ଅତାବିରାରେ ଉଠୁନି ଧାନ ଭର୍ତ୍ତି ହୋଇଗଲାଣି ମଣ୍ଡି: ୧୫ ଦିନରେ ସାଢେ ୩ ଲକ୍ଷରୁ ଊର୍ଦ୍ଧ୍ୱ ପଡ଼ିରହିଛି

ଅତାବିରା /ଗୋଡ଼ଭଗା, ୧୩ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ):ବରଗଡ଼ ଜିଲା ଅତାବିରା ଆର୍‌ଏମସି ଅଧୀନରେ ଥିବା ମଣ୍ଡି ଗୁଡିକରେ ଦିନକୁ ଦିନ ଧାନ ପଡିରହିବାର ପରିମାଣ ବଢିବାକୁ ଲାଗିଛି। ନଭେମ୍ବର ୨୮ରୁ ମାର୍କେଟ ଖୋଲିଥିଲେ ବି ଚଳିତ ମାସ ୨ ତାରିଖ ରାତ୍ରିରେ ପ୍ରଥମ ଥର ଖରିଫ ଧାନ ଗୋଡ଼ଭଗା ମଣ୍ଡିରୁ ଉଠିଥିଲା l ତେବେ ଧାନ ଉଠାଣରେ ମନ୍ଥରତା ଲଗାତାର ରହି ଆସୁଛି l ଯେଉଁଭଳି ମଣ୍ଡିକୁ ଧାନ ଆସୁଛି ସେହି ଅନୁପାତରେ ଧାନ ଉଠୁ ନ ଥିବାରୁ ମଣ୍ଡି ଗୁଡିକରେ ଧାନ ଭର୍ତ୍ତି ହୋଇ ଗଲାଣି l ଖରିଫ ଧାନ କିଣାବିକାର ୧୫ ଦିନରେ ୨ଲକ୍ଷ ୨୮ହଜାର ୩୮୯ ପ୍ୟାକେଟ ଧାନ ଉଠିଥିବା ବେଳେ ୩ଲକ୍ଷ ୫୫ ହଜାର ୨୭୩ରୁ ଊର୍ଦ୍ଧ୍ୱ ପ୍ୟାକେଟ ଧାନ ବିଭିନ୍ନ ମଣ୍ଡିରେ ପଡ଼ି ରହିଛି। ଯାହାକି ଚାଷୀଙ୍କୁ ଚିନ୍ତାରେ ପକାଇଛି। ଏହାକୁ ନେଇ ବିଭିନ୍ନ ମଣ୍ଡିରେ ଉତ୍ତେଜନା ଲାଗି ରହିଛି। ଯାହାର ପ୍ରତିଫଳନ ସ୍ବରୂପ ଚାଷୀ ଗତ ୯ ତାରିଖ ବରଗଡ଼ ଜିଲା ଅତାବିରା ବ୍ଲକ ଅଧିନ ଗୋଡ଼ଭଗା ମଣ୍ଡି ସମ୍ମୁଖରେ ସମ୍ବଲପୁର – ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଥିଲେ l
ସରକାରୀ ସୂଚନା ମୁତାବକ, ଶୁକ୍ରବାର ଅତାବିରା ଆରଏମସି ଅଧୀନ ବିଭିନ୍ନ ମଣ୍ଡିକୁ ୮୮ ହଜାର ୬୩ ପ୍ୟାକେଟ ଧାନ ଆସିଥିବା ବେଳେ ୬୧୧ ଜଣ ଚାଷୀଙ୍କ ମାତ୍ର ୭୪ ହଜାର ୧୮୧ ପ୍ୟାକେଟ ଧାନ ଉଠିଛି। ମଣ୍ଡି ଖୋଲିବାର ୧୫ ଦିନ ମଧ୍ୟରେ ୫ ଲକ୍ଷ ୮୩ ହଜାର ୬୬୨ ପ୍ୟାକେଟ ଧାନ ଆସିଥିବା ବେଳେ ମୋଟ ୧୮୪୧ ଜଣ ଚାଷୀଙ୍କ ମାତ୍ର ୨ଲକ୍ଷ ୨୮ହଜାର ୩୮୯ ପ୍ୟାକେଟ ଧାନ ବିକ୍ରି ହୋଇଛି। ଫଳରେ ଅତାବିରା ଆର୍‌ଏମ୍‌ସି ଅଧୀନ ବିଭିନ୍ନ ମଣ୍ଡିରେ ଶୁକ୍ରବାର ବଜାର ବନ୍ଦ ହେବା ବେଳକୁ ୩ଲକ୍ଷ ୫୫ ହଜାର ୨୭୩ ପ୍ୟାକେଟ ଧାନ ପଡ଼ି ରହିଛି। ଦିନକୁ ଦିନ ମଣ୍ଡିରେ ବଢ଼ି ଚାଲିଥିବା ଧାନ ପରିମାଣକୁ ଦେଖି ସରକାର ଓ ସ୍ଥାନୀୟ ପ୍ରଶାସନ ବିହିତ ପଦକ୍ଷେପ ନେଇ ଶୀଘ୍ର ଧାନ କିଣିବାର ବ୍ୟବସ୍ଥା କରିବାକୁ ଦାବି ହେଉଛି l ତା’ନ ହେଲେ ପୁଣି ଏକ ବଡ଼ ଧରଣର ଚାଷୀ ଆନ୍ଦୋଳନ ହେବ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର 

ବ୍ରହ୍ମପୁର,୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ସଡ଼କ ଦୁର୍ଘଟଣା ହ୍ରାସ  ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

President Droupadi Murmu to visit Odisha: କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ…

ଭୁବନେଶ୍ୱର,୩୧।୧: ଫେବୃଆରୀ ପ୍ରଥମ ସପ୍ତାହରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri