ଦଶଦିନରେ ଦୁଇଗୁଣ ସଂକ୍ରମଣ: ଭୁବନେଶ୍ୱରରେ ୬୦୦ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର, ୧୧।୭ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ ମାଡ଼ି ଚାଲିଛି। ଜୁଲାଇ ଆରମ୍ଭରୁ କୋଭିଡ୍‌-୧୯ ଉଗ୍ର ହେବାରେ ଲାଗିଛି। ଶେଷ ୨୪ ଘଣ୍ଟାରେ ଆଉ ୪୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୫ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୨ରେ ପହଞ୍ଚତ୍ଛି। ବିଶେଷକରି ଜୁଲାଇ ୧୦ଦିନରେ ସଂକ୍ରମଣ ଦ୍ୱିଗୁଣିତ ହୋଇଛି। ୧ ତାରିଖ ସୁଦ୍ଧା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୦ ରହିଥିବାବେଳେ ୧୦ ତାରିଖରେ ୬ଶହ ଡେଇଁଛି। ଅର୍ଥାତ୍‌ କେବଳ ୧୦ଦିନରେ ୨୮୨ଜଣ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୧୭୧ କ୍ୱାରାଣ୍ଟାଇନ୍‌ ମାମଲା ଥିବାବେଳେ ୧୧୧ଟି ସ୍ଥାନୀୟ ସଂକ୍ରମିତ ରହିଥିବା ଜଣାପଡ଼ିଛି। ଯଦି ସଂକ୍ରମଣ ଏପରି ଭାବେ ବଢ଼ିବ, ତେବେ ଜୁଲାଇ ଶେଷସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ଟପିଯାଇଥିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।
ଅନ୍ୟପକ୍ଷରେ ପ୍ରତିଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର କୋଭିଡ୍‌ ତଥ୍ୟକୁ ତର୍ଜମା କଲେ ସ୍ଥାନୀୟ ଆକ୍ରାନ୍ତଙ୍କ ହାର ବଢ଼ୁଥିବାରୁ ଆଗାମୀ ସ୍ଥିତି ଅସମ୍ଭାଳ ହୋଇପଡିବ ବୋଲି ଜଣାପଡୁଛି। ଶୁକ୍ରବାର ମିଳିଥିବା ତଥ୍ୟ ଅନୁସାରେ, ନୂଆ ଚିହ୍ନଟଙ୍କ ମଧ୍ୟରୁ ୧୦ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ସେମାନେ ହେଲେ ବଡ଼ଗଡ଼ ବ୍ରିଟ୍‌ କଲୋନୀର ଜଣେ ୪୫ ବର୍ଷୀୟ ବ୍ୟକ୍ତି, ପଟିଆ ନୀଳକଣ୍ଠେଶ୍ୱର ମନ୍ଦିର ଅଞ୍ଚଳର ଜଣେ ୭୧ ବର୍ଷର ବୃଦ୍ଧ, ଶୈଳଶ୍ରୀ ବିହାରରୁ ଜଣେ ୭୩ ବର୍ଷୀୟ ବୃଦ୍ଧା, ଶୁକ ବିହାରରୁ ୨ଜଣ ( ୨୫ବର୍ଷୀୟ ଯୁବକ ଓ ୪୫ ବର୍ଷୀୟ ମହିଳା), ନୀଳାଦ୍ରିବିହାରରୁ ଜଣେ ୫୪ ବର୍ଷୀୟ ପୁରୁଷ, ବିଜେବିନଗର ଲୁଇସ୍‌ ରୋଡ୍‌ରୁ ଜଣେ ୨୭ ବର୍ଷୀୟ ଯୁବକ, ପଳାଶୁଣି ନିକଟ ଜିଜିପି କଲୋନୀରୁ ଜଣେ ୨୦ ବର୍ଷୀୟ ଯୁବତୀ ଓ ଘାଟିକିଆ ଖଣ୍ଡଗିରିବାରିରୁ ଜଣେ ୮୩ ବର୍ଷୀୟ ବୃଦ୍ଧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିଭଳି ୧୦ ସ୍ଥାନୀୟ ଆକ୍ରାନ୍ତ ଭାବେ ସୂର୍ଯ୍ୟନଗରରୁ ଚିହ୍ନଟ ହୋଇଥିବା ୨୯ ବର୍ଷୀୟ ଯୁବକ ଜଣକ ହେଉଛନ୍ତି ଦାନ୍ତ ଡାକ୍ତର। ସେ ଘରୋଇ କ୍ଲିନିକ୍‌ରେ ରୋଗୀଙ୍କୁ ଚିକିତ୍ସା କରୁଥିବା ବିଏମ୍‌ସି ତଥ୍ୟରୁ ଜଣାପଡିଛି।
ଅନ୍ୟପକ୍ଷରେ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ୩୫ଜଣଙ୍କ ମଧ୍ୟରୁ ୨୧ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସେହିଭଳି କେନ୍ଦ୍ରୀୟ ମେଡିକାଲ ଏମ୍‌ସ ଭୁବନେଶ୍ୱରର ୧୧ଜଣ କର୍ମଚାରୀ, ଡୁମୁଡୁମାରୁ ଚିହ୍ନଟ ୨ଜଣଙ୍କର କୋଲକାତା ଗସ୍ତ ବିବରଣୀ ରହିଛି ଓ କଳିଙ୍ଗନଗରରୁ ଚିହ୍ନଟ ଜଣେ ବ୍ୟକ୍ତି ଏକ ଘରୋଇ ହସ୍ପିଟାଲର ଆଟେଣ୍ଡାଣ୍ଟ ବୋଲି ଜଣାପଡିଛି। ଏହାବ୍ୟତୀତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ଆଉ ୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଭୁବନେଶ୍ୱରରେ ୩୦୮ଜଣ ସୁସ୍ଥ ଥିବାବେଳେ ୨୮୬ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri