ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ : ଡାକ୍ତର ଅଭିଷିକ୍ତା ଦାସ ପାଇଲେ ଓଡିଶା ଗୌରବ ସମ୍ମାନ

ଭବାନୀପାଟଣା,୧୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜ଼ିଲା ଭବାନୀପାଟଣା ସହର ନୂଆପଡା ସ୍ଥିତ ଡାକ୍ତର ଅଭିଷିକ୍ତା ଦାସଙ୍କୁ ଚଳିତ ବର୍ଷର ଓଡିଶା ଗୌରବ ସମ୍ମାନ ୨୦୨୬ ପ୍ରଦାନ କରାଯାଇଛି। ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ୱର ସ୍ଥିତ ହୋଟେଲ ମେଫେୟାରରେ ନେସନାଲ ଏକାଡେମୀ ଅଫ ସାକ୍ଷରତା ମିଶନ ପକ୍ଷରୁ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଡାକ୍ତର ଦାସ ଜଣେ ଦକ୍ଷ ଦାନ୍ତ ରୋଗ ବିଶେଷଜ୍ଞ ତଥା ସାମାଜିକ କର୍ମୀ ଭାବେ ଜିଲାରେ ବେଶ ପରିଚିତ। ଜିଲାର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ସମୟରେ ସେ ମାଗଣା ସ୍ୱାସ୍ଥ୍ୟ ଶିବିର ସବୁ କରି ଲୋକଙ୍କ ସେବା ଯୋଗାଇ ଆସୁଛନ୍ତି। ଏହାସହ ବିଭିନ୍ନ ସମୟରେ ଶୀତ ବସ୍ତ୍ର ଓ ଛତା ବାଣ୍ଟିବା, ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ପରି ଅନେକ ଜନସେବା କାର୍ଯ୍ୟକ୍ରମ କରି ଆସୁଛନ୍ତି । ଡାକ୍ତର ଦାସ ଏହି ସମ୍ମାନ ପାଇଲା ପରେ ଜିଲାରେ ଖୁସିର ଲହରୀ ଖେଳି ଯାଇଛି । ଏହି ସଫଳତାକୁ ନେଇଁ ଜିଲାର ବିଭିନ୍ନ ସଂଗଠନ ତଥା ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ବିଶେଷକରି ସ୍ୱାମୀ ଅମିତ ମହାନ୍ତି, ଭାଇ ଅଂଶୁମାନ ଦାସ,ବିଶିଷ୍ଟ ସାମାଜିକ କର୍ମୀ ଜୟନ୍ତ କୁମାର ବେହେରା, ସଂସ୍କୃତି ଗବେଷକ ଧ୍ୟାନାନନ୍ଦ ପଣ୍ଡା, ଜାତୀୟ କଳାକାର ତରୁଣ ଦୁର୍ଗା, କଳାହାଣ୍ଡି ଆର୍ଟ କଲେଜ ଅଧ୍ୟକ୍ଷ ଚିଣ୍ଟୁ ପ୍ରସାଦ ନାଏକ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଡାକ୍ତର ଦାସ ସ୍ବର୍ଗତ ଶିବଶଙ୍କର ଦାସ ଓ ରୀତାଞ୍ଜଳି ଦାସଙ୍କ ଏକ ମାତ୍ର କନ୍ୟା ଅଟନ୍ତି।

Dharitri – Odisha’s No.1 Odia Daily

Share