ଭୁବନେଶ୍ୱରବାସୀଙ୍କୁ ଦୁଃଖ ଦେଉଛି ଡ୍ରେନ୍‌

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦିରେ ଏବେ ଡ୍ରେନ୍‌ ଓ ସ୍ବେରେଜ କାର୍ଯ୍ୟ ଜାରି ରହିଛି। ପାଖାପାଖି ସବୁ ଓ୍ବାର୍ଡରେ ଏବେ ନିର୍ମାଣ ଓ ମରାମତି ଜାରି ରହିଛି। ଏଥିପାଇଁ ଅଧିକାଂଶ ସ୍ଥାନରେ ରାସ୍ତା ଖୋଳାଯାଉଛି। ପୁଣି ଯେଉଁସବୁ ଡ୍ରେନ୍‌ର ନିର୍ମାଣ ସରୁଛି ସେସବୁ ସ୍ଥାନରେ ତୁରନ୍ତ ରାସ୍ତାର ମରାମତି କରାଯାଉ ନ ଥିବାରୁ ଯାତାୟାତରେ ଗୁରୁତର ସମସ୍ୟା ଉପୁଜୁଛି। ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ସହରବାସୀ ନାନା ଦୁଃଖ ପାଉଛନ୍ତି। ଏପରିସ୍ଥଳେ ବୁଧବାର ବିଏମ୍‌ସି ମୁଖ୍ୟ ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର ବିଭିନ୍ନ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି। ଏହାବ୍ୟତୀତ ବାକିଥିବା ରାସ୍ତା ନବୀକରଣ ଓ ଅନ୍ୟ ବିକାଶମୂଳକ କାର୍ଯ୍ୟ କିପରି କରାଯିବ ଓ ନିର୍ଦ୍ଧାରିତ ସମୟ ଭିତରେ ସରିବ ସେନେଇ ଆଲୋଚନା କରିଥିବା ଜଣାପଡିଛି। ତେବେ ଏହାର ଫଟୋ ବିଏମ୍‌ସି ନିଜ ଟୁଇଟର ହ୍ୟାଣ୍ଡେଲରେ ଅପ୍‌ଲୋଡ଼ କରିବା ପରେ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ମୂତାବକ, ଭୁବନେଶ୍ୱରରେ ୨୦୦ରୁ ଊର୍ଦ୍ଧ୍ୱ ନୂଆ ଡ୍ରେନ୍‌ ହେବ। ପାଖାପାଖି ୭୦ଟିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ବାକି ଟେଣ୍ଡର ହୋଇ ପଡ଼ିରହିଛି। ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସରୁ ନ ଥିବାବେଳେ ତାହା ପୁଣି ନିମ୍ନମାନର ହେଉଥିବା ମଧ୍ୟ ଅଭିଯୋଗ ହେଉଛି। କେତେକ ସ୍ଥାନରେ ବର୍ଷ ବର୍ଷ ଧରି ଡ୍ରେନେଜ୍‌ ନିର୍ମାଣ ଜାରି ରହିଥିବାବେଳେ ବିଏମ୍‌ସିର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ଲୋକେ ଅଭିଯୋଗ କରୁଛନ୍ତି। ବିଏମ୍‌ସି ଡ୍ରେନେଜ୍‌ ବିଭାଗ ଏନେଇ କୌଣସି ଆନ୍ତରିକତା ଦେଖାଉ ନ ଥିବାବେଳେ କରୋନା ବାହାନାରେ ବିଏମ୍‌ସିର ଇଞ୍ଜିନିୟରିଂ ସେଲ୍‌ ଏକପ୍ରକାର ସ୍ଥାଣୁ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପଟେ କର୍ପୋରେଟରଙ୍କ କ୍ଷମତା ନ ଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ତୁରନ୍ତ ହୋଇପାରୁନି। ଅଧିକାରୀ ଓ ଠିକାଦାରମାନେ ମନମୁଖି କାର୍ଯ୍ୟ କରୁଥିବାରୁ ଅନେକ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

PUCC ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୧।୨: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଛନ୍ତି । ଟୋଲ ଗେଟ୍‌ରେ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ସତ୍ୟବ୍ରତ ହତ୍ୟା ଘଟଣା: ଦିଦେଶଙ୍କ ସ୍ତ୍ରୀ କଲେ ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ୱର,୧୧।୨: ଭୁବନେଶ୍ୱର ନୀଳାଦ୍ରି ବିହାର ସତ୍ୟବ୍ରତ ହତ୍ୟା କାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଦିନେଶ ନାୟକଙ୍କ ସ୍ତ୍ରୀ ମାମାଲି ନାୟକ ଚାଞ୍ଚଲ୍ୟକର ଖୁଲାସା…

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର…

ଓଡ଼ିଆ ପୁଅଙ୍କୁ ମିଳିଲା ବଡ଼ ସଫଳତା: ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ୱର,୧୧।୨: ଏସିଆ ପାସିଫିକ୍‌ ଡାଉନ ସିଣ୍ଡ୍ରୋମ୍‌ ଗେମ୍ସ ଚେନ୍ନାଇର ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ପୁଅ ଜୟଜୀବନ ପାଣିି(୧୧)ଙ୍କୁ ମିଳିଛି ବଡ଼ ସଫଳତା। ଜୟଜୀବନ…

ସୂର୍ଯ୍ୟ ପରାଗରେ ଶନିଙ୍କ ରାଶିରେ ଖରାପ ପ୍ରଭାବ, ଏହି ୩ଟି ରାଶିରେ ଘୋଟିଯିବ ବିପଦ!

ସୂର୍ଯ୍ୟ ବର୍ତ୍ତମାନ ମକର ରାଶିରେ ଅଛନ୍ତି। ଏହା ଫେବୃଆରୀ ୧୩ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବ ଏବଂ ତା’ପରେ ଫେବୃଆରୀ ୧୭ ତାରିଖରେ ସୂର୍ଯ୍ୟଗ୍ରହଣ ହେବ।…

କ୍ରାଶ ହେଉଥିଲା ବିମାନ, ପତ୍ନୀଙ୍କ ପାଇଁ ଏମିତି ବାର୍ତ୍ତା ଦେଲେ ପାଇଲଟ, ଭିଡ଼ିଓ ହେଉଛି ଭାଇରାଲ

ଜର୍ଜିଆ,୧୧।୨: ଆମେରିକାର ଜର୍ଜିଆ ରାଜ୍ୟର ଏକ ବ୍ୟସ୍ତବହୁଳ ରାସ୍ତାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ, ଏଥିରେ କୌଣସି କ୍ଷତି ହୋଇନାହିଁ। ଏହି ଘଟଣା ଘଟିଥିଲା…

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri