ରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀ-ଶାଳୀଙ୍କୁ ମାରି ଘରେ ରଖିଥିଲେ ବ୍ୟକ୍ତି

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଚାଞ୍ଚଲ୍ୟ। ହାଉସିଂବୋର୍ଡ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ସ୍ତ୍ରୀ ଏବଂ ଶାଳିଙ୍କୁ ହତ୍ୟା କରିବା ପରେ ଦୁଇରୁ ତିନି ଦିନ ହେବ ଘରେ ରଖିଥିଲେ। ରବିବାର ଚନ୍ଦ୍ରଶେଖରପୁର ପୋଲିସ ଖବରପାଇ ମୃତଦେହକୁ ଜବତ କରିଛି। ଏଥିସହ ଅଭିଯୁକ୍ତ ବିଜୟ ସେଠୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଚନ୍ଦ୍ରଶେଖରପୁର ସରକାରୀ ମେଡିକାଲ ନିକଟ EWS- ୨୩/୨ ଘରେ ପରିବାର ସହ ବିଜୟ ରୁହନ୍ତି। ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାମ କରନ୍ତି। ତେବେ ତେବେ ପାରିବାରିକ ହିଂସାର ଶିକାର ହୋଇ ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତ ପୋଲିସକୁ କହିଥିବା ଜଣାପଡ଼ିଛି।