Categories: ଖେଳ

ଅଷ୍ଟ୍ରେଲିଆ ୫୫୬ ରନ୍‌ କରିବା ପରେ ବି ମ୍ୟାଚ୍‌ ଛଡ଼ାଇ ଆଣିଥିଲେ ଡ୍ରାଭିଡ୍‌

ନୂଆଦିଲ୍ଲୀ,୧୧।୧: ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ମଙ୍ଗଳବାର ୪୯ତମ ଜନ୍ମଦିନ ପାଳନ କରିଛନ୍ତି। କୋଚିଂ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ୧୬ ବର୍ଷ ଧରି ଟିମ୍‌ ଇଣ୍ଡିଆ ପାଇଁ ପ୍ରତିନିଧିତ୍ୱ କରିଥିଲେ। ଲମ୍ବା କ୍ୟାରିୟରରେ ଦଳ ପାଇଁ ଅନେକ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ ଡ୍ରାଭିଡ୍‌। ସେଥି ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଥିଲା ୨୦୦୪ରେ ଆଡିଲେଡ୍‌ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଦ୍ୱିଶତକୀୟ ପାଳି।

ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ରିକି ପଣ୍ଟିଂ ୨୪୨ ରନ୍‌ର ଦ୍ୱିଶତକ ପାଳି ବଳରେ ୫୫୬ ରନ୍‌ କରିଥିଲା। ଜବାବରେ ୮୫ ରନ୍‌ରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା ଭାରତ। ଏହାପରେ ରାହୁଲ ଡ୍ରାଭିଡ୍‌ (୨୩୩) ଓ ଭିଭିଏସ୍‌ ଲକ୍ଷ୍ମଣ (୧୪୮) ୫ମ ଉଇକେଟ ପାଇଁ ୩୦୩ ରନ୍‌ ଯୋଡ଼ିଥିଲେ। ଦ୍ୱିଶତକ ପୂରଣ କରିବା ପରେ ଅନ୍ତିମ ବ୍ୟାଟର ଭାବେ ଆଉଟ୍‌ ହୋଇଥିଲେ ଡ୍ରାଭିଡ୍‌। ଫଳରେ ଭାରତ ଅଲଆଉଟ୍‌ ହୋଇଯାଇଥିଲା ୫୨୩ ରନ୍‌ରେ।

୩୩ ରନ୍‌ରେ ଆଗୁଆ ଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୧୯୬ ରନ୍‌ରେ ସୀମିତ ରହିଥିଲା। ଫଳରେ ଟିମ୍‌ ଇଣ୍ଡିଆ ଆଗରେ ଛିଡ଼ା ହୋଇଥିଲା ୨୩୦ ରନ୍‌ର ଟାର୍ଗେଟ। ଡ୍ରାଭିଡ୍‌(୭୨)ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ୪ ଉଇକେଟରେ ମ୍ୟାଚ୍‌ ଜିତି ନେଇଥିଲା। ଏହି ବିଜୟ ଯୋଗୁ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ୍‌ ଡ୍ର’ କରିଥିଲା ଭାରତ।

Share