଏଥିରେ ପଟିଆଲା କିମ୍ବା ସାଲଓ୍ବାର ସୁଟ୍‌ ପିନ୍ଧନ୍ତୁ ନାହିଁ। ଏହିଦିନରେ ଛୋଟ କୁର୍ତ୍ତି ଉପରେ ଚୁଡିଦାର ଓ ଲେଗିଙ୍ଗ ପିନ୍ଧିପାରିବେ। ଏହି ସମୟରେ ଚୁନି ବଦଳରେ ସ୍କାର୍ପ କିମ୍ବା ଷ୍ଟୋଲର ବ୍ୟବହାର କରିପାରିବେ।
ଆପଣ ଏମିତି କୌଣସି ଡ୍ରେସ୍‌ ପିନ୍ଧନ୍ତୁ ନାହିଁ ଯାହା ଓଦା ହେଲା ମାତ୍ରେ ରଙ୍ଗ ଛାଡୁଥିବ। ଏହା ଆପଣଙ୍କ ଇମ୍ପ୍ରେସନ୍‌କୁ ଖରାପ କରିଦେବ।
ଜିନ୍ସ କିମ୍ବା ଡେନିମ୍‌ କପଡ଼ା ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। ଏହା ଥରେ ଓଦା ହୋଇଗଲେ ସହଜରେ ଶୁଖି ନ ଥାଏ।
ଡ୍ରେସ୍‌ ପିନ୍ଧୁଥିଲେ ସିନ୍ଥେଟିକ୍‌ ଫାବ୍ରିକ୍‌ରେ ଡ୍ରେସ୍‌ ପିନ୍ଧନ୍ତୁ। କାରଣ ଏହା ଓଦା ହୋଇଗଲେ ଖୁବ୍‌ କମ୍‌ ସମୟ ମଧ୍ୟରେ ଶୁଖିଯାଇଥାଏ।
ଆପଣ ଏହି ସିଜନ୍‌ରେ ଏକ୍ସଟ୍ରା ପେୟାର ଡ୍ରେସ୍‌ ରଖିପାରନ୍ତି। ଯଦି ଆପଣ ଅଫିସ୍‌ ଯାଉଛନ୍ତି ସେଠାରେ ଚେଞ୍ଜି ରୁମ୍‌ର ସୁବିଧା ଅଛି ତେବେ ଓଦା ହୋଇଥିବା ଡ୍ରେସ୍‌କୁ ଚେଞ୍ଜ କରି ଏକ୍ସଟ୍ରା ପେୟାର ଡ୍ରେସ୍‌ ପିନ୍ଧିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri