ବିବାହ ପରେ ଆଦୌ କରନ୍ତୁନି ଏପରି ଭୁଲ, ନଚେତ୍‌…

ବିବାହ ପରେ ଝିଅମାନେ ଶାଶୁଘରକୁ ଯିବା ପରେ ଜୀବନରେ କିଛି ପରିବର୍ତ୍ତନ ଆସିଥାଏ। ଅଜଣା, ଅଚିହ୍ନା ଲୋକଙ୍କୁ ନିଜର କରି ଚଳିବାକୁ ପଡ଼ିଥାଏ। ବ୍ୟବହାର, ଚାଲିଚଳନ, କାମରେ ସନ୍ତୁଳନ ରକ୍ଷା କରି ଚାଲିବାକୁ ପଡ଼େ। ଏଥିରେ ବ୍ୟତିକ୍ରମ ହେଲେ ଶାଶୁଘରେ ଝଡ଼ ଉଠେ। ଏପରିକି ବିବାହ ବିଚ୍ଛେଦ ପର୍ଯ୍ୟନ୍ତ କଥା ଯାଇଥାଏ। ତେବେ ଝିଅଟି ଶାଶୁଘରେ କେମିତି ଚଳିଲେ ଘର ବୈକୁଣ୍ଠପୁର ସହ ସମାନ ହେବ ଜାଣନ୍ତୁ ସେ ବିଷୟରେ…

ଅଭିଯୋଗ କରିବା:

ଝିଅମାନେ ସାଧାରଣତଃ ବାପଘରେ ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ଥିଲେ। ସେଠି ଯାହା କରୁଥିଲେ ଚଳିଯାଉଥିଲା। ମାତ୍ର ଶାଶୁଘରକୁ ଆସିବା ପରେ ବାପଘରେ ଯାହା କରୁଥିଲେ ତାହା କରିବା ଉଚିତ୍‌ ନୁହେଁ। ଶାଶୁଘରେ ସମସ୍ତଙ୍କୁ ଆପଣାର କରି ଚଳିବା ଉଚିତ୍‌। ପ୍ରତିଟି କଥାରେ କାହା ନାଁରେ ଅଭିଯୋଗ କରିବା ଠିକ୍‌ ନୁହେଁ। ଛୋଟମୋଟ କଥାକୁ ନେଇ କଳି କରିବା ଅନୁଚିତ।

ମୋବାଇଲ ଦେଖିବା:

ଆଜିକାଲି ଡିଜିଟାଲ ଯୁଗ। ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ୍‌ ଫୋନ୍‌। ଝିଅଟିଏ ନୂଆ କରି ବୋହୂ ହୋଇ କାହା ଘରକୁ ଯାଇଥିଲେ ମୋବାଇଲରେ ଅଧିକ ସମୟ ନ ବିତାଇ ଘର ଲୋକଙ୍କୁ ଟାଇମ୍‌ ଦିଅନ୍ତୁ। ନଚେତ୍‌ ଏହା ଘରେ କଳିମଞ୍ଜି ସୃଷ୍ଟି କରିଥାଏ।

ଅଧିକ ଖର୍ଚ୍ଚ ନ କରିବା:

ଆପଣଙ୍କୁ ପ୍ରଥମେ ବୁଝିବାକୁ ହେବ ଶାଶୁଘରେ କ’ଣ କେମିତି ଖର୍ଚ୍ଚ ହୁଏ। ଯଦି ଆପଣ ଅଧିକ ଖର୍ଚ୍ଚି ହୋଇଥିବେ ତେବେ ଶାଶୁଘରେ ପଇସା ମାମଲାକୁ ନେଇ ଝଡ଼ ଉଠିବ। ଯେତିକି ଆବଶ୍ୟକ ସେତିକି ଖର୍ଚ୍ଚ କରିବେ। ନଚେତ୍‌ ଏହା ପରିବାର ଲୋକଙ୍କ ନଜରକୁ ଆସିଲେ ଅଯଥାରେ କଳିର ରୂପ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri