Posted inଖେଳ

ବିରାଟଙ୍କୁ ଭଲ ଲାଗିଲାନି ଦର୍ଶକଙ୍କ ଏପରି ବ୍ୟବହାର, ଧୋନୀଙ୍କ ସହ ମଧ୍ୟ ହୋଇଥିଲା

ଭଦୋଦରା,୧୧।୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ବିଜୟୀ ଇନିଂସ ଖେଳି ମଧ୍ୟ ଖୁସି ନାହାନ୍ତି ବିରାଟ କୋହଲି। ପଡ଼ିଆରେ ଦର୍ଶକଙ୍କ ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଷ୍ଟାର ବ୍ୟାଟର ବିରାଟ। ରୋହିତ ଶର୍ମା ଆଉଟ୍ ହେବା ପରେ କୋହଲି ପଡ଼ିଆକୁ ଆସିବା ସମୟରେ ଦର୍ଶକଙ୍କ ପ୍ରବଳ ଉତ୍ସାହ ଓ ଚିତ୍କାରକୁ ସେ ସହଜରେ ଗ୍ରହଣ କରିପାରିନାହାନ୍ତି।

ମ୍ୟାଚ୍ ଶେଷରେ କୋହଲି କହିଛନ୍ତି ଯେ, “ମୋତେ ଏହା ଆଦୌ ଭଲ ଲାଗୁନାହିଁ। ମୁଁ ପୂର୍ବରୁ ଏମ୍.ଏସ୍ ଧୋନିଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଦେଖିଛି। ମୁଁ ବୁଝିପାରୁଛି ଯେ ଦର୍ଶକମାନେ ଉତ୍ସାହିତ ହୋଇଥାନ୍ତି, କିନ୍ତୁ ଜଣେ ଖେଳାଳି ଆଉଟ୍ ହେବା ପରେ ଏଭଳି ଉତ୍ସବ ମନାଇବା ଠିକ୍ ନୁହେଁ। ଲୋକମାନେ ମୋତେ ଦେଖିବାକୁ ଆସୁଛନ୍ତି, ଏହା ମୋ ପାଇଁ ଏକ ଆଶୀର୍ବାଦ ଏବଂ ସେମାନଙ୍କୁ ଖୁସି ଦେଖିଲେ ମୋତେ ମଧ୍ୟ ଖୁସି ଲାଗେ, କିନ୍ତୁ ମୁଁ କେବଳ ମ୍ୟାଚ୍ ଉପରେ ଧ୍ୟାନ ରଖିବାକୁ ଚେଷ୍ଟା କରେ।”

ସୂଚନାଯୋଗ୍ୟ ଯେ, ଆଇପିଏଲ୍ ସମୟରେ ଚେନ୍ନାଇ ସୁପର କିଙ୍ଗସର ଦର୍ଶକମାନେ ମଧ୍ୟ ଧୋନିଙ୍କୁ ବ୍ୟାଟିଂ ପାଇଁ ଦେଖିବାକୁ ଅନ୍ୟ ଖେଳାଳିଙ୍କ ଆଉଟ୍‌କୁ ସେଲିବ୍ରେଟ୍ କରିବା ନଜରକୁ ଆସିଥାଏ।

ଏହି ମ୍ୟାଚ୍‌ରେ କୋହଲି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦ୍ରୁତତମ ୨୮,୦୦୦ ଆନ୍ତର୍ଜାତୀୟ ରନ୍ ପୂରଣ କରିଛନ୍ତି। ସେ ମାତ୍ର ୬୨୪ଟି ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ତେବେ କୋହଲି ୯୩ ରନ୍‌ର ଏକ ଦମଦାର ଇନିଂସ ଖେଳିଥିଲେ ମଧ୍ୟ ନିଜର ୮୫ତମ ଆନ୍ତର୍ଜାତୀୟ ଶତକରୁ ବଞ୍ଚିତ ହୋଇଛନ୍ତି।

ନ୍ୟୁଜିଲାଣ୍ଡର ୩୦୦ ରନ୍‌ର ପିଛା କରି ଭାରତ ୬ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। କେ.ଏଲ୍. ରାହୁଲ (ଅପରାଜିତ ୨୯ ରନ୍) ଶେଷ ମୁହୂର୍ତ୍ତରେ ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ କରି ଦଳକୁ ଜିତାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ୍ ୫୬ ରନ୍ ଏବଂ ଶ୍ରେୟସ ଆୟର ୪୯ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ୍ ମିଚେଲ୍ ସର୍ବାଧିକ ୮୪ ରନ୍ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀର ସୀମାରେ ମାଡ଼ିଆସିଲା ପାକିସ୍ତାନୀ ଡ୍ରୋନ୍: ହାଇଆଲର୍ଟରେ ଭାରତୀୟ ସେନା

ନୂଆଦିଲ୍ଲୀ,୧୧।୧: ଜମ୍ମୁ-କଶ୍ମୀରର ସୀମାନ୍ତ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏକାଧିକ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ ଦେଖାଯାଇଛି। ଏହାପରେ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।...

ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ପ୍ରଥମ ଦିନିକିଆ ଜିତିଲା ଭାରତ

ଭଦୋଦରା,୧୧।୧: ବିରାଟ କୋହଲିଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ...

IPLରୁ ମୁସ୍ତାଫିଜୁର ବାଦ୍, ବାଂଲାଦେଶର ଅମ୍ପାୟରଙ୍କୁ ଭାରତ ଆସିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୧୧।୧: ଗତ କିଛି ଦିନ ହେବ BCCI ଏବଂ ବାଂଲାଦେଶ କ୍ରିକେଟ ବୋର୍ଡ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। BCCI ନିର୍ଦ୍ଦେଶରେ KKR ଫ୍ରାଞ୍ଚାଇଜ୍ ଷ୍ଟାର୍...

ବିରାଟ କୋହଲିଙ୍କ ବିଶ୍ୱ ରେକର୍ଡ: ଶତକରୁ ବଞ୍ଚିତ ହୋଇ ମଧ୍ୟ ସଚିନଙ୍କୁ ପଛରେ ପକାଇଲେ

ଭଦୋଦରା,୧୧।୧: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟର ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ଇତିହାସ ରଚିଛନ୍ତି। ଭଦୋଦରାଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ...

ଆହୁରି ବଢ଼ିବ ଶୀତର ପ୍ରକୋପ: ୩ ଦିନ ମଧ୍ୟରେ ଏସବୁ ଜିଲାରେ…

ଭୁବନେଶ୍ୱର,୧୧।୧: ଓଡ଼ିଶାରେ ପୁଣି ବଢ଼ିବ ଶୀତର ପ୍ରକୋପ। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ପ୍ରାୟ ୨ ରୁ ୩...

ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟଙ୍କୁ SIR ନୋଟିସ୍, ଦେଲେ ଏପରି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୧।୧: ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟ ଆଡମିରାଲ ଅରୁଣ ପ୍ରକାଶଙ୍କୁ SIR ନୋଟିସ୍ ପଠାଇଛନ୍ତି ନିର୍ବାଚନ କମିଶନ। ଯାହାକୁ ନେଇ ବିବାଦ ଦେଖା ଦେଇଛି। ଦେଶର...

ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ, ଠିଆ ହୋଇଥିବା ବେଳେ….

ବେଲପାହାଡ, ୧୧/୧(ସୁବାସ ପ୍ରଧାନ): ବର୍ତ୍ତିଗଲା ବଡ଼ ଟ୍ରେନ ଦୁର୍ଘଟଣା । ଝାରସୁଗୁଡ଼ା ଜିଲାରେ ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ଝାରସୁଗୁଡା ଜିଲା ବେଲପାହାଡ଼...

India vs New Zealand 1st ODI: ଭାରତ ଆଗରେ ୩୦୧ ରନ୍‌ର ଟାର୍ଗେଟ୍

ନୂଆଦିଲ୍ଲୀ,୧୧।୧: ଭଦୋଦରାର କୋଟାମ୍ବି ଷ୍ଟାଡିୟମଠାରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଆଗରେ ୩୦୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ। ଟସ୍ ଜିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri