ନିଆଁ ସହ ଖେଳ ନାହିଁ

ଓ୍ବାଶିଂଟନ/ବେଜିଂ,୩୦।୭: ତାଇଓ୍ବାନ ପ୍ରସଙ୍ଗରେ ପୁଣି ମୁହାଁମୁହିଁ ଅବସ୍ଥାରେ ଆମେରିକା ଓ ଚାଇନା। ଏହି ଦ୍ୱୀପ ରାଷ୍ଟ୍ରକୁ ନେଇ ମୁଣ୍ଡ ନ ଖେଳାଇବାକୁ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ଜିନ୍‌ପିଙ୍ଗ୍‌ ତାଇଓ୍ବାନକୁ ବଳପୂର୍ବକ ନିଜ ଅଧୀନକୁ ଆଣିବା ପାଇଁ ଶପଥ ନେଇଥିବାବେଳେ ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ଗସ୍ତକୁ ନେଇ ଦୁଇ ମହାଶକ୍ତି ମୁହଁ।ମୁହିଁ ହୋଇଛନ୍ତି।
ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଆଲୋଚନା ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ପଞ୍ଚମ ଆଲୋଚନା ବେଳେ ବାଇଡେନ୍‌ଙ୍କୁ ଜିନ୍‌ପିଙ୍ଗ୍‌ କହିଥିଲେ, ଯିଏ ନିଆଁ ସହ ଖେଳିବେ ସିଏ ଜଳିଯିବେ। ଆମେରିକା ଏହି କଥାକୁ ଭଲ ଭାବେ ବୁଝିପାରୁଥିବ। ଓ୍ବାଶିଂଟନ ‘ଓ୍ବାନ୍‌-ଚାଇନା ପ୍ରିନ୍ସିପଲ୍‌’କୁ ମାନିବା ଉଚିତ। ତାଇଓ୍ବାନର ସ୍ବାଧୀନତା ଓ ବାହ୍ୟ ହସ୍ତକ୍ଷେପକୁ ଚାଇନା ଦୃଢ଼ ବିରୋଧ କରେ। ଏହାର ଜବାବରେ ବାଇଡେନ୍‌ କହିଥିଲେ, ତାଇଓ୍ବାନ ଉପରେ ଆମେରିକାର ନୀତି ଅପରିବର୍ତ୍ତିତ ରହିଛି। ସମଗ୍ର ତାଇଓ୍ବାନ ପ୍ରଣାଳୀରେ ଶାନ୍ତି ଓ ସ୍ଥିରତାକୁ ନୂ୍ୟନ କରିବା କିମ୍ବା ସ୍ଥିତାବସ୍ଥା ବଦଳାଇବା ପାଇଁ ଏକତରଫା ଉଦ୍ୟମକୁ ଓ୍ବାଶିଂଟନ ବିରୋଧ କରେ। ଦୁଇ ନେତାଙ୍କ ଆଲୋଚନା ପରେ ସମର୍ଥନ ପାଇଁ ବାଇଡେନ୍‌ଙ୍କୁ ତାଇଓ୍ବାନ ଧନ୍ୟବାଦ ଦେଇଛି। ଆମେରିକା ସହ ସୁରକ୍ଷା ସହଯୋଗିତା ଆହୁରି ଦୃଢ଼ କରିବ ବୋଲି ତାଇଓ୍ବାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ବାଇଡେନ୍‌ ଓ ଜିନ୍‌ପିଙ୍ଗ୍‌ ଖୁବ୍‌ଶୀଘ୍ର ପ୍ରଥମ ଥର ପାଇଁ ସାମ୍ନାସାମ୍ନି ଆଲୋଚନା କରିପାରନ୍ତି। ଏହାର ପ୍ରସ୍ତୁତି ଅନୁଧ୍ୟାନ କରିବାକୁ ଦୁହେଁ ନିଜ ନିଜ ଟିମ୍‌କୁ ନିର୍ଦ୍ଦେଶ ଦେଇଥିବା ଆମେରିକାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୨ବର୍ଷ ପରେ ଜାଣିଲେ ଦେଶର ନାଗରିକ ନୁହଁନ୍ତି, ଏବେ କୋର୍ଟ ଧାଉଁଛନ୍ତି ଡାକ୍ତର…

ଓ୍ବାଶିଂଟନ୍‌,୧।୧୨: ଆମେରିକାର ଉତ୍ତର ଭର୍ଜିନିଆରେ ଆଶ୍ଚର୍ଯ୍ୟ କରିଦେବା ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ଡାକ୍ତର ଦୀର୍ଘ ୬୨ବର୍ଷ ପରେ ଦେଶର ନାଗରିକ ନୁହଁନ୍ତି...

କପ-୨୮ ସମ୍ମିଳନୀରେ ସାମିଲ ହୋଇଥିବା ନେତା ଏକାଠି ଆସିଲେ ନଜର, କ୍ଲିକ କରାଗଲା ଫଟୋ

ନୂଆଦିଲ୍ଲୀ,୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଳମ୍ବିତ ରାତିରେ ସଂଯୁକ୍ତ ରାଜ୍ୟ ଏମିରେଟ୍ସର ରାଜଧାନୀ ଦୁବାଇରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ଭାରତୀୟ ସମ୍ପ୍ରଦାୟ ତାଙ୍କୁ...

ମହିଳା ଜନ୍ମ କରନ୍ତୁ ୮ଟି ଲେଖାଏଁ ଶିଶୁ: ପୁଟିନ

ମସ୍କୋ,୧।୧୨: ଋଷିଆ-ୟୁକ୍ରେନ ସଂଘର୍ଷକୁ ଦେଢ ବର୍ଷରୁ ଅଧିକ ପୁରିଥିବାବେଳେ ଏଥିରେ ୩ଲକ୍ଷର ଅଧିକ ଲୋକ ନିହତ ହୋଇଛନ୍ତି। ପ୍ରାୟ ୮ରୁ ୯ଲକ୍ଷ ଲୋକ ଦେଶ ଛାଡି...

ଯୁଦ୍ଧବିରତି ଅବଧି ଶେଷ ହେବା ପରେ ପୁଣି ଗାଜା ଉପରେ ଆକ୍ରମଣ ଆରମ୍ଭ କଲା ଇସ୍ରାଏଲ

ଜେରୁଜେଲମ,୧।୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗତ କିଛି ଦିନ ଧରି ଚାଲିଥିବା ଯୁଦ୍ଧବିରତି ଅବଧି ଶେଷ ହେବା ପରେ ଇସ୍ରାଏଲ ପୁଣି ଥରେ ଗାଜା...

ଏହି ଦେଶରେ ସର୍ବପ୍ରଥମେ ହୋଇଥିଲା ଏକଜିଟ ପୋଲ, ଫଳାଫଳ ଏତେ ସଠିକ ଯେ ସମସ୍ତେ ହୋଇଥିଲେ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନକୁ ନେଇ ଏକଜିଟ ପୋଲ ସମଗ୍ର ଦେଶରେ ଆଲୋଚନାର କେନ୍ଦ୍ର ପାଲଟିଛି। ସମସ୍ତେ ଏ ବିଷୟରେ...

ବିଦାୟ ନେଲା ବିଶ୍ୱର ସବୁଠାରୁ ଦୁଃଖି ହାତୀ

ମନିଲା,୧।୧୨: ଫିଲିପାଇନ୍ସର ମନିଲା ପ୍ରାଣୀ ଉଦ୍ୟାନରେ ରହୁଥିବା ବିଶ୍ୱର ସବୁଠାରୁ ଦୁଃଖି ହାତୀର ମଙ୍ଗଳବାର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବିଶ୍ୱ ମାଲି କିମ୍ବା ମାଲି...

ବିମାନରୁ ଓହ୍ଲାଇବାକୁ ଅଧ ଘଣ୍ଟା ଅପେକ୍ଷା କଲେ ରାଷ୍ଟ୍ରପତି

ଦୋହା,୧।୧୨: ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ ୱାଲ୍ଟର ଷ୍ଟେନମେୟରଙ୍କୁ କତାରରେ ଅବତରଣ କରିବା ପରେ ବିମାନରେ ଅଧ ଘଣ୍ଟା ଅପେକ୍ଷା କରିବାକୁ ପଡିଥିବା ବେଳେ ତାଙ୍କୁ ଏକ...

ଚାଇନା ପରେ ଏବେ ଆମେରିକାରେ ବ୍ୟାପିଲାଣି ରହସ୍ୟମୟ ନିମୋନିଆ!

ଓ୍ବାଶିଂଟନ,୧।୧୨: ଆମେରିକାର ଓହିଓରେ ବହୁ ସଂଖ୍ୟକ ଶିଶୁ ରହସ୍ୟମୟ ନିମୋନିଆରେ ପୀଡିତ ହୋଇଥିବା କୁହାଯାଉଛି। ଏହି କାରଣରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚାଇନାରେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri