Posted inଜାତୀୟ

ପୋଲିସ ଅବା ସୈନ୍ୟବାହିନୀରେ ଯୋଗଦେବା ସମୟରେ କରନ୍ତୁ ନାହିଁ ଏସବୁ ଭୁଲ, ସୁପ୍ରିମ୍‌କୋର୍ଟଙ୍କ ଚେତାବନୀ…

ନୂଆଦିଲ୍ଲୀ,୨୫।୧୦ : ପୋଲିସ କିମ୍ବା ସେନାରେ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଦେଶର ଯୁବବର୍ଗମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବର। ନିଯୁକ୍ତି ପାଇଁ ଆବେଦନ କରିବାବେଳେ, କେତେକ ଭୁଲ ଯୋଗୁ ସେମାନଙ୍କୁ ସାରା ଜୀବନ ପାଇଁ ଅନୁତାପ କରିବାକୁ ପଡିପାରେ। ଏକ ନିଯୁକ୍ତି ନିୟମ ସମ୍ବନ୍ଧରେ ସୁପ୍ରିମକୋର୍ଟ ଏକଐତିହାସିକ ରାୟ ଦେଇଛନ୍ତି। ଯାହା ଅନୁଯାୟୀ ନିଯୁକ୍ତି ପାଇଁ ଆବେଦନ କରିବା ସମୟରେ ଅତୀତ ଏବଂ ଚରିତ୍ର ସହ ଜଡିତ ତଥ୍ୟ ଲୁଚାଇବା ମହଙ୍ଗା ପଡିପାରେ। ଯଦି ଅନୁସନ୍ଧାନରୁ ଜଣାପଡିବ ସୂଚନା ଲୁଚା ଯାଇଛି, ତେବେ ଆବେଦନକାରୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଯଦି କେହି ପୋଲିସ କିମ୍ବା ସେନାରେ ନିଯୁକ୍ତି ପାଇଁ ଆବେଦନ କରନ୍ତି ଏବଂ ସେ କୌଣସି ଅପରାଧିକ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ମଧ୍ୟ ଆବେଦନରେ ଏହା ଉଲ୍ଲେଖ ନ କରନ୍ତି, ତେବେ ଏହା ଅଯୋଗ୍ୟତା ପାଇଁ ଏକ ବଡ଼ କାରଣ ହେବ। ଜଷ୍ଟିସ ଅଭୟ ଏସ ଓକା ଏବଂ ଜଷ୍ଟିସ ପଙ୍କଜ ମିତ୍ତଲଙ୍କ ଏକ ବେଞ୍ଚ ତାମିଲନାଡୁ ପୋଲିସର ଆବେଦନ ଶୁଣି ରାଜ୍ୟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି। ଜଣେ ଆବେଦନକାରୀଙ୍କ ନିଯୁକ୍ତିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି ପୋଲିସ, ସେନା କିମ୍ବା ସୁରକ୍ଷା ବାହିନୀରେ ଯୋଗ ଦେଉଥିବା ଯୁବବର୍ଗମାନେ ଅପରାଧିକ ପୃଷ୍ଠଭୂମିରୁ ହେବା ଉଚିତ ନୁହେଁ। ଏହା ସମ୍ବନ୍ଧୀୟ ସୂଚନା ଆବେଦନ ଫର୍ମରେ ପଚରାଯାଇଥାଏ । ଏଭଳି ସୂଚନା ଲୁଚାଇବା ଦୋଷାବହ।

ଆବେଦନକାରୀ ଏହି ମାମଲା ବିଷୟରେ ସୂଚନା ଲୁଚାଇ ରଖିଥିଲେ। ସୁପ୍ରିମକୋର୍ଟଙ୍କ ଅନୁଯାୟୀ, ଯଦି ଜଣେ ଆବେଦନକାରୀ ତାଙ୍କ ଅପରାଧିକ ରେକର୍ଡ ସହ ଜଡିତ ସୂଚନା ପ୍ରଦାନ ନକରନ୍ତି, ତେବେ ଏହି ତଥ୍ୟ ଜାଣିଶୁଣି ଲୁଚି ରହିଛି ବୋଲି ବିବେଚନା କରାଯିବ। ଏହି ଆଧାରରେ ଆବେଦନକାରୀ ଚାକିରି ପାଇଁ ଅଯୋଗ୍ୟ ବିବେଚିତ ହେବେ। ସୁପ୍ରିମକୋର୍ଟ କହିଛନ୍ତି ଜେ ରଘୁନିସ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଆକ୍ରମଣ ମାମଲା ରୁଜୁ ହୋଇଥିଲା, କିନ୍ତୁ ସେ ପୋଲିସରେ ନିଯୁକ୍ତି ପାଇଁ ଆବେଦନ କରିବାବେଳେ ଏହି ତଥ୍ୟ ଲୁଚାଇ ରଖିଥିଲେ। କେତେକ ମାମଲାରେ ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା ସେତେବେଳେ ପୋଲିସ ବିଭାଗ ତାଙ୍କୁ ତାଙ୍କ ପଦରୁ ହଟାଇ ଦେଇଥିଲା। ସେ ନ୍ୟାୟ ପାଇବା ପାଇଁ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ତେବେ ଶୀର୍ଷକୋର୍ଟଙ୍କ ରାୟ ପୋଲିସ ବିଭାଗ ସପକ୍ଷରେ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri