Posted inଜାତୀୟ

ବ୍ୟବସ୍ଥା ବିଗାଡ଼ିବାକୁ ଉଦ୍ୟମ କରନାହିଁ

ନୂଆଦିଲ୍ଲୀ,୧୭ା୪: ନିର୍ବାଚନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌) ଜାଲିଆତି ନେଇ ଅଭିଯୋଗ ବଢ଼ିବାରେ ଲାଗିଛି। ଇଭିଏମ୍‌ ସହ ଭୋଟର ଭେରିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ୍‌ (ଭିଭିପିଏଟି)ର ୧୦୦ ପ୍ରତିଶତ ପେପର୍‌ ସ୍ଲିପ୍‌କୁ ମେଳ କଲେ ଗୁପ୍ତ ମତଦାନ ବ୍ୟବସ୍ଥାରେ ରହିଥିବା ତ୍ରୁଟିକୁ ସୁଧାରିହେବ ବୋଲି ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ ହୋଇଛି। ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଏହାର ଶୁଣାଣି କରି ଇଭିଏମ୍‌ ସମାଲୋଚକଙ୍କୁ କହିଛନ୍ତି, ବ୍ୟବସ୍ଥା ବିଗାଡ଼ିବାକୁ ଉଦ୍ୟମ କରନ୍ତୁ ନାହିଁ। ପୂର୍ବରୁ ବାଲଟ୍‌ ପେପର ଜରିଆରେ ମତଦାନ କରାଯାଉଥିବାବେଳେ କିପରି ବହୁଳ ଭାବେ ବୁଥ୍‌ କ୍ୟାପ୍ଚରିଂ ହେଉଥିଲା ତାକୁ ସ୍ମରଣ କରିବାକୁ ଅଦାଲତ କହିଛନ୍ତି।
ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ବେଳେ ଜଣେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ ଯୁକ୍ତି ବାଢ଼ିଥିଲେ, ଇଭିଏମ୍‌ ବ୍ୟବସ୍ଥା ଖରାପ ବୋଲି ଆମେ କହୁନାହୁଁ। ମୂଳ କଥା ହେଉଛି, ଭୋଟର ମତଦାନ କରିବା ପରେ ଯାହାଙ୍କୁ ଭୋଟ ଦେଇଛନ୍ତି, ସେହି ପ୍ରାର୍ଥୀଙ୍କ ସପକ୍ଷରେ ତାଙ୍କ ମତ ଯାଇଛି କି ନାହିଁ ତାହା ସନ୍ଦେହରେ ରହୁଛି। ସେହିପରି ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଯୁକ୍ତି ବାଢ଼ିଥିଲେ, ପୂର୍ବରୁ ଇଭିଏମ୍‌ ଜରିଆରେ ଭୋଟିଂ କରାଉଥିବା ଅଧିକାଂଶ ୟୁରୋପୀୟ ରାଷ୍ଟ୍ର ପୁଣି ବାଲଟ୍‌ ପେପରକୁ ଫେରିଲେଣି। ଆମେ ମଧ୍ୟ ଦେଶରେ ପେପର ବାଲଟ୍‌ ବ୍ୟବସ୍ଥାକୁ ଫେରିପାରିବା। ଅନ୍ୟ ଏକ ବିକଳ୍ପ ହେଉଛି, ମତଦାତାଙ୍କୁ ସେମାନଙ୍କ ଭିଭିପିଏଟି ସ୍ଲିପ୍‌ ପ୍ରଦାନ କରିବା। ଏହି ବ୍ୟବସ୍ଥାରେ ସ୍ବଚ୍ଛତା ରହିବା ଜରୁରୀ ବୋଲି ସେ କହିଥିଲେ। ଏପରି କି ଜର୍ମାନୀରେ ଏଭଳି କରାଯାଉଥିବା ସେ ଉଦାହରଣ ଦେଇଥିଲେ। ଏହା ଶୁଣିବା ପରେ ଜଷ୍ଟିସ୍‌ ଖାନ୍ନା କହିଥିଲେ, ଆମକୁ ୬୦ ଉପର ହେଲାଣି। ବାଲଟ୍‌ ପେପରରେ ଭୋଟିଂ ବେଳେ କ’ଣ ସବୁ ହେଉଥିଲା ଆମେ ଜାଣିଛୁ। ତାକୁ ଭୁଲିନାହୁଁ। ଜର୍ମାନୀରେ ୬ କୋଟି ଭୋଟର ଥିବାବେଳେ ଭାରତରେ ମତଦାତାଙ୍କ ସଂଖ୍ୟା ୯୭ କୋଟି। ୬୦ କୋଟି ଭିଭିପିଏଟି ସ୍ଲିପ୍‌କୁ ଗଣତି କରାଯିବା ଉଚିତ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri