ଅପରାଜିତା ବୋକା ବନାଇବାକୁ ଚେଷ୍ଟା ନ କରନ୍ତୁ: ମାନସ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ସପକ୍ଷରେ ଭାଜପାର କେତେଜଣ ବରିଷ୍ଠ ନେତା ମତ ଦେଇ ଆସୁଥିବା ବେଳେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଅପରପକ୍ଷରେ ଅପରାଜିତାଙ୍କ ଏଭଳି ଅଭିଯୋଗକୁ ବିଜେଡି ଜବାବ୍‌ ଦେଇଛି। ଅପରାଜିତା ପ୍ରଥମେ ଆନ୍‌ସିଏଣ୍ଟ ମନୁମେଣ୍ଟସ ଆଣ୍ଡ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ, ୧୯୫୮(ଏଏମ୍‌ଏସ୍‌ଏଆର୍‌)କୁ ଭଲ ଭାବେ ପଢ଼ି ତା’ପରେ ମନ୍ତବ୍ୟ ଦିଅନ୍ତୁ। ରାଜ୍ୟବାସୀଙ୍କୁ ସେ ବୋକା ନ ବନାନ୍ତୁ ବୋଲି ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ କହିଛନ୍ତି।
ଏକ ଭିଡିଓ ବାର୍ତ୍ତା ଏବଂ ଟୁଇଟ୍‌ ଜରିଆରେ ଅପରାଜିତାଙ୍କୁ ଟାର୍ଗେଟ କରି ମାନସ କହିଛନ୍ତି, ସେ ଜଣେ ଆଇଏଏସ୍‌ ଅଫିସର ନୁହନ୍ତି କି ଅପରାଜିତାଙ୍କ ଭଳି ସେ କୌଣସି ଗବେଷଣା କରି ନାହାନ୍ତି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୋଲକାତାଠାରେ ଥିବା ଭାରତୀୟ ପ୍ରତ୍ନତତ୍ୱ ସର୍ଭେ(ଏଏସ୍‌ଆଇ)ର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଏଏମ୍‌ଏସ୍‌ଏଆର୍‌ ଆକ୍ଟର ସେକ୍‌ସନ -୨୦ ଅନୁଯାୟୀ ଐତିହ୍ୟ ବାଇ-ଲ’ ଚିଠା ପ୍ରସ୍ତୁତିର କ୍ଷମତାପ୍ରାପ୍ତ ଅଧିକାରୀ ା ଏହି ଆଇନକୁ ଯେ କୌଣସି ବ୍ୟକ୍ତି ୫ ମିନିଟ୍‌ରେ ପଢ଼ି ମଧ୍ୟ ଜାଣିପାରିବ। ତାଙ୍କ ବକ୍ତବ୍ୟକୁ ଅପରାଜିତା ଯେଭଳି ଭୁଲ୍‌ ଦର୍ଶାଇଛନ୍ତି ତାହା ତାଙ୍କୁ ବ୍ୟଥିତ କରିଛି ବୋଲି ମାନସ କହିଛନ୍ତି। ସେ ନିର୍ଦ୍ଦିଷ୍ଟ ଭାବେ ଦର୍ଶାଇଥିଲେ, କୋଲକାତାଠାରେ ଥିବା ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ହେଉଛନ୍ତି ଚିଠା ଐତିହ୍ୟ ବାଇ-ଲ’ ପ୍ରସ୍ତୁତିର କ୍ଷମତାପ୍ରାପ୍ତ ଅଧିକାରୀ ଯାହାକି ବର୍ତ୍ତମାନର ପ୍ରଶ୍ନବାଚୀ। ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ଚିଠା ଐତିହ୍ୟ ବାଇ-ଲ’ ପ୍ରସ୍ତୁତିର କ୍ଷମତାପ୍ରାପ୍ତ ଅଧିକାରୀ ନୁହନ୍ତି। କୋଲକାତାଠାରେ ଥିବା ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଓଡ଼ିଶାର ମନ୍ଦିରଗୁଡିକ ଲାଗି ଐତିହ୍ୟ ବାଇ-ଲ’ ପ୍ରସ୍ତାବ ପଠାଇଛନ୍ତି ା ଯେହେତୁ ଅପରାଜିତା ଓଡ଼ିଶାର ସଂସ୍କୃତି ବିଷୟରେ ଅବଗତ ନୁହନ୍ତି, ତେଣୁ ଧାର୍ମିକ ଭାବନା ସହ ଜଡ଼ିତ ବିଗ୍ରହ, ସେବାୟତ ଏବଂ ଭକ୍ତଙ୍କର ଯେଉଁ ସମ୍ପର୍କ ରହିଛି ତାହା ବୁଝିବା ତାଙ୍କ ପକ୍ଷେ କଷ୍ଟକର ବୋଲି ମାନସ କହିଛନ୍ତି। ସେ ଆହୁରି କହିଛନ୍ତି, ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୋଧହୁଏ ଭଲଭାବେ ଏହି ସ୍ପର୍ଶକାତର ପ୍ରସଙ୍ଗକୁ ବୁଝିପାରିଛନ୍ତି। ଅପରାଜିତା ଦୀର୍ଘଦିନ ଧରି ଜଣେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି ା ଯାହା ଜଣାପଡୁଛି ସେ ଏଏମ୍‌ଏସ୍‌ଏଆର୍‌ ଆକ୍ଟକୁ ଠିକଣା ଭାବେ ପଢ଼ିନାହାନ୍ତି କିମ୍ବା ଜାଣିଶୁଣି ମନଗଢ଼ା କଥା କହୁଛନ୍ତି। ତେଣୁ ସବୁଠାରୁ ଭଲ ହେବ ଅପରାଜିତା ପ୍ରଥମେ ଆଇନକୁ ପଢ଼ି ଏସବୁ ପ୍ରଶ୍ନର ଉତ୍ତର ଦିଅନ୍ତୁ। ଏଏମ୍‌ଏସ୍‌ଏଆର୍‌ ଆକ୍ଟର ସେକ୍ସନ -୨୦ ଅନୁଯାୟୀ ଐତିହ୍ୟ ବାଇ-ଲ’, ଯାହାକି ଏକାମ୍ର କ୍ଷେତ୍ରକୁ ପ୍ରଭାବିତ କରୁଛି ତାହାକୁ ତିଆରି କରିବା ପାଇଁ କିଏ କ୍ଷମତାପ୍ରାପ୍ତ ଅଧିକାରୀ ତାହା ଅପରାଜିତା ସ୍ପଷ୍ଟ କରନ୍ତୁ ବୋଲି ମାନସ ପ୍ରଶ୍ନ କରିଛନ୍ତି। ମିଥ୍ୟା ତଥ୍ୟ ଉପସ୍ଥାପନ ଦ୍ୱାରା ଓଡ଼ିଶା ଲୋକଙ୍କୁ ଅପରାଜିତା ବୋକା ବନାଇବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ମାନସ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri