ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ନାଳ, ଡ୍ରେନ୍‌

ଜଗତ୍‌ସିଂହପୁର ଅଫିସ,୧୮ା୬: ପ୍ରାକୃତିକ ନାଳ, ଡ୍ରେନ୍‌କୁ ରୋକାଯାଇପାରିବ ନାହିଁ କି ଗତି ବଦଳା ଯିବନି ବୋଲି ନିୟମ ରହିଛି। କେହି ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଅଛି। ରାଜ୍ୟ ସରକାର ମଧ୍ୟ ବିଭିନ୍ନ ସମୟରେ ନାଳ, ଡ୍ରେନ୍‌ରେ ଯେପରି ଜଳ ନିଷ୍କାସନରେ ବାଧା ନ ଉପୁଜିବ ସେନେଇ ଜଗତ୍‌ସିଂହପୁର ଜିଲା ପ୍ରଶାସନକୁ ଚିଠି କରିଛନ୍ତି। କିନ୍ତୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନାହିଁ। ଯାହାଦ୍ୱାରା ଜିଲାର ବିଭିନ୍ନ ନାଳ, ଡ୍ରେନ ପ୍ରଭାବଶାଳୀ ବ୍ୟକ୍ତି ଓ ମାଛ ମାଫିଆଙ୍କ ଅବରୋଧ କାରଣରୁ ସମସ୍ୟା ଉପୁଜିଛି ।
ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଏ ସଂକ୍ରାନ୍ତୀୟ ଚିଠି ହୋଇଛି। ଏଥିରେ ଉଲ୍ଲେଖ ଅଛି, ଡ୍ରେନ୍‌ଗୁଡିକର ଯେଉଁସବୁ ସ୍ଥାନରେ ପାଣି ଜମୁଛି ତାହାକୁ ସଫା କରି ଜଳ ନିଷ୍କାସନକୁ ସ୍ବାଭାବିକ କର। ଏଗୁଡିକ ଯେଉଁ ବିଭାଗ ଅଧୀନରେ ଯାଉଛି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଜବରଦଖଲ ଉଚ୍ଛେଦ କରାଯାଉ। ଆବଶ୍ୟକ ପଡିଲେ ପୋଲିସର ସହାୟତା ନିଅ। କିନ୍ତୁ ବିଭାଗୀୟ ନିର୍ଦ୍ଦେଶକୁ ଫୁ କରି ଦେଇଛି ଜଗତ୍‌ସିଂହପୁର ପୌର ପ୍ରଶାସନ। ପରିଷଦ ଅଞ୍ଚଳ ଦେଇ ଯାଇଥିବା ନାଗପୁର, ପାଣିଶାଳିଆ ଓ ମାଧପୁର ଡ୍ରେନେଜ୍‌ କଟ୍‌ ଜବରଦଖଲ ହୋଇଥିଲେ ସୁଦ୍ଧା ଏହାକୁ ମୁକ୍ତ କରାଯାଉନାହିଁ। ପ୍ରଭାବଶାଳୀଙ୍କ ଦଖଲରେ ଡ୍ରେନେଜ୍‌ କଟ୍‌ ଥିବାରୁ ପରିଷଦ ବିଭାଗୀୟ ନିର୍ଦ୍ଦେଶକୁ ପାଳନ କରିବାକୁ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି। ବର୍ଷାଦିନ ଆସିଯିବାରୁ ସହରବାସୀଙ୍କ ଏହି ଡ୍ରେନଗୁଡିକୁ ନେଇ ଚିନ୍ତା ବଢିଛି। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ଲୋକଙ୍କ ଅଭିଯୋଗ ହେଲା, ନାଗପୁର ଡେନ୍‌ ଜଗତ୍‌ସିଂହପୁରରୁ ନାଗପୁର ପର୍ଯ୍ୟନ୍ତ ଲମ୍ବିଛି। ସେଥିରୁ ୩ କି.ମି. ପୌର ପରିଷଦ ଅଧୀନରେ ଯାଉଛି। ଏହା ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତାର ଅପରପାର୍ଶ୍ୱରୁ ବାହାରି ଟାଉନ ହଲ୍‌ ଛକ-ସିପି-ଖେରସ ମୌଜା ଦେଇ ପୁରୋହିତପୁର ପାଖରେ ନାଳରେ ପଡିଛି। ଜଗତ୍‌ସିଂହପୁର ସହରରେ ଏହି ଡ୍ରେନ୍‌ର ଓସାର ପାଖାପାଖି ୩୦ ଫୁଟ ହେବ। ହେଲେ ସେଥିରୁ ଅଧିକାଂଶ ଜବରଦଖଲରେ ଥିବାରୁ ଏବେ ଓସାର ମାତ୍ର ୫ରୁ୬ ଫୁଟ ଭିତରେ ରହିଛି। ସେହିପରି ପାଣିଶାଳିଆ ଡ୍ରେନ୍‌ର ଦୈର୍ଘ୍ୟ ପାଖାପାଖି ୧.୫ କି.ମି. ହେବ। ଏହା ସହରରେ ଥିବା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନିକଟରୁ ବାହାରି ବସ୍‌ଷ୍ଟାଣ୍ଡ, ଟାଉନ ହଲ୍‌ ଛକ ଦେଇ ପାଣିଶାଳିଆ ଅମୁହଁାଦଣ୍ଡା ପର୍ଯ୍ୟନ୍ତ ଲମ୍ବିଛି। ଏହି ଡ୍ରେନ ମଧ୍ୟ ଜବରଦଖଲ ହୋଇଛି। ବିଶେଷକରି ବସଷ୍ଟାଣ୍ଡ, ଟାଉନ ହଲ୍‌ ଛକ ଆଦି କେତେକ ସ୍ଥାନରେ ଅଧିକ ଜବରଦଖଲ ହୋଇଛି। ମାଧପୁର ଡ୍ରେନର ଲମ୍ବ ପାଖାପାଖି ୨ କି.ମି.। ଏହି ଡ୍ରେନ୍‌ର କମ ସ୍ଥାନରେ ଜବରଦଖଲ ହୋଇଛି। ଏହିସବୁ ଡ୍ରେନ ଦୀର୍ଘବର୍ଷ ଧରି ଜବରଦଖଲ ଯୋଗୁ ଜଳ ନିଷ୍କାସନରେ ବାଧା ଉପୁଜିଛି। ନାଗପୁର ଡ୍ରେନଟି ସବୁଠାରୁ ଅଧିକ ଅବ୍ୟବସ୍ଥିତ ଅବସ୍ଥାରେ ରହିଛି। ଜବରଦଖଲ ସାଙ୍ଗକୁ ବ୍ୟବସାୟୀମାନେ ଏଥିରେ ଆବର୍ଜନା ପକାଉଥିବାରୁ ଦୁର୍ଗନ୍ଧ ହେଉଛି। ପୌର ପରିଷଦ ପକ୍ଷରୁ ମଧ୍ୟ ସଫେଇ କରାଯାଉନାହିଁ। ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଥିବାରୁ ପରିଷଦ ଓ ପ୍ରଶାସନ ପଦକ୍ଷେପ ନେବାକୁ ଆଗପଛ ହେଉଛନ୍ତି।
ଅନ୍ୟପକ୍ଷେ, ବାଲିକୁଦା-ଏରସମା ଅଞ୍ଚଳର ଜଟାଧାର ଓ ହଂସୁଆ ନଦୀର ଶେଷ ମୁଣ୍ଡରେ ମାଛ ମାଫିଆମାନେ ରାଜୁତି ଚଳାଇଛନ୍ତି। ଏ ସମ୍ପର୍କରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ଓ ସାମାଜିକ କର୍ମୀ ନିଲୁ ମିତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି, ଏରସମାର ଶେଷ ମୁଣ୍ଡରେ କେତେଜଣ ମାଛ ମାଫିଆ ନଦୀ ଅବରୋଧ କରି ମାଛ ଚାଷ କରୁଛନ୍ତି। ସେମାନେ ନଦୀରେ ବହ୍ଲା ପୋତି ପଲିଥିନ ସାହାଯ୍ୟରେ କାନ୍ଥ ଭଳି ପକାଇଛନ୍ତି। ଏଥିଯୋଗୁ ନଦୀ ସଙ୍କୁଚିତ ହୋଇଛି। ମୁହାଣ ପୋତି ହେବାରେ ଲାଗିଛି। ଯେଉଁ କାରଣରୁ ବର୍ଷା ଜଳ ନିଷ୍କାସିତ ହୋଇପାରୁନାହିଁ। ଏହାଦ୍ୱାରା ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇ ଫସଲ ନଷ୍ଟ ହେଉଛି। ଦୀର୍ଘବର୍ଷ ଧରି ଏ ସମ୍ପର୍କରେ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ସ୍ଥାୟୀ ପ୍ରତିକାର ହୋଇପାରୁନାହିଁ। ଜଗତ୍‌ସିଂହପୁର ଜଳ ନିଷ୍କାସନ ଖଣ୍ଡ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ମିଶ୍ରଙ୍କୁ ପଚାରିବାରେ ଜିଲାରେ ଏହି ସମସ୍ୟା ରହିଛି। କିନ୍ତୁ ସେଗୁଡିକର ପ୍ରତିକାର ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି। ସ୍ଥାୟୀ ପ୍ରତିକାର ପାଇଁ ଚିନ୍ତା କରାଯାଉଛି। ଯେଉଁଠି ଦଳ ଜମି ରହି ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି ସେଠାରେ ସଫା କରାଯାଉଛି ବୋଲି ସେ କହିଛନ୍ତି। ଜଗତ୍‌ସିଂହପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଡ. ଅଶୋକ କୁମାର କର୍ଣ୍ଣଙ୍କୁ ପଚାରିବାରୁ ନାଗପୁର ଡ୍ରେନ ସଫା ଚାଲିଛି। ସେ ନୂଆକରି ଯୋଗ ଦେଇଥିବାରୁ ଜବରଦଖଲ ବିଷୟରେ ଅବଗତ ନାହାନ୍ତି। ତେବେ ଏହା ଉପରେ ଚିନ୍ତା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri