କାର୍ଯ୍ୟକ୍ଷମ ହେଉନି ଛାତ୍ରୀନିବାସ

ଲାଠୋର, ୨୬ା୧୨(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକରେ ୩ଟି ସ୍କୁଲରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ଛାତ୍ରୀ ନିବାସ ନିର୍ମାଣ ହୋଇଛି। ନିର୍ମାଣ ପରେ ୨ବର୍ଷ ହେଲା ସମ୍ପୃକ୍ତ ସ୍କୁଲକୁ ଏହା ହସ୍ତାନ୍ତର କରାଯାଇ ସାରିଛି। ହେଲେ ଏହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇନାହିଁ। ସେଗୁଡିକ ହେଲା ଟଙ୍କପାଣି ପଞ୍ଚାୟତ ସରେଇବାହାଲ ଉଚ୍ଚ ବିଦ୍ୟାଳୟ, ସାହାଜପାଣି ପଞ୍ଚାୟତ ଫୁଲକିମୁଣ୍ଡା ଉଚ୍ଚ ବିଦ୍ୟାଳୟ ଓ ସାହାଜପାଣି ସେବାଶ୍ରମ। ପଳରେ ଯେଉଁ ଉଦ୍ଦେଶ୍ୟ ରଖି ଏ ସବୁ ନିର୍ମାଣ ହୋଇଥିଲା ତାହା ସାକାର ହୋଇ ପାରିନାହିଁ। ଛାତ୍ରୀମାନେ ଶିକ୍ଷାନୁଷ୍ଠାନରେ ରହି ପଢିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଲାଠୋର ଅଞ୍ଚଳର କେତେକ ସାମାଜିକ ସଂଗଠନ ସ୍ବର ଉଠାଇଛନ୍ତି। ଅବିଳମ୍ବେ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।
ଅନୁସୂଚିତ ଜାତି ଜନଜାତି ମହିଳାଙ୍କ କ୍ଷେତ୍ରରେ ଶିକ୍ଷାର ବିକାଶ ପାଇଁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ୨୦୧୯ମସିହାରେ ସରେଇବାହାଲ ଉଚ୍ଚ ବିଦ୍ୟାଳୟରେ ୬୦ ଲକ୍ଷ ଟଙ୍କା ବ୍ୟୟରେ ୧୨୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ଛାତ୍ରୀ ନିବାସ, ସାହାଜପାଣି ସେବାଶ୍ରମରେ ୭୯.୮୭ ଲକ୍ଷ ଟଙ୍କା ବ୍ୟୟରେ ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜାତି ଛାତ୍ରୀ ନିବାସ ଏବଂ ଫୁଲକିମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ୬୦ ଲକ୍ଷ ଟଙ୍କା ବ୍ୟୟରେ ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ଛାତ୍ରୀ ନିବାସ ନିର୍ମାଣ କରାଯାଇଥିଲା। ୨୦୨୦ ମସିହାରେ ନିର୍ମାଣ ପରେ ଛାତ୍ରୀ ନିବାସକୁ ସମ୍ପୃକ୍ତ ସ୍କୁଲକୁ ହସ୍ତାନ୍ତର କରାଯାଇ ସାରିଛି। ହସ୍ତାନ୍ତର କରାଯାଇଥିଲେ ସୁଦ୍ଧା ଆଜି ଯାଏ ବିଭିନ୍ନ ଆନୁସାଙ୍ଗିକ ଅବ୍ୟବସ୍ଥା ଯୋଗୁଁ ତାହା କାର୍ଯ୍ୟକ୍ଷମ ହୋଇ ପାରିନାହଁି। ଛାତ୍ରୀ ନିବାସ ଗୁଡ଼ିକରେ ସୁରକ୍ଷା ପାଇଁ ବାଡ଼, ରନ୍ଧନ କାର୍ଯ୍ୟ ପାଇଁ ସାମଗ୍ରୀ, ଖଟ, କମ୍ବଳ ଆଦି ସାମଗ୍ରୀର ଉପଲବ୍ଧ ହୋଇନାହିଁ। ଗତ ଏପ୍ରିଲ ୧୯ତାରିଖରେ ଜିଲାପାଳ ତାଙ୍କ କାର୍ଯ୍ୟାଳୟ ପତ୍ରସଂଖ୍ୟା ୧୧୪୯ରେ ତୁରନ୍ତ ସମ୍ପୃକ୍ତ ଛାତ୍ରୀ ନିବାସଗୁଡ଼ିକୁ କାର୍ଯ୍ୟକ୍ଷମ କରି ଛାତ୍ରୀମାନଙ୍କୁ ଆଡ଼ମିସନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏ ନେଇ କୌଣସି ପଦକ୍ଷେପ ନିଆଗଲା ନାହିଁ। କେଉଁଠି ବିଦ୍ୟୁତ ସଂଯୋଗ ହୋଇ ନାହିଁ ତ ଆଉ କେଉଁଠି ସୁରକ୍ଷା ପାଇଁ ବାଡ଼ର ବ୍ୟବସ୍ଥା ହୋଇ ପାରିନାହଁି। ଏପରିକି ଛାତ୍ରୀ ନିବାସ ପାଇଁ ସିସିଏ ଏବଂ ମେଟ୍ରନ ନିଯୁକ୍ତି କରାଯାଇନାହଁି। ଏନେଇ ଜିଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳଙ୍କୁ ପଚାରିବାରେ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ଏବଂ କର୍ମଚାରୀ ନିଯୁକ୍ତି ପାଇଁ ସରକାରଙ୍କୁ ଚିଠି କରାଯାଇଛି। ଆସନ୍ତା ସେସନରୁ ଛାତ୍ରୀ ନିବାସ କାର୍ଯ୍ୟକ୍ଷମ ହୋଇଯିବ ବୋଲି କହିଥିଲେ। ଅବିଳମ୍ବେ ଛାତ୍ରୀ ନିବାସ କାର୍ଯ୍ୟକ୍ଷମ କରିବାକୁ ମାଲପଡ଼ାର ଡାଇଜ ଯୁବ ଅନୁଷ୍ଠାନ, ଲାଠୋରର ସାବାସ ସାମାଜିକ ପରିବର୍ତ୍ତନ ସଂଙ୍ଗଠନ ଓ ପଞ୍ଚାୟତସ୍ତରୀୟ ହରିଜନ ଆଦିବାସୀ ବିକାଶ ଯୁବ ପରିଷଦ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri