ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ନାଳ, ଡ୍ରେନ୍‌

ଜଗତ୍‌ସିଂହପୁର ଅଫିସ,୧୮ା୬: ପ୍ରାକୃତିକ ନାଳ, ଡ୍ରେନ୍‌କୁ ରୋକାଯାଇପାରିବ ନାହିଁ କି ଗତି ବଦଳା ଯିବନି ବୋଲି ନିୟମ ରହିଛି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଅଛି। ରାଜ୍ୟ ସରକାର ମଧ୍ୟ ବିଭିନ୍ନ ସମୟରେ ନାଳ, ଡ୍ରେନ୍‌ରେ ଯେପରି ଜଳ ନିଷ୍କାସନରେ ବାଧା ନ ଉପୁଜିବ ସେନେଇ ଜଗତ୍‌ସିଂହପୁର ଜିଲା ପ୍ରଶାସନକୁ ଚିଠି କରିଛନ୍ତି। କିନ୍ତୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନାହିଁ। ଯାହାଦ୍ୱାରା ଜିଲାର ବିଭିନ୍ନ ନାଳ, ଡ୍ରେନ ପ୍ରଭାବଶାଳୀ ବ୍ୟକ୍ତି ଓ ମାଛ ମାଫିଆଙ୍କ ଅବରୋଧ କାରଣରୁ ସମସ୍ୟା ଉପୁଜିଛି ।
ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଏ ସଂକ୍ରାନ୍ତୀୟ ଚିଠି ହୋଇଛି। ଏଥିରେ ଉଲ୍ଲେଖ ଅଛି, ଡ୍ରେନ୍‌ଗୁଡିକର ଯେଉଁସବୁ ସ୍ଥାନରେ ପାଣି ଜମୁଛି ତାହାକୁ ସଫା କରି ଜଳ ନିଷ୍କାସନକୁ ସ୍ବାଭାବିକ କର। ଏଗୁଡିକ ଯେଉଁ ବିଭାଗ ଅଧୀନରେ ଯାଉଛି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଜବରଦଖଲ ଉଚ୍ଛେଦ କରାଯାଉ। ଆବଶ୍ୟକ ପଡିଲେ ପୋଲିସର ସହାୟତା ନିଅ। କିନ୍ତୁ ବିଭାଗୀୟ ନିର୍ଦ୍ଦେଶକୁ ଫୁ କରି ଦେଇଛି ଜଗତ୍‌ସିଂହପୁର ପୌର ପ୍ରଶାସନ। ପରିଷଦ ଅଞ୍ଚଳ ଦେଇ ଯାଇଥିବା ନାଗପୁର, ପାଣିଶାଳିଆ ଓ ମାଧପୁର ଡ୍ରେନେଜ୍‌ କଟ୍‌ ଜବରଦଖଲ ହୋଇଥିଲେ ସୁଦ୍ଧା ଏହାକୁ ମୁକ୍ତ କରାଯାଉନାହିଁ। ପ୍ରଭାବଶାଳୀଙ୍କ ଦଖଲରେ ଡ୍ରେନେଜ୍‌ କଟ୍‌ ଥିବାରୁ ପରିଷଦ ବିଭାଗୀୟ ନିର୍ଦ୍ଦେଶକୁ ପାଳନ କରିବାକୁ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି। ବର୍ଷାଦିନ ଆସିଯିବାରୁ ସହରବାସୀଙ୍କ ଏହି ଡ୍ରେନଗୁଡିକୁ ନେଇ ଚିନ୍ତା ବଢିଛି। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ଲୋକଙ୍କ ଅଭିଯୋଗ ହେଲା, ନାଗପୁର ଡେନ୍‌ ଜଗତ୍‌ସିଂହପୁରରୁ ନାଗପୁର ପର୍ଯ୍ୟନ୍ତ ଲମ୍ବିଛି। ସେଥିରୁ ୩ କି.ମି. ପୌର ପରିଷଦ ଅଧୀନରେ ଯାଉଛି। ଏହା ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତାର ଅପରପାର୍ଶ୍ୱରୁ ବାହାରି ଟାଉନ ହଲ୍‌ ଛକ-ସିପି-ଖେରସ ମୌଜା ଦେଇ ପୁରୋହିତପୁର ପାଖରେ ନାଳରେ ପଡିଛି। ଜଗତ୍‌ସିଂହପୁର ସହରରେ ଏହି ଡ୍ରେନ୍‌ର ଓସାର ପାଖାପାଖି ୩୦ ଫୁଟ ହେବ। ହେଲେ ସେଥିରୁ ଅଧିକାଂଶ ଜବରଦଖଲରେ ଥିବାରୁ ଏବେ ଓସାର ମାତ୍ର ୫ରୁ୬ ଫୁଟ ଭିତରେ ରହିଛି। ସେହିପରି ପାଣିଶାଳିଆ ଡ୍ରେନ୍‌ର ଦୈର୍ଘ୍ୟ ପାଖାପାଖି ୧.୫ କି.ମି. ହେବ। ଏହା ସହରରେ ଥିବା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନିକଟରୁ ବାହାରି ବସ୍‌ଷ୍ଟାଣ୍ଡ, ଟାଉନ ହଲ୍‌ ଛକ ଦେଇ ପାଣିଶାଳିଆ ଅମୁହଁାଦଣ୍ଡା ପର୍ଯ୍ୟନ୍ତ ଲମ୍ବିଛି। ଏହି ଡ୍ରେନ ମଧ୍ୟ ଜବରଦଖଲ ହୋଇଛି। ବିଶେଷକରି ବସଷ୍ଟାଣ୍ଡ, ଟାଉନ ହଲ୍‌ ଛକ ଆଦି କେତେକ ସ୍ଥାନରେ ଅଧିକ ଜବରଦଖଲ ହୋଇଛି। ମାଧପୁର ଡ୍ରେନର ଲମ୍ବ ପାଖାପାଖି ୨ କି.ମି.। ଏହି ଡ୍ରେନ୍‌ର କମ ସ୍ଥାନରେ ଜବରଦଖଲ ହୋଇଛି। ଏହିସବୁ ଡ୍ରେନ ଦୀର୍ଘବର୍ଷ ଧରି ଜବରଦଖଲ ଯୋଗୁ ଜଳ ନିଷ୍କାସନରେ ବାଧା ଉପୁଜିଛି। ନାଗପୁର ଡ୍ରେନଟି ସବୁଠାରୁ ଅଧିକ ଅବ୍ୟବସ୍ଥିତ ଅବସ୍ଥାରେ ରହିଛି। ଜବରଦଖଲ ସାଙ୍ଗକୁ ବ୍ୟବସାୟୀମାନେ ଏଥିରେ ଆବର୍ଜନା ପକାଉଥିବାରୁ ଦୁର୍ଗନ୍ଧ ହେଉଛି। ପୌର ପରିଷଦ ପକ୍ଷରୁ ମଧ୍ୟ ସଫେଇ କରାଯାଉନାହିଁ। ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଥିବାରୁ ପରିଷଦ ଓ ପ୍ରଶାସନ ପଦକ୍ଷେପ ନେବାକୁ ଆଗପଛ ହେଉଛନ୍ତି।
ଅନ୍ୟପକ୍ଷେ, ବାଲିକୁଦା-ଏରସମା ଅଞ୍ଚଳର ଜଟାଧାର ଓ ହଂସୁଆ ନଦୀର ଶେଷ ମୁଣ୍ଡରେ ମାଛ ମାଫିଆମାନେ ରାଜୁତି ଚଳାଇଛନ୍ତି। ଏ ସମ୍ପର୍କରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ଓ ସାମାଜିକ କର୍ମୀ ନିଲୁ ମିତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି, ଏରସମାର ଶେଷ ମୁଣ୍ଡରେ କେତେଜଣ ମାଛ ମାଫିଆ ନଦୀ ଅବରୋଧ କରି ମାଛ ଚାଷ କରୁଛନ୍ତି। ସେମାନେ ନଦୀରେ ବହ୍ଲା ପୋତି ପଲିଥିନ ସାହାଯ୍ୟରେ କାନ୍ଥ ଭଳି ପକାଇଛନ୍ତି। ଏଥିଯୋଗୁ ନଦୀ ସଙ୍କୁଚିତ ହୋଇଛି। ମୁହାଣ ପୋତି ହେବାରେ ଲାଗିଛି। ଯେଉଁ କାରଣରୁ ବର୍ଷା ଜଳ ନିଷ୍କାସିତ ହୋଇପାରୁନାହିଁ। ଏହାଦ୍ୱାରା ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇ ଫସଲ ନଷ୍ଟ ହେଉଛି। ଦୀର୍ଘବର୍ଷ ଧରି ଏ ସମ୍ପର୍କରେ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ସ୍ଥାୟୀ ପ୍ରତିକାର ହୋଇପାରୁନାହିଁ। ଜଗତ୍‌ସିଂହପୁର ଜଳ ନିଷ୍କାସନ ଖଣ୍ଡ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ମିଶ୍ରଙ୍କୁ ପଚାରିବାରେ ଜିଲାରେ ଏହି ସମସ୍ୟା ରହିଛି। କିନ୍ତୁ ସେଗୁଡିକର ପ୍ରତିକାର ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି। ସ୍ଥାୟୀ ପ୍ରତିକାର ପାଇଁ ଚିନ୍ତା କରାଯାଉଛି। ଯେଉଁଠି ଦଳ ଜମି ରହି ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି ସେଠାରେ ସଫା କରାଯାଉଛି ବୋଲି ସେ କହିଛନ୍ତି। ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣଙ୍କୁ ପଚାରିବାରୁ ନାଗପୁର ଡ୍ରେନ ସଫା ଚାଲିଛି। ସେ ନୂଆକରି ଯୋଗ ଦେଇଥିବାରୁ ଜବରଦଖଲ ବିଷୟରେ ଅବଗତ ନାହାନ୍ତି। ତେବେ ଏହା ଉପରେ ଚିନ୍ତା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri