ଓ-ହବ୍‌ ପରିଦର୍ଶନରେ ଡ. ଆଣ୍ଡ୍ରି୍ୟୁ ଫ୍ଲେମିଂ

ଭୁବନେଶ୍ୱର, ୧୪।୧୧(ଅଭୟ ଦାଶ): ଷ୍ଟାର୍ଟଅପ୍‌ ଓଡ଼ିଶାର ଆଇକନିକ ପ୍ଲାଟ୍‌ଫର୍ମ (ବିଲ୍ଡି) ଓ-ହବ୍‌ ଅଭିନବତାର ଏକ ଜୀବନ୍ତ ଓ ଔଦ୍ୟୋଗିକୀ ହବ୍‌ ହୋଇପାରିଛି। ଏପରିକି ମଙ୍ଗଳବାର କୋଲକାତାର ବ୍ରିଟିଶ ଡେପୁଟି ହାଇକମିଶନର ଡ. ଆଣ୍ଡ୍ରି୍ୟୁ ଫ୍ଲେମିଂ ପରିଦର୍ଶନରେ ଆସିଥିବାବେଳେ ତାଙ୍କୁ ଓ- ହବ୍‌ ସମ୍ମାନିତ କରିଛି। ବିଶେଷକରି ଡ. ଫ୍ଲେମିଂଙ୍କ ଏହି ଗସ୍ତ ଷ୍ଟାର୍ଟଅପ୍‌ ଓଡ଼ିଶା ଦ୍ୱାରା ପରିଚାଳିତ ଗତିଶୀଳ ଇକୋସିଷ୍ଟମରେ ଏକ ଗଭୀର ସଂପୃକ୍ତିକୁ ଚିହ୍ନଟ କରିଥିଲା। ଅପରପକ୍ଷରେ ଷ୍ଟାର୍ଟଅପ୍‌ ଓଡ଼ିଶା ପାଇଁ ନବସୃଜନ, ସହଯୋଗ ଓ ବୈଷୟିକ ପ୍ରଗତି ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ଏହି ପରିଦର୍ଶନ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଥିଲା। ଏହି ପରିପ୍ରେକ୍ଷୀରେ ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ (ଚେୟାରମ୍ୟାନ) ଓମ୍‌କାର ରାୟ ଡ. ଆଣ୍ଡ୍ରି୍ୟୁ ଫ୍ଲେମିଂଙ୍କୁ ସ୍ବାଗତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ଏବଂ ସଫଳତାର ସମୀକ୍ଷା ଆଦି ଉପରେ ବିସ୍ତୃତ ଉପସ୍ଥାପନ କରିଥିଲେ। ଏହା ଷ୍ଟାର୍ଟଅପ୍‌ ଓଡ଼ିଶାକୁ ଜାତୀୟ ଷ୍ଟାର୍ଟଅପ୍‌ ଇକୋସିଷ୍ଟମରେ ଏକ ପ୍ରମୁଖ ଖେଳାଳି ଭାବେ ସ୍ଥାନିତ କରିଛି। ମହିଳା ଉଦ୍ୟୋଗୀଙ୍କ ପ୍ରତି ଗୁରୁତ୍ୱ ଦିଆଯାଇଥିଲା। ଡ. ରାୟ ଷ୍ଟାର୍ଟଅପ୍‌ ଓଡ଼ିଶାର ବିଭିନ୍ନ ଦିଗକୁ ପ୍ରୋତ୍ସାହିତ କରିବା ସହ ସଫଳତାର ଦିଗ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ଡ. ଆଣ୍ଡ୍ରି୍ୟୁ ଫ୍ଲେମିଂଙ୍କ ଏହି ଗସ୍ତ (ପରିଦର୍ଶନ ସମୟରେ) ବ୍ରିଟେନ ସରକାରଙ୍କ ସହଯୋଗକୁ ବୃଦ୍ଧି କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?