ଡଟ୍‌ଫେଷ୍ଟ କାଉଣ୍ଟଡାଉନ୍‌ ଆରମ୍ଭ

ଭୁବନେଶ୍ୱର, ୧୪।୧ (ବ୍ୟୁରୋ): ହକି ବିଶ୍ୱକପ୍‌କୁ ଆଉଟିକେ ରଙ୍ଗାରଙ୍ଗ କରିବା ପାଇଁ ଆସନ୍ତା ୧୫ ତାରିଖରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେଉଛି ଭୁବନେଶ୍ୱର ସିଟି ଫେଷ୍ଟିଭାଲ ‘ଡଟ୍‌ ଫେଷ୍ଟ’ର ୨ୟ ସଂସ୍କରଣ। ରାଜ୍ୟ ତଥା ଦେଶବିଦେଶର କଳାକାରଙ୍କ ନୃତ୍ୟ, ଗୀତ ସାଙ୍ଗକୁ ଖାଦ୍ୟପେୟ, ମାର୍କେଟିଂ, କାହାଣୀ ଶୁଣା ଏବଂ ବୁଲାବୁଲିରେ ମଜିବେ ଅତିଥି, ଖେଳାଳି ଓ ରାଜଧାନୀବାସୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ଲୋକଙ୍କ ମଧ୍ୟରେ ଏବେଠାରୁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍‌। ଉଦ୍‌ଘାଟନୀ ଉତ୍ସବରେ କୋରିଆନ ଗ୍ରୁପ୍‌ ‘ବ୍ଲାକ୍‌ସ୍ବାନ୍‌’ ସହ ଗୁରୁ ରନ୍ଧାଓ୍ବା ଓ ଦିଶା ପଟାନୀ ଆକର୍ଷଣ ସାଜିବେ। ଏଥିସହ ବିଭିନ୍ନ ଦିନରେ ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଳାକାରଙ୍କ ସହ ଓଡିଶାର ୧୧ ଷ୍ଟାର୍‌ କଳାକାର ମଞ୍ଚରେ ଜଲଓ୍ବା ଦେଖାଇବେ। ଏମାନଙ୍କ ମଧ୍ୟରେ ଦୀପ୍ତିରେଖା ପାଢୀ, ପ୍ରଜ୍ଞା
ହୋତା, ଲିସା ମିଶ୍ର, ଋତୁରାଜ ମହାନ୍ତି, ସୁସ୍ମିତା ଦାସ, ରାପର୍‌ ବିଗ୍‌ଡିଲ୍‌, ଅଶାଙ୍କ ଶେଖର, ସ୍ବୟମ ପାଢୀ, ସତ୍ୟଜିତ ଜେନା ଓ ଅସୀମା ପଣ୍ଡା ରହିଛନ୍ତି। ସେହିଭଳି ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ନିକଟରେ ହେବାକୁ ଥିବା ଫ୍ଲି ମାର୍କେଟ ବା ନାଇଟ ବଜାରରେ ହୋଇଥିବା ୩ଟି ମଞ୍ଚରେ ୮୦୦ରୁ ଊର୍ଦ୍ଧ୍ୱ ଅନ୍ୟ ଆଞ୍ଚଳିକ କଳାକାରମାନେ ସମ୍ବଲପୁରୀ ନୃତ୍ୟ, ଢେମସା ନୃତ୍ୟ, ଘୁମୁରା,
ପାଇକ ଆଖଡା, ନବଦୁର୍ଗା ନୃତ୍ୟ, ଯୋଡି ଶଙ୍ଖ, ଫେଟ ଫାଇଟର୍ସ, ମାଲଖମ୍ବ ପ୍ରଭୃତି କାର୍ଯ୍ୟକ୍ରମ ସହିତ ଲୋକଙ୍କ ମନୋରଞ୍ଜନ କରିବେ। ନୋଡାଲ ଅଧିକାରୀ ତଥା ଶ୍ରମ ଆୟୁକ୍ତ ତିରୁମାଳା ନାୟକ କହିଛନ୍ତି, ଚଳିତବର୍ଷ ଡଟ୍‌ଫେଷ୍ଟକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଉଭୟ ଆଞ୍ଚଳିକ ଓ ଜାତୀୟ କଳାକାରଙ୍କ ପାଇଁ ଏକ ପ୍ଲାଟ୍‌ଫର୍ମ ସୃଷ୍ଟି କରାଯାଇଛି। ଓଡିଶା ପ୍ରତିଭାର ଗନ୍ତାଘର ଏବଂ ଏହା ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଆସୁଥିବାରୁ ଅତ୍ୟନ୍ତ ଖୁସି ଲାଗୁଛି ବୋଲି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା…

‘ଦେଶବାସୀଙ୍କୁ Slow Poison ଦେଉଛନ୍ତି ସରକାର’

ନୂଆଦିଲ୍ଲୀ,୨୪। ୫: ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟି (AAP)ର ଜାତୀୟ…

ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ, ନିଶାଶକ୍ତ ଅବସ୍ଥାରେ ମା’କୁ ପିଟିପିଟି ମାରିଦେଲେ

ରାଜକନିକା,୨୪।୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳ ବଳରାମପୁର ପଞ୍ଚାୟତ ପାତୁଳି ଗାଁରେ ଶନିବାର ବିଳମ୍ଵିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା ।…

ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ପାଇଁ ନୂଆ କର୍ମକର୍ତ୍ତା ଚୟନ: ସଭାପତି ହେଲେ…

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ନିମନ୍ତେ ଚଳିତବର୍ଷର ସଭ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ରବିବାର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri