ଉନ୍ନତୀକରଣ ଅପେକ୍ଷାରେ ଡ୍ରେନେଜ ବ୍ୟବସ୍ଥା

କଟକ ଅଫିସ, ୩୦।୯: କଟକ ଜିଲା ଡ୍ରେନେଜ ଡିଭିଜନ ପକ୍ଷରୁ ୨୦୨୧-୨୨ ଆର୍ଥତ୍କ ବର୍ଷରେ ଟାଙ୍ଗି-ଚୌଦ୍ୱାର, ବାଙ୍କୀ, ବଡ଼ମ୍ବା, ଆଠଗଡ଼ ଆଦି ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବହୁ ଅଞ୍ଚଳରେ ଜଳ ନିଷ୍କାସନ ଠିକ୍‌ ଭାବରେ ହୋଇ ନ ପାରି ହଜାରହଜାର ଏକର ଜମିରେ ପାଣି ଜମି ରହୁଛି। ଏପରି କି ସାଲେପୁର, ଆଠଗଡ଼, ବାଙ୍କୀ, ବଡ଼ମ୍ବା, ଆଦି ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥାରେ ତ୍ରୁଟି ଯୋଗୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଅଭିଯୋଗ ହୋଇଆସୁଛି। ଡ୍ରେନେଜ ବ୍ୟବସ୍ଥାର ଉନ୍ନତୀକରଣ ପାଇଁ ୩୦ କୋଟି ୬୮ ଲକ୍ଷ ୯୨ହଜାର ଟଙ୍କାର ଏକ ଅଟକଳ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଯଦି ଏହି ଅର୍ଥ ମଞ୍ଜୁର ହୁଏ, ତେବେ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି। ହେଲେ ଏହାକୁ କେବେ ମଞ୍ଜୁରୀ ମିଳୁଛି ଏବଂ ଡ୍ରେନେଜ ବ୍ୟବସ୍ଥା ସୁଧୁରୁଛି ତାକୁ
ନେଇ ଜିଲାବାସୀ ଅପେକ୍ଷାରେ ରହିଛନ୍ତି।
ଗତ ବର୍ଷ ଟାଙ୍ଗି-ଚୈାଦ୍ୱାରର ଗୁଆଳି ଡ୍ରେନେଜ କଟ୍‌, କଡେଇ ଡ୍ରେନେଜ କଟ୍‌, ଭୁୟାଁ ଜୋର ନାଳ, ବାଙ୍କୀ ବ୍ଲକର ବିଷ୍ଣୁପୁର ଲିଙ୍କ୍‌ ଡ୍ରେନ, ୮.୫୦ କି.ମି ରଣନଦୀ ଲିଙ୍କ୍‌ ଡ୍ରେନ, ବଡ଼ମ୍ବା ବ୍ଲକର ପର୍ବତିଆ ନାଳ, ସାରନାଳ ଆଠଗଡ଼ ବ୍ଲକର କିଆ ଗହିରା ନାଳ, ବେକବନ୍ଧ, ଚୋରା ଭଉଁରିଆ ଜୋର, ସାରକୋଳି, ପିଠାଖିଆ ଯୋର ଓ ବରକୋଟିଆ ଯୋରର ଉନ୍ନତୀକରଣ ପାଇଁ ଏଷ୍ଟିମେଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ହେଲେ ଅର୍ଥର ଅନୁଦାନ ନ ଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପନ୍ନ ହୋଇପାରୁ ନାହିଁ। ସେହିପରି ଯଦିଓ ବୈଷୟିକ ପରାମର୍ଶଦାତା କମିଟି ଦ୍ୱାରା କଟକ ସଦର ଅଞ୍ଚଳର ଶୁକପାଇକା ଡ୍ରେନେଜ ଚ୍ୟାନେଲ ପାଇଁ ୪,୪୦୩.୭୧ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି, ମାତ୍ର ଅନୁଦାନ ଅଭାବରୁ କାର୍ଯ୍ୟ ଆରମ୍ଭ କରାଯାଇ ନାହିଁ। ଏ ସମ୍ପର୍କରେ ଡ୍ରେନେଜ ଡିଭିଜନର ମୁଖ୍ୟ ଯନ୍ତ୍ରୀ ବାଲେଶ୍ୱରନାଥ ସାହୁଙ୍କୁ ପଚାରିବାରେ କଟକ ସଦର, ସାଲେପୁର, ଆଠଗଡ, ବାଙ୍କୀ, ବଡ଼ମ୍ବା ଆଦି ଅଞ୍ଚଳର ଥିବା ପ୍ରସ୍ତାବିତ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଥିଲେ। ସେହିପରି ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କୁ ପଚାରିବାରେ ଅନୁଦାନ ମିଳିଲେ ଖୁବ୍‌ ଶୀଘ୍ର
କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri