ବଇଣ୍ଡା,୫ା୪ : ଠିକା ସଂସ୍ଥା ବଦଳିଲା। ହେଲେ ବଦଳିଲାନି ୫୫ନଂ. ଜାତୀୟ ରାଜପଥର ଭାଗ୍ୟ। ପୂର୍ବରୁ କଚ୍ଛପ ଗତିରେ ଚାଲୁଥିବା ସମ୍ପ୍ରସାରଣ କାର୍ଯ୍ୟ ଏବେ ବି ସେହି ବିଳମ୍ବିତ। ଧୀର ମନ୍ଥର ଗତିରେ କାମ ହେଉଥିବା ବେଳେ ନୂତନ ରାସ୍ତାର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଫାଟ। ଅନୁଗୋଳ ଜିଲା କିଶୋରନଗର ବ୍ଲକର ଜାମ୍ବୁନାଳୀ ଠାରୁ ବାମୁର ୪୦ କିଲୋମିଟର ମଧ୍ୟରେ ୧୨ଟି ସ୍ଥାନରେ ରାସ୍ତା ଫାଟିଯାଇଛି। ଫଳରେ ଏହାର ସ୍ଥାୟିତ୍ୱକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଠିକା ସଂସ୍ଥାର ନିମ୍ନମାନର କାର୍ଯ୍ୟ ଯୋଗୁ ନବନିର୍ମିତ ରାଜପଥରେ ଏପରି ଫାଟ ସୃଷ୍ଟି ହୋଇଥିବା ନେଇ ହଣ୍ଡପା ଗ୍ରାମବାସୀ ମଙ୍ଗଳବାର ଅନୁଗୋଳ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଗ୍ରାମବାସୀ ଦର୍ଶାଇଛନ୍ତି, କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ୨୦୨୦ରେ ଶେଷ ହେବା କଥା। କିନ୍ତୁ ଅନୁଗୋଳ ଜିଲାରେ ନିର୍ମାଣ କାମରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଛି। ଇତିମଧ୍ୟରେ ଠିକା ସଂସ୍ଥା ବଦଳିଯାଇଛି। କିନ୍ତୁ ରାଜପଥ କାର୍ଯ୍ୟ ଆଶାଜନକ ଭାବେ ଆଗେଇପାରୁ ନାହିଁ। ଏପରି କି କାମ ଦେଖିବାକୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଏନ୍ଏଚ୍ଏଆଇ ଅଧିକାରୀ ଉପସ୍ଥିତ ରହୁନାହନ୍ତି। ନିର୍ମାଣ ପୂର୍ବରୁ ମାଟି ପରୀକ୍ଷଣ ଠିକ୍ ଭାବେ କରାଯାଉନାହିଁ। କିଶୋରନଗର ବ୍ଲକର ଜାମ୍ବୁନାଳୀ ଠାରୁ ବାମୁର ୪୦ କିଲୋମିଟର ରାସ୍ତାର ଆହୁରି ୩୦ ପ୍ରତିଶତ କାମ ବାକି ରହିଥିବା ବେଳେ ନୂତନ ରାସ୍ତାରେ ଫାଟ ଦେଖାଦେଇଛି। ପ୍ରଥମେ କମରେଇ ଠାରେ ରାସ୍ତା ଫାଟି ଯାଇଥିଲା। ହେଲେ କିଛି ଦିନ ହେବ ପାଗବନ୍ଦା, ରାଣୀଭୂଇଁ, କମରେଇ, ନୂଆଭୂଇଁ, ବଇସିଣା, ଗୁରୁଜାଙ୍ଗ, ଖଇରମୁଣ୍ଡା, ଚମ୍ପାପୁର, ସୁସବ, ହଣ୍ଡପା, ଠେଲକନାଳି, ଡେବେରାପାଲି ଆଦି ସ୍ଥାନରେ ୩ରୁ ୪ ମିଟର ଲମ୍ବ ପର୍ଯ୍ୟନ୍ତ ରାସ୍ତାରେ ଫାଟ ଦେଖିବାକୁ ମିଳିଛି। କମରେଇ ଠାରେ ରାସ୍ତା ଫାଟିବାକୁ ନେଇ ୨୫ ମେ ୨୦୨୧ରେ ଜିଲାପାଳଙ୍କଠାରେ କମରେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଠିକାସଂସ୍ଥା ଉକ୍ତ ସ୍ଥାନ ମରାମତି କରିବା ପରିବର୍ତ୍ତେ ମାଟି ପକାଇ ଘୋଡ଼ାଇ ଦେଇଥିଲା। ଏବେ ୧୨ଟି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ରାଜପଥର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ବାମୁରଠାରେ ଫ୍ଲାଏ ଓଭର ବ୍ରିଜ୍ କାର୍ଯ୍ୟ ୪୦ ପ୍ରତିଶତ ହୋଇଥିବାବେଳେ ବଇଣ୍ଡା ଫ୍ଲାଏ ଓଭରବ୍ରିଜ୍ ଓ ଉଭୟ ପାଶର୍ବରେ ନିର୍ମାଣ ହେଉଥିବା ରାସ୍ତାରେ ଆବଶ୍ୟକ ପାଣି ଦିଆଯାଉନାହିଁ। ଡ୍ରେନ ନିର୍ମାଣ କରାଯାଉଥିଲେ ବି ଏହା ନିମ୍ନମାନର ବୋଲି ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଏନ୍ଏଚ୍ଏଆଇ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଅଭିଯୋଗ ସମ୍ପର୍କରେ ଠିକାସଂସ୍ଥା ପରିଚାଳକ ଆର୍.କେ. ନାୟକ କହିଛନ୍ତି, ରାସ୍ତା କାମ ଠିକ୍ ଭାବେ ଚାଲିଛି। ଆବଶ୍ୟକ ପାଣି ଦିଆଯାଉଛି। ଯେଉଁ ଅଞ୍ଚଳରେ ମାଟି ଦବୁଛି, ସେଠାରେ ରାସ୍ତା ଫାଟିଯାଉଛି।
Posted inHome, Home Left, ଅନୁଗୋଳ, ଆମ ଜିଲା ଖବର View All
୬ ବଲ୍ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍; ପ୍ରଥମ ଥର…
ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍ରେ ଏହି କାରନାମା କରିବା ବହୁତ...
ଆଶେସ୍ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...
ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ
ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...
Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…
ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...
ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍; ମିଳିନି ପରିଚୟ…
ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...
୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି
ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...
ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...
ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...
Archives


