ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଭାବେ ଡ. ଗଗନ ବିହାରୀ ପୁରୋହିତ ଶୁକ୍ରବାର ଅପରାହ୍ନରେ ଦାୟିତ୍ୱ ନେଇଛନ୍ତି। ଡ .ପୁରୋହିତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟରେ ଥିବା ଡୁରା ରାମ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଏଠାକୁ ଆଜି ଅଧ୍ୟକ୍ଷଙ୍କ ଭାବେ ବଦଳୀ ହୋଇ ଦାୟିତ୍ୱ ନେଇଛନ୍ତି। ସେଠାରେ ସେ ଇଂରାଜୀ ବିଭାଗର ପ୍ରାଧ୍ୟାପକ ଥିଲେ। ଏହି ଅବସରରେ ନୂତନ ଅଧ୍ୟକ୍ଷଙ୍କୁ ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ବିଭାସ ଦାସ, ପ୍ରାଧ୍ୟାପକ ପ୍ରଶାନ୍ତ ରଥ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ପୂର୍ବରୁ ଏଠାରୁ ବାଲିଗୁଡ଼ା କଲେଜକୁ ଅଧ୍ୟକ୍ଷ ଭାବେ ବଦଳୀ ହୋଇଥିବା ପ୍ରାଧ୍ୟାପକ କୁମୁନ୍ଦ ମହାପାତ୍ରଙ୍କ ବଦଳୀ ବାତିଲ ହୋଇଯାଇଥିବା ଯୋଗୁ ଆଜି ପୁଣି ସେ ରସାୟନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତାଙ୍କୁ ମଧ୍ଯ କଲେଜ ପକ୍ଷରୁ ସ୍ୱାଗତ କରାଯାଇଛି । ନୂତନ ଅଧକ୍ଷ ଦାୟିତ୍ୱ ନେବା ସମୟରେ ଇତିହାସ ଵିଭାଗ ମୁଖ୍ୟ ଡ. ରବିନ୍ଦ୍ର କୁମାର ମିଶ୍ର, ଅଧ୍ୟାପକ ସନାତନ ବେହେରା, ଦୁର୍ଗା ପ୍ରସାଦ ସାହୁ, ମୁଖ୍ୟ କିରାଣୀ ଦାମୋଦର ରଥ, ପ୍ରଦୀପ ଖଣ୍ଡୁଆଳ , ଡିଇଓ ଅଜିତ ସାହୁ,ତପନ ବେହେରା, ସୁଧିର ବିଷୋୟୀ, ସୁଚିତ୍ର ଜେନା, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଡ. ପୁରୋହିତ ଏଠାରେ କହିଛନ୍ତି ଯେ, ଦକ୍ଷିଣ ଓଡ଼ିଶାର ଏକ ସ୍ୱନାମଧନ୍ୟ ମହାବିଦ୍ୟାଳୟ ଭାବେ ଏହି କଲେଜ ପରିଚିତ। ତେଣୁ ଆଗାମୀ ଦିନରେ କଲେଜର ବିକାଶ ସମସ୍ତଙ୍କ ସହଯୋଗରେ କାରାଯିବ ବୋଲି କହିଛନ୍ତି।