ସାଙ୍ଗ ପାଇଁ ପରୀକ୍ଷାରେ ଉତ୍ତର ଲେଖି ନ ଥିଲେ ଦ୍ରୌପଦୀ

ନୀଳାଦ୍ରି ବିହାରୀ ଦଣ୍ଡପାଟ
ବାରିପଦା ଅଫିସ, ୨୯ା୬: ମୟୂରଭଞ୍ଜ ଜିଲାର ଉପରବେଡ଼ାରେ ଜନ୍ମିତା (୨୦ ଜୁନ ୧୯୫୮) ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତ କୁସୁମୀ ବ୍ଲକ୍‌ ଅଧୀନ ଏହି ଗ୍ରାମଟି ଶିମିଳିପାଳ ପାଦଦେଶରେ ଅବସ୍ଥିତ। ମା’ ସିନ୍‌ଗୋ ଟୁଡୁ ଓ ବାପାଙ୍କ ନାମ ବିରଞ୍ଚତ୍ ନାରାୟଣ ଟୁଡୁ। ଉପରବେଡ଼ା ପ୍ରାଥମିକ ବିଦ୍ୟାଳୟରୁ ଦ୍ରୌପଦୀଙ୍କର ଆରମ୍ଭ ହୋଇଥିଲା ପାଠପଢ଼ା। ଏ ସମ୍ପର୍କରେ ଦ୍ରୌପଦୀଙ୍କୁ ପାଠ ପଢ଼ାଇଥିବା ଶିକ୍ଷକ ବାସୁଦେବ ବେହେରା କୁହନ୍ତି, ଦ୍ରୌପଦୀଙ୍କ ବାପା ବିରଞ୍ଚତ୍ ନାରାୟଣ ଉପରବେଡ଼ା ମଧ୍ୟ ଇଂରାଜୀ ବିଦ୍ୟାଳୟର ସମ୍ପାଦକ ଥିଲେଜ ଏହି ବିଦ୍ୟାଳୟରେ ପଢୁଥିବା (୬ଷ୍ଠ ଓ ୭ମ ଶ୍ରେଣୀ) ବେଳେ ଦ୍ରୌପଦୀଙ୍କ ପ୍ରିୟ ସାଙ୍ଗ ଥିଲେ ଯମୁନା ଗିରି। ଉଭୟଙ୍କ ମଧ୍ୟରେ ବନ୍ଧୁତା ବେଶ୍‌ ନିବିଡ଼ ଥିଲା। ଦୁହେଁ ସାଙ୍ଗ ହୋଇ ପ୍ରାର୍ଥନା କରିଥା’ନ୍ତି। ସେମାନେ ସୁଲଳିତ କଣ୍ଠରେ ପ୍ରାର୍ଥନା ଗାଉଥିବାବେଳେ ବାଟୋଇମାନେ ଅଟକି ଶୁଣିଥା’ନ୍ତି। ସ୍କୁଲରେ ହେଉଥିବା ବିଭିନ୍ନ ଖେଳକୁଦ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଦ୍ରୌପଦୀ ଆଗୁଆ ରହୁଥିଲେ। ଆଞ୍ଚଳିକ ଖେଳକୁଦ ପ୍ରତିଯୋଗିତା ଦୌଡ଼ରେ ବି ସେ ପ୍ରଥମ ହେଉଥିଲେ। ତେବେ ଦ୍ରୌପଦୀ ଶ୍ରେଣୀରେ ପ୍ରଥମ ହୋଇ ଆସୁଥିବା ବେଳେ ଯମୁନା ଦ୍ୱିତୀୟ ସ୍ଥାନରେ ରହୁଥିଲେ। ତେବେ ଯମୁନାକୁ ତାଙ୍କ ପରିବାର ଲୋକେ ମନଦେଇ ପାଠପଢ଼ି ଶ୍ରେଣୀରେ ପ୍ରଥମ ହେବାକୁ ବାରମ୍ବାର ତାଗିଦା କରୁଥିଲେ। ଥରେ ଏହି କଥା ଯମୁନାଠାରୁ ଶୁଣିବା ପରେ ଦ୍ରୌପଦୀ ଜାଣିଶୁଣି ପରୀକ୍ଷାଖାତାରେ ସବୁ ଉତ୍ତର ଲେଖି ନ ଥିଲେ। ଫଳରେ ଯମୁନା ପ୍ରଥମ ହେବା ପରେ ଶିକ୍ଷକମାନେ ଦ୍ରୌପଦୀଙ୍କୁ ଡାକି ସରଳ ପ୍ରଶ୍ନର ଉତ୍ତରକୁ କାହିଁକି ଲେଖିନଥିଲ ବୋଲି ପଚାରିଥିଲେ। ତେବେ ମୋ ପାଇଁ ଯମୁନାକୁ ଗାଳି ଶୁଣିବାକୁ ପଡିଛି ଭାବି ଏପରି ପଦକ୍ଷେପ ନେଇଥିଲି ବୋଲି ଦ୍ରୌପଦୀଙ୍କଠାରୁ ଶୁଣିବା ପରେ ଶିକ୍ଷକମାନେ ପ୍ରଶଂସା କରିବା ସହ ଆଶୀର୍ବାଦ ଦେଇ ଜୀବନଯାତ୍ରାରେ ବହୁ ଆଗକୁ ବଢ଼ିବ ବୋଲି କହିଥିଲେ।
ଶାସ୍ତ୍ରୀୟ ସଙ୍ଗୀତ ରାମକେରୀ, କଳହଂସ କେଦାର, ଓଡ଼ିଶୀ, ବଙ୍ଗଳାଶ୍ରୀ ସ୍ବରରେ ଦ୍ରୌପଦୀ ନିପୁଣା ଥିଲେ। ସମୟାନୁବର୍ତ୍ତିତା ଓ କତ୍ତର୍ବ୍ୟନିଷ୍ଠା ଗୁଣ ତାଙ୍କର ବାଲ୍ୟ ଜୀବନରୁ ସ୍ପଷ୍ଟ ବାରି ହୋଇପଡୁଥିଲା। ୪୮ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସେ ପ୍ରଥମ ହେଉଥିଲେ। ଗଣିତ, ସାହିତ୍ୟ ଓ ଇଂଲିଶ୍‌ରେ ବେଶ ଭଲ କରୁଥିଲେ। ଭଲ ଚିତ୍ର ଆଙ୍କି ଅନ୍ୟମାନଙ୍କୁ ଚକିତ କରିପାରୁଥିଲେ। ଶ୍ରେଣୀ ମନିଟର ଭାବେ ନିଜର ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରୁଥିଲେ। ଏଭଳି ଜଣେ ଆଦର୍ଶ ଛାତ୍ରୀଙ୍କୁ ପାଇ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀମାନେ ପ୍ରଶଂସା କରିବା ସହ ଆମ ଅଞ୍ଚଳର ବ୍ଲାକ ଡାଇମଣ୍ଡ (କଳାହୀରା) ବୋଲି ଶିକ୍ଷକ ବେହେରା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri