ଜଳ ନିଷ୍କାସନ ସମସ୍ୟା ସମାଧାନ ହେବ

ବରୀ,୧୭।୪(ଡି.ଏନ.ଏ.): ବରୀ ବ୍ଲକ ଅଧୀନ ମନ୍ଦାରି ପଞ୍ଚାୟତର ମେଦୁଆନାଳ, ଦୋବୁଅ ନାଳ ଓ ସପନା ପାଟରୁ ଜଳ ନିଷ୍କାସନ ନିମନ୍ତେ ଅଧପନ୍ତରିଆ ଭାବେ ଖୋଳାଯାଇଥିବା ନାଳର ପୁନରୁଦ୍ଧାର ଖୁବ୍‌ଶୀଘ୍ର କରାଯିବ। ଏଥିପାଇଁ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଅନୁରୋଧକ୍ରମେ ଶନିବାର ଡ୍ରେନେଜ୍‌ ବିଭାଗ ମୁଖ୍ୟଯନ୍ତ୍ରୀ ବାଲେଶ୍ୱର ନାଥ ସାହୁ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଚିତ୍ତରଞ୍ଜନ ମହାନ୍ତି, ଅଧୀକ୍ଷଣ ଯନ୍ତ୍ରୀ ବିରେନ କୁମାର ଜେନା, ସହକାରୀ ଯନ୍ତ୍ରୀ ଅନନ୍ତ ଭୀମ ଦେଓ ଏବଂ କନିଷ୍ଠ ଯନ୍ତ୍ରୀ ଶମ୍ଭୁ ପ୍ରସାଦ ବେହେରା ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଛନ୍ତି। ମୁଖ୍ୟଯନ୍ତ୍ରୀ ଓ ବିଧାୟିକାଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ଜିଲା ପରିଷଦ ସଭ୍ୟ ଅଶୋକ ସାମଲ, ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ପୂର୍ବତନ ସମିତି ସଭ୍ୟ ପ୍ରଦୀପ ଘଡ଼ାଇ, ପୂର୍ବତନ ସରପଞ୍ଚ ସଂଗ୍ରାମ ସାମଲ ଓ ଯୁବନେତା ନୀହାର ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ମୁଖ୍ୟଯନ୍ତ୍ରୀ ସାହୁଙ୍କୁ ପଚାରିବାରେ ସେ କୁହନ୍ତି, ସରକାରଙ୍କୁ ପ୍ରକଳ୍ପଗୁଡ଼ିକର ଅନୁମୋଦନ ନିମନ୍ତେ ପ୍ରସ୍ତାବ ଦିଆଯିବ। ଅର୍ଥ ମଞ୍ଜୁର ପରେ କାର୍ଯ୍ୟ ଆରମ୍ଭ କରାଯିବ।
ବରୀ ଏକ ବନ୍ୟା ଅଞ୍ଚଳ ହୋଇଥିବାରୁ ପ୍ରତିବର୍ଷ ବନ୍ୟା ଆସି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥାଏ। ବନ୍ୟା କମିବା ପରେ ବି ଜଳ ନିଷ୍କାସନର ସୁବିଧା ନ ଥିବାରୁ ବ୍ୟାପକ ଫସଲ ହାନି ଘଟେ। ଏପରି କି ବ୍ରାହ୍ମଣୀ ନଦୀର ଦକ୍ଷିଣପାର୍ଶ୍ୱରେ ଥିବା ମହାକାଳପଡ଼ା, ଗମୁଁ, ମନ୍ଦାରି, ସେରପୁର, ରତ୍ନଗିରି, ଚନ୍ଦନପୁର, ସାହୁପଡ଼ା ଓ ଧାରପୁର ସମେତ ପ୍ରାୟ ୧୬ ପଞ୍ଚାୟତର ଚାଷୀ ଜଳ ନିଷ୍କାସନ ନ ହେବାରୁ ଧାନ ଫସଲଠାରୁ ଆରମ୍ଭ କରି ପନିପରିବା କ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନ ଜନନାୟକ ବିଜୁବାବୁଙ୍କୁ ବିଜେଡି ମନେ ପକାଇ…

ପାଟଣା,୧୭ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଶୁକ୍ରବାର ରାଜନଗର ରଘୁନାଥଜିଉ ମଠ ପରିସରରେ ଅନୁଷ୍ଠିତ ହୋଇଛି।…

ଭାରତର ଭାଗ୍ୟ ଉଜ୍ୱଳ! ମିଳିଗଲା LPG ସଙ୍କଟକୁ ମୁକାବିଲା କରିବାର ସୂତ୍ର

ନୂଆଦିଲ୍ଲୀ,୧୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ କେବଳ ଭାରତକୁ ନୁହେଁ ବରଂ ବିଶ୍ୱବ୍ୟାପୀ ଅନେକ ଦେଶକୁ ଗ୍ୟାସ ସଙ୍କଟରେ ପକାଇଛି। ତଥାପି, ବିଶ୍ୱ ବଜାରରେ…

ପୁରୁଣା ବଜାର ଅଞ୍ଚଳକୁ ଓଏମ୍‌ସି ଖଣି ପ୍ରଭାବିତ ଅଞ୍ଚଳରେ ସାମିଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟିରେ ଥିବା ଓଡ଼ିଶା ଖଣି ନିଗମର ଗନ୍ଧମାର୍ଦ୍ଦନ ଲୌହ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା…

ଦୁର୍ଗମ ଅଞ୍ଚଳରେ ବିକାଶକୁ ଗୁରୁତ୍ୱ: ଭ୍ରମରବାଡିରେ ପହଞ୍ଚିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି,୧୭।୪(ଅରୁଣ ସାହୁ):ଏକଦା ମାଓବାଦୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଥିଲା ଭ୍ରମରବାଡି। ଏବେ ଆଉ ସେ ପରିସ୍ଥିତି ନାହିଁ, ସେପଟେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ…

ସାବଧାନ! ଏଣିକି ସୋସିଆଲ ମିଡିଆରେ ଲୁଚାଇ ପାରିବେ ନାହିଁ ପରିଚୟ, ଧରିଦେବ AI, ଜାଣନ୍ତୁ କେମିତି

AI ବା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଯୁଗରେ ସୋସିଆଲ ମିଡିଆରେ ନିଜର ପରିଚୟ ଲୁଚାଇବା ଏବେ କଷ୍ଟକର ହୋଇପଡୁଛି। ଯଦି ୟୁଜର୍ସମାନେ ଭାବନ୍ତି ଯେ, ସେମାନେ ସିକ୍ରେଟ୍‌ ଭାବରେ…

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri