ବଇଣ୍ଡା,୫ା୪ : ଠିକା ସଂସ୍ଥା ବଦଳିଲା। ହେଲେ ବଦଳିଲାନି ୫୫ନଂ. ଜାତୀୟ ରାଜପଥର ଭାଗ୍ୟ। ପୂର୍ବରୁ କଚ୍ଛପ ଗତିରେ ଚାଲୁଥିବା ସମ୍ପ୍ରସାରଣ କାର୍ଯ୍ୟ ଏବେ ବି ସେହି ବିଳମ୍ବିତ। ଧୀର ମନ୍ଥର ଗତିରେ କାମ ହେଉଥିବା ବେଳେ ନୂତନ ରାସ୍ତାର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଫାଟ। ଅନୁଗୋଳ ଜିଲା କିଶୋରନଗର ବ୍ଲକର ଜାମ୍ବୁନାଳୀ ଠାରୁ ବାମୁର ୪୦ କିଲୋମିଟର ମଧ୍ୟରେ ୧୨ଟି ସ୍ଥାନରେ ରାସ୍ତା ଫାଟିଯାଇଛି। ଫଳରେ ଏହାର ସ୍ଥାୟିତ୍ୱକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଠିକା ସଂସ୍ଥାର ନିମ୍ନମାନର କାର୍ଯ୍ୟ ଯୋଗୁ ନବନିର୍ମିତ ରାଜପଥରେ ଏପରି ଫାଟ ସୃଷ୍ଟି ହୋଇଥିବା ନେଇ ହଣ୍ଡପା ଗ୍ରାମବାସୀ ମଙ୍ଗଳବାର ଅନୁଗୋଳ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଗ୍ରାମବାସୀ ଦର୍ଶାଇଛନ୍ତି, କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ୨୦୨୦ରେ ଶେଷ ହେବା କଥା। କିନ୍ତୁ ଅନୁଗୋଳ ଜିଲାରେ ନିର୍ମାଣ କାମରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଛି। ଇତିମଧ୍ୟରେ ଠିକା ସଂସ୍ଥା ବଦଳିଯାଇଛି। କିନ୍ତୁ ରାଜପଥ କାର୍ଯ୍ୟ ଆଶାଜନକ ଭାବେ ଆଗେଇପାରୁ ନାହିଁ। ଏପରି କି କାମ ଦେଖିବାକୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଏନ୍ଏଚ୍ଏଆଇ ଅଧିକାରୀ ଉପସ୍ଥିତ ରହୁନାହନ୍ତି। ନିର୍ମାଣ ପୂର୍ବରୁ ମାଟି ପରୀକ୍ଷଣ ଠିକ୍ ଭାବେ କରାଯାଉନାହିଁ। କିଶୋରନଗର ବ୍ଲକର ଜାମ୍ବୁନାଳୀ ଠାରୁ ବାମୁର ୪୦ କିଲୋମିଟର ରାସ୍ତାର ଆହୁରି ୩୦ ପ୍ରତିଶତ କାମ ବାକି ରହିଥିବା ବେଳେ ନୂତନ ରାସ୍ତାରେ ଫାଟ ଦେଖାଦେଇଛି। ପ୍ରଥମେ କମରେଇ ଠାରେ ରାସ୍ତା ଫାଟି ଯାଇଥିଲା। ହେଲେ କିଛି ଦିନ ହେବ ପାଗବନ୍ଦା, ରାଣୀଭୂଇଁ, କମରେଇ, ନୂଆଭୂଇଁ, ବଇସିଣା, ଗୁରୁଜାଙ୍ଗ, ଖଇରମୁଣ୍ଡା, ଚମ୍ପାପୁର, ସୁସବ, ହଣ୍ଡପା, ଠେଲକନାଳି, ଡେବେରାପାଲି ଆଦି ସ୍ଥାନରେ ୩ରୁ ୪ ମିଟର ଲମ୍ବ ପର୍ଯ୍ୟନ୍ତ ରାସ୍ତାରେ ଫାଟ ଦେଖିବାକୁ ମିଳିଛି। କମରେଇ ଠାରେ ରାସ୍ତା ଫାଟିବାକୁ ନେଇ ୨୫ ମେ ୨୦୨୧ରେ ଜିଲାପାଳଙ୍କଠାରେ କମରେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଠିକାସଂସ୍ଥା ଉକ୍ତ ସ୍ଥାନ ମରାମତି କରିବା ପରିବର୍ତ୍ତେ ମାଟି ପକାଇ ଘୋଡ଼ାଇ ଦେଇଥିଲା। ଏବେ ୧୨ଟି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ରାଜପଥର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ବାମୁରଠାରେ ଫ୍ଲାଏ ଓଭର ବ୍ରିଜ୍ କାର୍ଯ୍ୟ ୪୦ ପ୍ରତିଶତ ହୋଇଥିବାବେଳେ ବଇଣ୍ଡା ଫ୍ଲାଏ ଓଭରବ୍ରିଜ୍ ଓ ଉଭୟ ପାଶର୍ବରେ ନିର୍ମାଣ ହେଉଥିବା ରାସ୍ତାରେ ଆବଶ୍ୟକ ପାଣି ଦିଆଯାଉନାହିଁ। ଡ୍ରେନ ନିର୍ମାଣ କରାଯାଉଥିଲେ ବି ଏହା ନିମ୍ନମାନର ବୋଲି ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଏନ୍ଏଚ୍ଏଆଇ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଅଭିଯୋଗ ସମ୍ପର୍କରେ ଠିକାସଂସ୍ଥା ପରିଚାଳକ ଆର୍.କେ. ନାୟକ କହିଛନ୍ତି, ରାସ୍ତା କାମ ଠିକ୍ ଭାବେ ଚାଲିଛି। ଆବଶ୍ୟକ ପାଣି ଦିଆଯାଉଛି। ଯେଉଁ ଅଞ୍ଚଳରେ ମାଟି ଦବୁଛି, ସେଠାରେ ରାସ୍ତା ଫାଟିଯାଉଛି।
Posted inHome, Home Left, ଅନୁଗୋଳ, ଆମ ଜିଲା ଖବର View All
ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ
ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…
ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..
ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…
ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ
ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…
ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ
ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…
ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍କା
କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍ସି ନେତା ଲିଆଣ୍ଡର…
ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ
କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…
ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ
ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…
ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….
ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…
Archives

