Posted inଜାତୀୟ

ଆମେରିକାରେ ସ୍ବପ୍ନଭଙ୍ଗ:୪୫ କି.ମି. ଚାଲିଲୁ, ବାଟରେ ମୃତଦେହ

ଅମୃତସର/ନୂଆଦିଲ୍ଲୀ,୭ା୨:ଆମେରିକାରେ ଏକ ଉନ୍ନତ ଜୀବନ ଜିଇଁବା ପାଇଁ ସେଠାକୁ ଯାଇଥିବା ଅନେକ ଲକ୍ଷ ଭାରତୀୟଙ୍କ ସ୍ବପ୍ନଭଙ୍ଗ ହୋଇଛି ପ୍ରଥମ ଦଫାରେ ୧୦୪ ବେଆଇନ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ସହ। ଅମୃତସର ବିମାନବନ୍ଦରରେ ପ୍ରବାସୀମାନେ ପହଞ୍ଚତ୍ବା ପରେ ଟ୍ରମ୍ପ୍‌ ପ୍ରଶାସନର ବ୍ୟବହାର ଓ ସେମାନଙ୍କ ସହ ବିତିଥିବା ଘଟଣା ସମ୍ପର୍କରେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ପଞ୍ଜାବର ହୋସିଆରପୁର ଜିଲା ବାସିନ୍ଦା ହରବିନ୍ଦର ସିଂ କହିଛନ୍ତି, ଆମେରିକାର ଜଣେ ଏଜେଣ୍ଟ ସେଠାରେ ରହି କାର୍ଯ୍ୟ କରିବା ପାଇଁ ଭିଜା କରାଇଦେବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ହରବିନ୍ଦର ତାଙ୍କୁ ୪୨ ଲକ୍ଷ ଟଙ୍କା ଦେଇଥିଲେ। ଶେଷ ସମୟରେ ତାଙ୍କୁ ଭିଜା ଦେବାକୁ ସେ ମନା କରିଦେଇଥିଲେ। ତାଙ୍କୁ ମେକ୍ସିକୋ ସୀମା ଦେଇ ଚାଲି ଚାଲି ଯିବାକୁ କୁହାଯାଇଥିଲା। ବାଟରେ ଜଣେ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଥାଏ। ପାନାମା ଜଙ୍ଗଲରେ ପହଞ୍ଚତ୍ଲା ବେଳକୁ ଖାଇବାକୁ କିଛି ନ ଥିଲା। ସେହିପରି ଜଳନ୍ଧର ଜିଲା ଦାରାପୁର ଗ୍ରାମର ସୁଖପାଲ ସିଂ କହିଛନ୍ତି, ଜଳପଥରେ ୧୫ ଘଣ୍ଟା ଯାତ୍ରା କରିବା ପରେ ସେମାନଙ୍କୁ ପାର୍ବତ୍ୟ ଅଞ୍ଚଳରେ ୪୦ରୁ ୪୫ କି.ମି. ଚାଲିବାକୁ କୁହାଯାଇଥିଲା। ରାସ୍ତାରେ କେହି ଆହତ ହେଲେ ମୃତ୍ୟୁ ନିଶ୍ଚିତ। ତାଙ୍କୁ ମେକ୍ସିକୋରେ ଗିରଫ କରାଯାଇଥିଲା। ଆମକୁ ଅନ୍ଧାର କୋଠରିରେ ୧୪ ଦିନ ରହିବାକୁ ଦିଆଯାଇଥିଲା। ସେହି ସମୟରେ ଆମେ ସୂର୍ଯ୍ୟାଲୋକ ଦେଖି ନ ଥିଲୁ। ଅନେକ ହଜାର ପଞ୍ଜାବୀ ଯୁବକ, ପରିବାର ଓ ପିଲା ଏଭଳି ସ୍ଥିତି ଦେଇ ଗତି କରୁଛନ୍ତି। ତେଣୁ ଭୁଲ୍‌ ବାଟ ଦେଇ ବିଦେଶକୁ ନ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ଆମେରିକା ସେନା ବିମାନରେ ବୁଧବାର ଅମୃତସର ବିମାନବନ୍ଦରରେ ପହଞ୍ଚତ୍ଥିବା ୧୦୪ ବେଆଇନ ପ୍ରବାସୀଙ୍କ ମଧ୍ୟରେ ୩୩ ଜଣ ଲେଖାଏ ହରିୟାଣା ଓ ଗୁଜରାଟ ବାସିନ୍ଦା ରହିଛନ୍ତି। ପଞ୍ଜାବର ୩୦, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶର ୩ ଜଣ ଲେଖାଏ ଏବଂ ଚଣ୍ଡିଗଡ଼ର ୨ ଜଣ ରହିଥିବା ଜଣାପଡ଼ିଛି। ୧୯ ମହିଳା ଓ ୩ ନାବାଳକଙ୍କ ମଧ୍ୟରେ ଜଣେ ୪ ବର୍ଷର ପୁଅ, ୨ ଝିଅ (୫-୭ ବର୍ଷୀୟା) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଗଣେଶ ପୂଜା ପାଇଁ ବାନ୍ଧୁଥିଲେ ତୋରଣ, ବିଦ୍ୟୁତ୍‌ ତାରରେ ଲାଗିଗଲେ ନାବାଳକ, ଆଉ ତା’ପରେ…

ହିଞ୍ଜିଳିକାଟୁ,୧୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ପୂଜା ପାଇଁ ତୋରଣ ବନ୍ଧା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

ଆଉ ମାଗଣା ନୁହେଁ UPI! ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଦେବାକୁ ପଡ଼ିବ ଏତେ ଟଙ୍କା: କେନ୍ଦ୍ରରୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୯: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର…

ଗାଁ ସାଥୀଙ୍କ ଦୁଇ ଦଫା ଦାବି ନେଇ ବିକ୍ଷୋଭ

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଗାଁ ସାଥୀ (ମେଟ୍‌)ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ଦୁଇ ଦଫା ଦାବି ପୂରଣ ଦାବିରେ…

ଦିନିକିଆ ଗଞ୍ଜାମ ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ: ପ୍ରାଣି ଚିକିତ୍ସାଳୟ ପୁନରୁଦ୍ଧାର ପାଇଁ…

ଗଞ୍ଜାମ,୧୧।୯(ବିଦ୍ୟାଧର ସାହୁ )ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦିନିକିଆ ଗସ୍ତରେ ଗଞ୍ଜାମ ଆସିଥିଲେ। ଏହି ଅବସରରେ ମନ୍ତ୍ରୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?