Posted inରାଜ୍ୟ

ଦୋରା, ଦୁରୁଆ ସମ୍ପ୍ରଦାୟ ପାଇବେ ଆଦିବାସୀ ମାନ୍ୟତା: ଏସ୍‌ସି, ଏସ୍‌ଟି ସଂଶୋଧନ ବିଲ୍‌କୁ ସଂସଦର ମଞ୍ଜୁରୀ

ନୂଆଦିଲ୍ଲୀ (ପି.ଟି.)/ଜୟପୁର (ପବନ ପାଣିଗ୍ରାହୀ), ୯ା୨: ଦୀର୍ଘ ଦିନର ଦାବି ପରେ ଦୋରା ଓ ଦୁରୁଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିଛି। ଏହି ସମ୍ପ୍ରଦାୟର ଲୋକେ ଆନ୍ଦୋଳନ ଓ ବିକ୍ଷୋଭ ସହ ନିର୍ବାଚନ ମଧ୍ୟ ବର୍ଜନ କରିଥିଲେ। ୨୦୧୯ ପରଠୁ ଅନେକ ସମୟରେ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ରାୟଗଡା ଜିଲା ଝଡ଼ିଆ, କୋରାପୁଟ ଜିଲାର ଦରା ଓ ଦୁରୁଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପାଇଁ ସଂସଦରେ ଉଠାଇଥିଲେ। ଗୁରୁବାର ଲୋକ ସଭାରେ ଦୋରା ଓ ଦୂରୁଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ନେଇ ବିଲ ପାସ୍‌ ହେବା ପରେ ଏମ୍‌ପି ସପ୍ତଗିରି ଖୁସି ପ୍ରକଟ କରିଛନ୍ତି।

ସପ୍ତଗିରି କହିଛନ୍ତି, ଆଦିବାସୀ ମାନ୍ୟତାରୁ ବଞ୍ଚିତ, ଧୁରୁଆ, କୋଣ୍ଡା ରେଡ୍ଡୀ, ଦୋରା (ଯାଥା – ମୁକାଦୋରା ଓ ନୁକା ଦୋରା), ଚୁକ୍ଟିଆ ଭୁଞ୍ଜିିଆ, ପାଉଡି ଭୂୟଁା, ତାମଡିଆଙ୍କ ବିଭିନ୍ନ ବର୍ଗ, ସାରା, ରାଜୁଆଡ଼, ସେଲିଆ ପରଜାଙ୍କ ବିଭିନ୍ନ ବର୍ଗ, ମାଙ୍କିଡିଆ, କୁଅଁର ସମ୍ପ୍ରଦାୟର ବିଭିନ୍ନ ବର୍ଗ, କନ୍ଧଙ୍କ ବିଭିନ୍ନ ବର୍ଗ ଓ ବଣ୍ଡା ପରଜାଙ୍କ ବିଭିନ୍ନ ବର୍ଗଙ୍କୁ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରିବା ପାଇଁ ଆଗତ ବିଲ୍‌ ଗୁରୁବାର ଲୋକ ସଭାର ମଞ୍ଜୁରୀ ପାଇଛି। ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ଅନୁସୂଚୀତ ଜାତି (ଏସ୍‌ସି) ଏବଂ ଅନୁସୂଚୀତ ଜନଜାତି (ଏସ୍‌ଟି) ତାଲିକାରେ ସଂଶୋଧନ ପ୍ରସ୍ତାବ ସମ୍ପର୍କିତ ଏହି ବିଧେୟକ ଧ୍ୱନିମତରେ ପାରିତ ହୋଇଛି। କୋରାପୁଟ ଜିଲା କଣ୍ଡା ଦୋରା, ନୁକା ଦୋରା ଓ ଦୁରୂଆ ସମ୍ପ୍ରଦାୟ ମଧ୍ୟ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri