ଦିଗପହଣ୍ଡି,୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ କଳିଙ୍ଗ ବୈଶ୍ୟ ସମାଜ ସଭାଗୃହରେ ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ଶୁକ୍ରବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବଜାର ଗାନ୍ଧୀ ଛକ ଠାରେ ସମସ୍ତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।ପରେ ଆୟୋଜିତ ସଭାରେ ଆଇନଜୀବି କୁରେଶୁ ପଣ୍ଡାଙ୍କ ସଂଯୋଜନା କରିଥିଲେ। ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିଲେ । ଦକ୍ଷିଣ ଓଡ଼ିଶା ବିକାଶ ସମିତିର ସଭାପତି ତଥା ଅବସରପ୍ରାପ୍ତ କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀ ଡ଼. ବାଳକୃଷ୍ଣ ପଣ୍ଡା ସଭାରେ ଯୋଗଦେଇ ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତିକ୍ଷୀତ ଗୋପାଳପୁର- ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ କେନ୍ଦ୍ର ଓ ରାଜ୍ୟ ସରକାର ତ୍ୱରାନ୍ୱିତ କରିଛନ୍ତି। ପ୍ରକଳ୍ପ ର ଚୂଡ଼ାନ୍ତ ମାନଚିତ୍ର ଓ ସର୍ଭେ କାର୍ଯ୍ୟ ଚାଲିଛି। ଓଡ଼ିଶା ପ୍ରତି ଅସହିନଷ୍ଟୁ ଆନ୍ଧ୍ରର କିଛି ମୁଷ୍ଟିମେୟ ରେଲୱେ ଅଧିକାରୀ ସେମାନଙ୍କ ସ୍ବାର୍ଥ ସାଧନ ପାଇଁ ରେଲୱେ ଲାଇନ୍ କୁ ଗୋପାଳପୁରରୁ ଭାୟା ଗଜପତି ଅଙ୍କା ବଙ୍କା ଦୀର୍ଘ ରାସ୍ତା ଦେଇ ରାୟଗଡ଼ା କୁ ସଂଯୋଗ ପାଇଁ ନୂତନ ନକ୍ସା କୁ ମଞ୍ଜୁରୀ ପାଇଁ ଯୋଜନାବଦ୍ଧ ଉଦ୍ୟମ ଚଳାଇଛନ୍ତି। ଏହା ବିରୋଧରେ ବ୍ୟାପକ ଗଣ ଆନ୍ଦୋଳନ ପାଇଁ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଛି। ପୂର୍ବରୁ ସର୍ଭେ କରାଯାଇଥିବା ରିପୋର୍ଟ ଆଧାରରେ ଏହି ରେଳପଥକୁ ସିଧାସଳଖ ଗୋପାଳପୁର ଠାରୁ ଜଗନ୍ନାଥପୁର,ଗୁରୁଣ୍ଠୀ,ବାଲିପଡ଼ା, ଡେଙ୍ଗାପଦର, ଅନଙ୍ଗପୁର, ଦିଗପହଣ୍ଡି,ଗୁମା, ଫାସିଗୁଡ଼ା ଭୀଷ୍ମଗିରି, ଚାକୁଣ୍ଡାପଲ୍ଲୀ ଦେଇ ଗଜପତି ଜିଲା ଢେପାଗୁଡ଼ା, ଚାନ୍ଦିପୁଟ, ମୋହନା, ଅନ୍ତର୍ବା,ପଦ୍ମପୁର, ଗୁଡ଼ାରି ଠାରୁ ରାୟଗଡ଼ା ମାତ୍ର ୧୮୦ କି.ମି ଗୁରୁତ୍ୱପୂର୍ଣ୍ଣ ରେଳଲାଇନର ଚୂଡ଼ାନ୍ତ ରୁଟ୍ ନିର୍ଦ୍ଧାରଣ କରାଗଲେ ଅନାବଶ୍ୟକ ବଙ୍କା ଏବଂ ଦୀର୍ଘ ରୁଟ୍କୁ ଏଡ଼ାଇବା ଦ୍ୱାରାରେଳ ମନ୍ତ୍ରଣାଳୟର ପ୍ରାରମ୍ଭିକ ନିର୍ମାଣ ଖର୍ଚ୍ଚ (କାପେକ୍ସ)ରେ ହଜାର ହଜାର କୋଟି ଟଙ୍କା ସଞ୍ଚୟ ହେବା ସହ ଭବିଷ୍ୟତର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଁ ପାରିବ ବୋଲି ସଭାରେ ମତପ୍ରକାଶ ପାଇଥିଲା।ସଭାରେ ଦକ୍ଷିଣ ଓଡ଼ିଶା ବିକାଶ ସମିତିର କାର୍ଯ୍ୟକର୍ତ୍ତା ସୁଜିତ କୁମାର ତ୍ରିପାଠୀ, ସିପିଆଇ(ଏମ) ର ପୂର୍ବତନ ଗଞ୍ଜାମ ଜିଲା ସମ୍ପାଦକ କୈଳାସ ଷଡଙ୍ଗୀ,ପୂର୍ବତନ ଏନଏସି ଅଧ୍ୟକ୍ଷ ଭି.ରବି ନାରାୟଣ ରାଜୁ,ବୃନ୍ଦାବନ ପଣ୍ଡା,ଆଇନଜୀବି ସୂର୍ଯ୍ୟନାରାୟଣ ସାହୁ,ରସାନନ୍ଦ ରାଉତ, ପରେଶ ଚନ୍ଦ୍ର ରଥ, ଅଶେଷ ନାଥ ମିଶ୍ର, ଲକ୍ଷ୍ମୀ ନାରାୟଣ ପାଢ଼ୀ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଡ଼.ଯୁଧିଷ୍ଠିର ସ୍ବାଇଁ,ସମ୍ପାଦକ କେ.ନାଗେଶ୍ଵର ରାଓ, ଡ଼. ପ୍ରକାଶ ପାଣିଗ୍ରାହୀ, ହେମନ୍ତ ପାତ୍ର,ସାମାଜିକ କର୍ମୀ ଶୁଭେନ୍ଦୁ ପାଢ଼ୀ,ରାମନାଥ ବିଷୋୟୀ,ଗୋପାଳ କୃଷ୍ଣ ମଲ୍ଲିକ,ରବୀନ୍ଦ୍ର ନାଥ ଡାକୁଆ,ରଞ୍ଜନ ପାତ୍ର, କାଉନସିଲର ସୁନୀଲ ପଣ୍ଡା,ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇଥିଲେ। ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼,ସରପଞ୍ଚ ମନୋରଞ୍ଜନ ଗୌଡ଼,ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ,ସନ୍ତୋଷ ଗୌଡ଼, ଅବସରପ୍ରାପ୍ତ କର୍ମଚାରୀ ସଂଘ ପୂର୍ବତନ ସଭାପତି ହରିକୃଷ୍ଣ ପଣ୍ଡା, ଭି. ଶ୍ୟାମ ସୁନ୍ଦର ରାଜୁ,ସୁରେନ୍ଦ୍ର ପଟ୍ଟନାୟକ, ସନ୍ତୋଷ ସାହୁ, ଅନିତା ବେହେରା, ରାଜକିଶୋର ଚୌଧୁରୀ, ମନୋଜ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ମିଶ୍ର,ଏମ.ବାଇନାଥ, ଭି. ଧର୍ମା ରାଜୁ,ସଂଗ୍ରାମ ରଥ,ନିଗମ ପଣ୍ଡା,ବିଶ୍ଵନାଥ ଗୌଡ଼ ପ୍ରମୁଖ ଶତାଧିକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।