Posted inଜାତୀୟ

ଆମେରିକାରେ ସ୍ବପ୍ନଭଙ୍ଗ:୪୫ କି.ମି. ଚାଲିଲୁ, ବାଟରେ ମୃତଦେହ

ଅମୃତସର/ନୂଆଦିଲ୍ଲୀ,୭ା୨:ଆମେରିକାରେ ଏକ ଉନ୍ନତ ଜୀବନ ଜିଇଁବା ପାଇଁ ସେଠାକୁ ଯାଇଥିବା ଅନେକ ଲକ୍ଷ ଭାରତୀୟଙ୍କ ସ୍ବପ୍ନଭଙ୍ଗ ହୋଇଛି ପ୍ରଥମ ଦଫାରେ ୧୦୪ ବେଆଇନ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ସହ। ଅମୃତସର ବିମାନବନ୍ଦରରେ ପ୍ରବାସୀମାନେ ପହଞ୍ଚତ୍ବା ପରେ ଟ୍ରମ୍ପ୍‌ ପ୍ରଶାସନର ବ୍ୟବହାର ଓ ସେମାନଙ୍କ ସହ ବିତିଥିବା ଘଟଣା ସମ୍ପର୍କରେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ପଞ୍ଜାବର ହୋସିଆରପୁର ଜିଲା ବାସିନ୍ଦା ହରବିନ୍ଦର ସିଂ କହିଛନ୍ତି, ଆମେରିକାର ଜଣେ ଏଜେଣ୍ଟ ସେଠାରେ ରହି କାର୍ଯ୍ୟ କରିବା ପାଇଁ ଭିଜା କରାଇଦେବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ହରବିନ୍ଦର ତାଙ୍କୁ ୪୨ ଲକ୍ଷ ଟଙ୍କା ଦେଇଥିଲେ। ଶେଷ ସମୟରେ ତାଙ୍କୁ ଭିଜା ଦେବାକୁ ସେ ମନା କରିଦେଇଥିଲେ। ତାଙ୍କୁ ମେକ୍ସିକୋ ସୀମା ଦେଇ ଚାଲି ଚାଲି ଯିବାକୁ କୁହାଯାଇଥିଲା। ବାଟରେ ଜଣେ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଥାଏ। ପାନାମା ଜଙ୍ଗଲରେ ପହଞ୍ଚତ୍ଲା ବେଳକୁ ଖାଇବାକୁ କିଛି ନ ଥିଲା। ସେହିପରି ଜଳନ୍ଧର ଜିଲା ଦାରାପୁର ଗ୍ରାମର ସୁଖପାଲ ସିଂ କହିଛନ୍ତି, ଜଳପଥରେ ୧୫ ଘଣ୍ଟା ଯାତ୍ରା କରିବା ପରେ ସେମାନଙ୍କୁ ପାର୍ବତ୍ୟ ଅଞ୍ଚଳରେ ୪୦ରୁ ୪୫ କି.ମି. ଚାଲିବାକୁ କୁହାଯାଇଥିଲା। ରାସ୍ତାରେ କେହି ଆହତ ହେଲେ ମୃତ୍ୟୁ ନିଶ୍ଚିତ। ତାଙ୍କୁ ମେକ୍ସିକୋରେ ଗିରଫ କରାଯାଇଥିଲା। ଆମକୁ ଅନ୍ଧାର କୋଠରିରେ ୧୪ ଦିନ ରହିବାକୁ ଦିଆଯାଇଥିଲା। ସେହି ସମୟରେ ଆମେ ସୂର୍ଯ୍ୟାଲୋକ ଦେଖି ନ ଥିଲୁ। ଅନେକ ହଜାର ପଞ୍ଜାବୀ ଯୁବକ, ପରିବାର ଓ ପିଲା ଏଭଳି ସ୍ଥିତି ଦେଇ ଗତି କରୁଛନ୍ତି। ତେଣୁ ଭୁଲ୍‌ ବାଟ ଦେଇ ବିଦେଶକୁ ନ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ଆମେରିକା ସେନା ବିମାନରେ ବୁଧବାର ଅମୃତସର ବିମାନବନ୍ଦରରେ ପହଞ୍ଚତ୍ଥିବା ୧୦୪ ବେଆଇନ ପ୍ରବାସୀଙ୍କ ମଧ୍ୟରେ ୩୩ ଜଣ ଲେଖାଏ ହରିୟାଣା ଓ ଗୁଜରାଟ ବାସିନ୍ଦା ରହିଛନ୍ତି। ପଞ୍ଜାବର ୩୦, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶର ୩ ଜଣ ଲେଖାଏ ଏବଂ ଚଣ୍ଡିଗଡ଼ର ୨ ଜଣ ରହିଥିବା ଜଣାପଡ଼ିଛି। ୧୯ ମହିଳା ଓ ୩ ନାବାଳକଙ୍କ ମଧ୍ୟରେ ଜଣେ ୪ ବର୍ଷର ପୁଅ, ୨ ଝିଅ (୫-୭ ବର୍ଷୀୟା) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ନଭେମ୍ବର ୧ରୁ କଂସ ଚୟନ ପ୍ରକ୍ରିୟା ଆରମ୍ଭ, ଉଠିଲା ବୟସ କଟକଣା

ବରଗଡ଼, ୨୮।୧୦(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଦୀର୍ଘ ୧୧…

ରାତିରେ ଋଷିକୁଲ୍ୟାରେ ବନ୍ୟାପାଣି ପଶି ଆସିବା ଆଶଙ୍କା: ପୁରୁଷୋତ୍ତମପୁରବାସୀଙ୍କୁ ସତର୍କ କଲା ପ୍ରଶାସନ,ସୁରକ୍ଷିତ ସ୍ଥାନକୁ…

ପୁରୁଷୋତ୍ତମପୁର,୨୮।୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଋଷିକୁଲ୍ୟା ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ହୁ…

ବୈଭବଙ୍କ ବ୍ୟାଟିଂ ଦେଖି ଗାଁରେ କ’ଣ ଚର୍ଚ୍ଚା? ଅଭିଷେକଙ୍କ ସହ କଥାବେଳେ କଲେ ଖୁଲାସା, କହିଲେ…

ନୂଆଦିଲ୍ଲୀ, ୨୮।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଭାରତୀୟ କ୍ରିକେଟ ଦଳ ସିରିଜରେ ଅପରାଜେୟ ଅଗ୍ରଣୀ…

ଅଭିଜିତ ଦୀପ୍‌କେ କଲେ ବଡ଼ ଘୋଷଣା: ନଭେମ୍ବର ୧ରେ…ଛାନିଆ ହେଲେ ସରକାର!

ନୂଆଦିଲ୍ଲୀ, ୨୮।୧୦: ଇଣ୍ଡିଆ ମେଣ୍ଟର ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଥିବା ରାଲିକୁ କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ସମର୍ଥନ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆରେ ବଡ଼ ହଲଚଲ: ଦଳରୁ ବାଦ ପଡ଼ିଲେ ଏହି ଖେଳାଳି!

ନୂଆଦିଲ୍ଲୀ, ୨୮।୧୦: ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହି ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ଏହା ପରେ ନଭେମ୍ବର ୪ ତାରିଖରୁ ୫…

୪ ଲେନ୍ ହେବ କନ୍ଦରପୁର-ପାରାଦ୍ବୀପ ରାଜ୍ୟ ରାଜପଥ, ସର୍ଭେ କାର୍ଯ୍ୟ ଆରମ୍ଭ

କଟକ ସଦର, ୨୮।୧୦(ସୁଶାନ୍ତ କୁମାର ଜେନା): ଜଗତସିଂହପୁର ପୂର୍ତ୍ତ ଡିଭିଜନ ଅନ୍ତର୍ଗତ କନ୍ଦରପୁର-ପାରାଦ୍ବୀପ ୧୨ ନମ୍ବର ରାଜ୍ୟ ରାଜପଥର ପ୍ରଶସ୍ତୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ…

ଘୋଡ଼ାହାଡ଼ ନଦୀରେ ବନ୍ୟା: ପଳାଶପୁର ବ୍ରିଜ୍‌ ଉପରେ ୪ ଫୁଟ୍‌ର ପାଣି, ଆସିକା-ଦିଗପହଣ୍ଡି-ପାଟପୁର ଯୋଗାଯୋଗ ବିଚ୍ଛିନ୍ନ

ଦିଗପହଣ୍ଡି ୨୮।୧୦, ଅଶେଷ ନାଥ ମିଶ୍ର: ଗଞ୍ଜାମ ଜିଲାର ଘୋଡ଼ାହାଡ଼ ନଦୀରେ ସୃଷ୍ଟି ହୋଇଛି ଗମ୍ଭୀର ବନ୍ୟା ପରିସ୍ଥିତି। ନଦୀର ଉପରମୁଣ୍ଡ ଗଜପତି ଜିଲାରେ ପ୍ରବଳ ବର୍ଷା…

ବଦଳିବ ମଙ୍ଗଳଙ୍କ ଚଳନ: ନଭେମ୍ବରରୁ କେବଳ ଏହି ୩ ରାଶିଙ୍କ ଜୀବନରେ ଆସିବ ବଡ଼ ଝଡ଼! ସମ୍ଭାଳିକି ରୁହନ୍ତୁ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୨ ନଭେମ୍ବର ୨୦୨୬ରେ ମଙ୍ଗଳ ଗ୍ରହ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ମଙ୍ଗଳଙ୍କ ଏହି ଗୋଚରର ପ୍ରଭାବ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?