କାର୍ଯ୍ୟକ୍ଷମ ହେଉନି ଛାତ୍ରୀନିବାସ

ଲାଠୋର, ୨୬ା୧୨(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକରେ ୩ଟି ସ୍କୁଲରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ଛାତ୍ରୀ ନିବାସ ନିର୍ମାଣ ହୋଇଛି। ନିର୍ମାଣ ପରେ ୨ବର୍ଷ ହେଲା ସମ୍ପୃକ୍ତ ସ୍କୁଲକୁ ଏହା ହସ୍ତାନ୍ତର କରାଯାଇ ସାରିଛି। ହେଲେ ଏହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇନାହିଁ। ସେଗୁଡିକ ହେଲା ଟଙ୍କପାଣି ପଞ୍ଚାୟତ ସରେଇବାହାଲ ଉଚ୍ଚ ବିଦ୍ୟାଳୟ, ସାହାଜପାଣି ପଞ୍ଚାୟତ ଫୁଲକିମୁଣ୍ଡା ଉଚ୍ଚ ବିଦ୍ୟାଳୟ ଓ ସାହାଜପାଣି ସେବାଶ୍ରମ। ପଳରେ ଯେଉଁ ଉଦ୍ଦେଶ୍ୟ ରଖି ଏ ସବୁ ନିର୍ମାଣ ହୋଇଥିଲା ତାହା ସାକାର ହୋଇ ପାରିନାହିଁ। ଛାତ୍ରୀମାନେ ଶିକ୍ଷାନୁଷ୍ଠାନରେ ରହି ପଢିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଲାଠୋର ଅଞ୍ଚଳର କେତେକ ସାମାଜିକ ସଂଗଠନ ସ୍ବର ଉଠାଇଛନ୍ତି। ଅବିଳମ୍ବେ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।
ଅନୁସୂଚିତ ଜାତି ଜନଜାତି ମହିଳାଙ୍କ କ୍ଷେତ୍ରରେ ଶିକ୍ଷାର ବିକାଶ ପାଇଁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ୨୦୧୯ମସିହାରେ ସରେଇବାହାଲ ଉଚ୍ଚ ବିଦ୍ୟାଳୟରେ ୬୦ ଲକ୍ଷ ଟଙ୍କା ବ୍ୟୟରେ ୧୨୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ଛାତ୍ରୀ ନିବାସ, ସାହାଜପାଣି ସେବାଶ୍ରମରେ ୭୯.୮୭ ଲକ୍ଷ ଟଙ୍କା ବ୍ୟୟରେ ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜାତି ଛାତ୍ରୀ ନିବାସ ଏବଂ ଫୁଲକିମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ୬୦ ଲକ୍ଷ ଟଙ୍କା ବ୍ୟୟରେ ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ଛାତ୍ରୀ ନିବାସ ନିର୍ମାଣ କରାଯାଇଥିଲା। ୨୦୨୦ ମସିହାରେ ନିର୍ମାଣ ପରେ ଛାତ୍ରୀ ନିବାସକୁ ସମ୍ପୃକ୍ତ ସ୍କୁଲକୁ ହସ୍ତାନ୍ତର କରାଯାଇ ସାରିଛି। ହସ୍ତାନ୍ତର କରାଯାଇଥିଲେ ସୁଦ୍ଧା ଆଜି ଯାଏ ବିଭିନ୍ନ ଆନୁସାଙ୍ଗିକ ଅବ୍ୟବସ୍ଥା ଯୋଗୁଁ ତାହା କାର୍ଯ୍ୟକ୍ଷମ ହୋଇ ପାରିନାହଁି। ଛାତ୍ରୀ ନିବାସ ଗୁଡ଼ିକରେ ସୁରକ୍ଷା ପାଇଁ ବାଡ଼, ରନ୍ଧନ କାର୍ଯ୍ୟ ପାଇଁ ସାମଗ୍ରୀ, ଖଟ, କମ୍ବଳ ଆଦି ସାମଗ୍ରୀର ଉପଲବ୍ଧ ହୋଇନାହିଁ। ଗତ ଏପ୍ରିଲ ୧୯ତାରିଖରେ ଜିଲାପାଳ ତାଙ୍କ କାର୍ଯ୍ୟାଳୟ ପତ୍ରସଂଖ୍ୟା ୧୧୪୯ରେ ତୁରନ୍ତ ସମ୍ପୃକ୍ତ ଛାତ୍ରୀ ନିବାସଗୁଡ଼ିକୁ କାର୍ଯ୍ୟକ୍ଷମ କରି ଛାତ୍ରୀମାନଙ୍କୁ ଆଡ଼ମିସନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏ ନେଇ କୌଣସି ପଦକ୍ଷେପ ନିଆଗଲା ନାହିଁ। କେଉଁଠି ବିଦ୍ୟୁତ ସଂଯୋଗ ହୋଇ ନାହିଁ ତ ଆଉ କେଉଁଠି ସୁରକ୍ଷା ପାଇଁ ବାଡ଼ର ବ୍ୟବସ୍ଥା ହୋଇ ପାରିନାହଁି। ଏପରିକି ଛାତ୍ରୀ ନିବାସ ପାଇଁ ସିସିଏ ଏବଂ ମେଟ୍ରନ ନିଯୁକ୍ତି କରାଯାଇନାହଁି। ଏନେଇ ଜିଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳଙ୍କୁ ପଚାରିବାରେ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଏବଂ କର୍ମଚାରୀ ନିଯୁକ୍ତି ପାଇଁ ସରକାରଙ୍କୁ ଚିଠି କରାଯାଇଛି। ଆସନ୍ତା ସେସନରୁ ଛାତ୍ରୀ ନିବାସ କାର୍ଯ୍ୟକ୍ଷମ ହୋଇଯିବ ବୋଲି କହିଥିଲେ। ଅବିଳମ୍ବେ ଛାତ୍ରୀ ନିବାସ କାର୍ଯ୍ୟକ୍ଷମ କରିବାକୁ ମାଲପଡ଼ାର ଡାଇଜ ଯୁବ ଅନୁଷ୍ଠାନ, ଲାଠୋରର ସାବାସ ସାମାଜିକ ପରିବର୍ତ୍ତନ ସଂଙ୍ଗଠନ ଓ ପଞ୍ଚାୟତସ୍ତରୀୟ ହରିଜନ ଆଦିବାସୀ ବିକାଶ ଯୁବ ପରିଷଦ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri