ସ୍ବତନ୍ତ୍ର ଡୁଡ୍‌ଲ ଯୋଗେ ଭୁପେନ ହଜାରିକାଙ୍କୁ ମନେ ପକାଇଲା ଗୁଗ୍‌ଲ

ଲୋକପ୍ରିୟ ସଙ୍ଗୀତକାର ତଥା ଚଳଚ୍ଚିତ୍ର ନିର୍ମାତା ଭୁପେନ ହଜାରିକାଙ୍କ ଆଜି ୯୬ତମ ଜନ୍ମଜୟନ୍ତୀ। ଏହି ଅବସରରେ ଗୁଗଲ ସ୍ବତନ୍ତ୍ର ଡୁଡଲ ପ୍ରସ୍ତୁତ କରି ଭୁପେନଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଏହି ଡୁଡଲରେ ସ୍ବର୍ଗତ ସଙ୍ଗୀତକାର ହରମୋନିୟମ ବଜାଉଥିବା ଦେଖାଯାଇଛି।
ଭୁପେନ ହଜାରିକା ଶହ ଶହ ଫିଲ୍ମ ପାଇଁ ସଙ୍ଗୀତ ରଚନା କରିବା ସହିତ ଅନେକ ଗୀତରେ ତାଙ୍କ ସ୍ବରର ଯାଦୁ ବିସ୍ତାର କରିଥିଲେ। ସେ କବିତା, ରଚନା ଏବଂ କିଛି ପ୍ରସିଦ୍ଧ ଆସାମ ଫିଲ୍ମ ନିର୍ମାଣ ମଧ୍ୟ କରିଥିଲେ।
ମାତ୍ର ୧୦ ବର୍ଷ ବୟସରେ କ୍ୟାରିଅର୍‌ ଆରମ୍ଭ କରିଥିବା ଭୁପେନ ହଜାରିକା ଏବେ ମଧ୍ୟ ଲୋକଙ୍କ ହୃଦୟରେ ଜୀବିତ ଅଛନ୍ତି। ୧୨ ବର୍ଷ ବୟସରେ ସେ ଦୁଇଟି ଫିଲ୍ମ ପାଇଁ ଗୀତ ଲେଖିଥିଲେ ଏବଂ ରେକର୍ଡ ମଧ୍ୟ କରିଥିଲେ। ସମୟ ସହିତ, ହଜାରିକା ଅନେକ ଗୀତ ରଚନା କରିଥିଲେ ଏବଂ ଅନେକ ଗୀତରେ ସ୍ବର ଦେଇଥିଲେ।
ଭୁପେନ ହଜାରିକା ୧୯୪୬ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ୧୯୫୨ରେ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ସଙ୍ଗୀତରେ ହଜାରିକା ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ଦେଇଥିଲେ। ଏଥିପାଇଁ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଦାଦାସାହେବ ଫାଲକେ ପୁରସ୍କାର, ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ଭଳି ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଭୁପେନ ହଜାରିକାଙ୍କୁ ୨୦୧୯ରେ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ମଧ୍ୟ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri