Posted inଖେଳ

ଏହି କ୍ରିକେଟର୍‌ଙ୍କ ଉପରେ ପ୍ରବଳ ରାଗିଗଲେ ଦ୍ରାବିଡ

ଜୋହାନ୍ସବର୍ଗ,୭।୧:ଜୋହାନ୍ସବର୍ଗରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଜିତିବାର ସୁଯୋଗକୁ ଟିମ ଇଣ୍ଡିଆ ସୁଯୋଗ ହାତଛଡ଼ା କରିଛି। ଏବେ ତୃତୀୟ ଟେଷ୍ଟ ମ୍ୟାଚ ପର୍ଯ୍ୟନ୍ତ ଭାରତର ସିରିଜର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ଯଦି ଭାରତ ଏହି ମ୍ୟାଚ ଜିତିଥାନ୍ତା, ତେବେ ଏହା ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ କବ୍‌ଜା କରିଥାନ୍ତା, କିନ୍ତୁ ଗୋଟିଏ ଖେଳାଳିଙ୍କ ଭୁଲ ସମଗ୍ର ଦଳକୁ ଘାରିଛି। ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମଧ୍ୟ ଏହି ଖେଳାଳିଙ୍କ ଉପରେ ଅତ୍ୟଧିକ ରାଗିଛନ୍ତି।
ଏହି ମ୍ୟାଚରେ ଭାରତୀୟ ଦଳ ୬୦-୭୦ ରନ କମ ସ୍କୋର କରିଛ। ରିଷଭ ପନ୍ତଙ୍କ ଖରାପ ବ୍ୟାଟିଂ ସବୁଠାରୁ ବଡ କାରଣ ଭାବରେ ବିବେଚନା କରାଯାଉଛି। ପ୍ରଥମ ଇନିଂସରେ ୧୭ ରନ ଏବଂ ଦ୍ୱିତୀୟ ଇନିଂସରେ ‘ଶୂନ’ରେ ପନ୍ତ ଆଉଟ୍‌ ହୋଇଥିଲେ। ଏହି ସମୟରେ ରିଷଭ ପନ୍ତ ଦ୍ୱିତୀୟ ଇନିଂସରେ ଖରାପ ସଟ ଖେଳି ଆଉଟ୍‌ ହୋଇଥିଲେ, ଯାହା ପରେ ସମସ୍ତେ ତାଙ୍କ ଉପରେ ରାଗିଥିଲେ।
ରାହୁଲ ଦ୍ରାବିଡଙ୍କ ଅନୁଯାୟୀ, ରିଷଭ ପନ୍ତ ଆରମ୍ଭରେ କ୍ରିଜରେ ରହି ନିଜକୁ ସମୟ ଦେବା ଉଚିତ୍‌। କେତେବେବେଳ ଆମକୁ ଆକ୍ରମଣାତ୍ମକ ଏବଂ ଆଉ କେେବେଳେ ରକ୍ଷଣଶୀଳ ଖେଳାଯିବ ତାହା କ୍ରିକେଟର୍‌ ସ୍ଥିର କରିବା ଉଚିତ୍‌। ପନ୍ତ ଜଣେ ସକରାତ୍ମକ ଖେଳାଳି। ସେ ସେହି ବ୍ୟାଟ୍ସମ୍ୟାନ୍‌ମାନଙ୍କ ମଧ୍ୟରୁ ଜଣେ ଯିଏ ଆମ ପାଇଁ ମ୍ୟାଚ୍‌ର ଗତି ଅତି ଶୀଘ୍ର ବଦଳାଇ ପାରିବେ। ଆଗକୁ ପନ୍ତ ନିଜକୁ ସୁଧାରିବେ ବୋଲି ସେ କହିଛନ୍ତି।
ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତକୁ ୭ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଭାରତ ପ୍ରଥମ ଟେଷ୍ଟ ମ୍ୟାଚ ଜିତିଥିବାରୁ ତିନି ମ୍ୟାଚ ବିଶିଷ୍ଟ ସିରିଜ ବର୍ତ୍ତମାନ ୧-୧ରେ ବରାବର ହୋଇଛି। ତୃତୀୟ ଟେଷ୍ଟ ମ୍ୟାଚ ଜାନୁଆରୀ ୧୧ରୁ କେପଟାଉନରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri