ଡ. ହୃଷୀକେଶ ମଲ୍ଲିକ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ): ୨୦୨୧ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ତେବେ ‘ସରିଯାଇଥିବା ଅପେରା’ ପୁସ୍ତକ ପାଇଁ ଡ. ହୃଷୀକେଶ ମଲ୍ଲିକ ଏବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପୂର୍ବରୁ ସେ କବିତା ପୁସ୍ତକ ‘ଧାନ ସାଉଁଟା ଝିଅ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତାଙ୍କ ରଚିତ ୪୦ରୁ ଊର୍ଦ୍ଧ୍ୱ ପୁସ୍ତକ ମଧ୍ୟରୁ ୧୨ଟି କବିତା ବହି, ୨ଟି କ୍ଷୁଦ୍ରଗଳ୍ପ ଏବଂ ୧୦ରୁ ଅଧିକ ସାହିତ୍ୟ ସମାଲୋଚନା ପୁସ୍ତକ ଉପରେ ଆଧାରିତ। ଏହାବ୍ୟତୀତ ସେ ଝଙ୍କାର ବିଷୁବ ପୁରସ୍କାର, ସଚି ରାଉତରାୟ କବିତା ପୁରସ୍କାର, ଶାରଳା ପୁରସ୍କାର, ଧରିତ୍ରୀ କବିତା ପୁରସ୍କାର ଭଳି ରାଜ୍ୟସ୍ତରୀୟ ପୁରସ୍କାର ହାସଲ କରିଛନ୍ତି। ସେ ଅନେକ କବିତା ହିନ୍ଦୀ, ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଲେଖିଛନ୍ତି।