କୁସୁମା କଟେଜ୍‌ ନିର୍ମାଣକୁ ନେଇ ବଢୁଛି ସନ୍ଦେହ

ଯାଜପୁର,୭ା୭(ହର୍ଷବର୍ଦ୍ଧନ ବେହେରା)ଯାଜପୁର ସହରର କୁସୁମା ପୋଖରୀ ପରିସରରେ ୨ ମହଲାବିଶିଷ୍ଟ ୯ଟି କଟେଜ୍‌ ନିର୍ମାଣକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଯାଜପୁର ପୌର ପରିଷଦ ପକ୍ଷରୁ ଏହି କଟେଜ୍‌ଗୁଡିକ କର୍ପୋରେଟ ସାମାଜିକ ଦାୟିତ୍ୱ(ସିଏସ୍‌ଆର୍‌) ପାଣ୍ଠିରୁ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ନିର୍ମାଣ ହୋଇଥିବା ଦାବି କରାଯାଉଥିବାବେଳେ ଜିଲା କ୍ରୀଡ଼ା ବିଭାଗ ଅଧିକାରୀ ତାଙ୍କ ପାଖରେ ଏନେଇ କୌଣସି ସୂଚନା କିମ୍ବା ନିର୍ଦ୍ଦେଶ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସିଏସ୍‌ଆର୍‌ ପାଣ୍ଠି ଶିଳ୍ପ ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ। ତେଣୁ କାହା ନିର୍ଦ୍ଦେଶରେ ଓ ସ୍ବାର୍ଥରେ କଟେଜ୍‌ଗୁଡିକ ନିର୍ମାଣ ପାଇଁ ସିଏସ୍‌ଆର୍‌ ପାଣ୍ଠି ବ୍ୟବହାର ହୋଇଛି ବୋଲି ପ୍ରଶ୍ନ ଉଠିଛି।
ଯାଜପୁର ପୌର ପରିଷଦ ପକ୍ଷରୁ କଟେଜ୍‌ଗୁଡିକ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମରେ ଅଧିକାରୀ, ପ୍ରଶିକ୍ଷକ, ଖେଳାଳିଙ୍କ ରହିବା ପାଇଁ ନିର୍ମାଣ ହୋଇଥିଲା ବୋଲି ଖବରଦାତା ସମ୍ମିଳନୀରେ ଦାବି କରାଯାଇଛି। ୨୦୨୧ରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାରୁ ଏଠାରେ କ୍ରୀଡ଼ା ସମ୍ପର୍କିତ କେଉଁମାନେ, କେବେ ରହିଥିଲେ ଏବଂ ସେମାନଙ୍କ ନାମ ଓ ଠିକଣା ଆଦି ସାର୍ବଜନୀନ କରିବାକୁ ଦାବି କରାଯାଉଛି। ଏଭଳିସ୍ଥଳେ ଜିଲାପାଳ ନିଖିଲ ପବନ କଲ୍ୟାଣ କଟେଜ୍‌ଗୁଡ଼ିକର ନିର୍ମାଣ ଉପରେ ତଦନ୍ତ କରାଯିବ ଏବଂ ଜିଲା ପ୍ରଶାସନ ନିଜ ଅଧୀନକୁ ନେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ହେଁ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।
ଜିଲାପାଳଙ୍କ ଜରିଆରେ ସିଏସ୍‌ଆର୍‌ ପାଣ୍ଠି ଖର୍ଚ୍ଚ ହେବ ଏବଂ ସିଏସ୍‌ଆର୍‌ ୱେବ୍‌ ପୋଟାଲ ମଧ୍ୟ ଜିଲାପାଳଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକାରୀ କରାଯିବ ବୋଲି ୨୫ା୬ା୨୦୧୮ରେ ବିଧାନସଭାର ୫୪ ନମ୍ବର ହଲ୍‌ରେ ଅନୁଷ୍ଠିତ ଗୃହ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ତେବେ ଏହି ନିଷ୍ପତ୍ତିର ୬ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ତାହା ବୈଠକର ବିବରଣୀରେ ସୀମିତ ରହିଛି। ଶିଳ୍ପ ଓ ଖଣି ଅଞ୍ଚଳରେ ବାୟୁ ଓ ଜଳ ପ୍ରଦୂଷଣରେ ପ୍ରଭାବିତ ଲୋକଙ୍କ ସମସ୍ୟାଗୁଡ଼ିକ ଅସମାହିତ ରହିଛି। ଜିଲାରେ ଅନେକ ଗ୍ରାମ ଅଛି, ଯେଉଁଠାକୁ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ବିସ୍ଥାପିତମାନେ ସେମାନଙ୍କ ହକ୍‌ ପାଇବାରୁ ବଞ୍ଚତ୍ତ ରହିଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ ହେଉଛି। ଏଭଳି ଭାବେ ଅନେକ ସମସ୍ୟାରେ ଲୋକେ ରୁନ୍ଧି ହେଉଥିବାବେଳେ କାହା ସ୍ବାର୍ଥରେ ସିଏସ୍‌ଆର୍‌ ପାଣ୍ଠିରେ କଟେଜ୍‌ ନିର୍ମାଣ ହେଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ କରାଯାଉଛି।
ସୂଚନାଯୋଗ୍ୟ, କୁସୁମା ପୋଖରୀର ସୌନ୍ଦର୍ଯ୍ୟକରଣ ପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ କାମ ଆରମ୍ଭ ହୋଇଥିଲା। ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ୨୦୧୮ ମାର୍ଚ୍ଚ ୨୫ରେ ଯାଜପୁର ପୌର ପରିଷଦର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁସୁମାକୁ ଲୋକାର୍ପଣ କରିଥିଲେ। ଏହାପରେ ୨ ମାସ ପର୍ଯ୍ୟନ୍ତ କୁସୁମାକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା। କିନ୍ତୁ କେତେକ ସୌନ୍ଦର୍ଯ୍ୟ କାର୍ଯ୍ୟ ଅଧାପନ୍ତରିଆ ରହିଥିବା ଦର୍ଶାଇ କୁସୁମାକୁ ପୁଣି ବନ୍ଦ କରି ଦିଆଯାଇଥିଲା। ସେହିଦିନଠାରୁ ବିଭିନ୍ନ ସମୟରେ ନିୟମିତ ଭାବେ ବିଭିନ୍ନ କାର୍ଯ୍ୟ ଆଳରେ ବନ୍ଦ କରାଯାଉଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri