ଅଫିସ୍‌ରେ କରନ୍ତୁନି ଏହି କାମ…

ଅଫିସ୍‌ରେ ନିଜକୁ ଜଣେ ଭଲ କର୍ମଚାରୀର ପରିଚୟ ଦେବାକୁ ସମସ୍ତେ ଚାହାନ୍ତି। ହେଲେ କେବେ କେବେ ନିଜର ହିଁ କେତେକ ଭୁଲ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆଣିଥାଏ। ତେଣୁ ଅଫିସରେ କେଉଁସବୁ କାର୍ଯ୍ୟଠାରୁ ଦୂରେଇ ରହିବା ଆବଶ୍ୟକ, ଜାଣିରଖନ୍ତୁ ସେ ସମ୍ପର୍କରେ…

ସବୁବେଳେ ପ୍ରଶଂସା ପାଇବା ଆଶାରେ କାର୍ଯ୍ୟ କରନ୍ତୁ ନାହିଁ। ନଚେତ୍‌ ଏହା ଏକ ନିଶାରେ ପରିଣତ ହୋଇଯିବ ଏବଂ ଅନ୍ୟ କେହି ଭଲ କାମ ପାଇଁ ପ୍ରଶଂସା ପାଇଲେ ମନରେ ଈର୍ଷା, କ୍ରୋଧ ଭାବନା ସୃଷ୍ଟି ହେବ; ଯାହାକି ଆପଣଙ୍କ କାର୍ଯ୍ୟରେ ପ୍ରତିଫଳିତ ହେବ ଏବଂ ସଭିଙ୍କ ମନରେ ଆପଣଙ୍କ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି ହେବ।
କେବଳ ଭଲ କାମ ପାଇଁ କ୍ରେଡିଟ୍‌ ନିଅନ୍ତୁ। କିନ୍ତୁ ଯଦି ଆପଣଙ୍କ ଦ୍ୱାରା କିଛି ଭୁଲ୍‌ ହୋଇଯାଇଛି, ତେବେ ଏହାକୁ ସ୍ବୀକାର କରନ୍ତୁ। ଅନ୍ୟ କେହି ଆପଣଙ୍କୁ ଅପଦସ୍ଥ କରିବା ପୂର୍ବରୁ ଅନ୍ୟ କାହାକୁ ଦୋଷ ଦେବା କିମ୍ବା ଅନ୍ୟ କାହାର ଭୁଲ ବାହାର କରିବା ପରିବର୍ତ୍ତେ ନିଜ ଭୁଲକୁ ମାନି ନିଅନ୍ତୁ।
ଯେତେସମ୍ଭବ ଗସିପ୍‌ରୁ ଦୂରେଇ ରୁହନ୍ତୁ। ଅଫିସ୍‌କୁ ନେଇ ନିଜର ବ୍ୟକ୍ତିଗତ କଥା କିମ୍ବା ଅନ୍ୟ କୌଣସି କର୍ମଚାରୀଙ୍କ କଥା କାହାକୁ ଶେୟାର୍‌ କରନ୍ତୁ ନାହିଁ। ସାଙ୍ଗମାନେ ଅଫିସ୍‌ରେ ରହିବା ଦ୍ୱାରା ଆପଣଙ୍କୁ ଫ୍ରେଶ୍‌ ଲାଗିଥାଏ। କିନ୍ତୁ ମନେରଖନ୍ତୁ ସେ ବି ଅଫିସ୍‌ରେ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ। ତେଣୁ ଯଥାସମ୍ଭବ ଏସବୁଠାରୁ ଦୂରେଇ ରହିବା ଭଲ।
ବିଳମ୍ବରେ ଅଫିସ୍‌ରେ ପହଞ୍ଚତ୍ବା ଏକ ଖରାପ ଅଭ୍ୟାସ। ତେଣୁ ସମୟର ମୂଲ୍ୟକୁ ବୁଝିବା ସହ ଠିକ୍‌ ଟାଇମ୍‌ରେ ଅଫିସ୍‌ରେ ପହଞ୍ଚନ୍ତୁ। ଯଦି କେବେ ଡେରି ହୋଇଯାଉଛି, ତେବେ ନିଜ ସିନିୟର୍‌ଙ୍କୁ ଏ ବିଷୟରେ ଅବଗତ କରନ୍ତୁ।
ପ୍ରତ୍ୟେକ ଇ-ମେଲ୍‌, ଫ୍ୟାକ୍ସରେ ସର୍ବଦା ବସ୍‌ଙ୍କୁ ସିସିରେ ରଖିବା ଜରୁରୀ ନୁହେଁ କିମ୍ବା ନିଜର ସବୁ କାମର କପି ପଠାଇବା ଆବଶ୍ୟକ ବି ନୁହେଁ। ନୂଆ ନୂଆ କାମ କରିବା ବେଳେ ଏପରି ଭୁଲ୍‌ ହୋଇଥାଏ, ହେଲେ ଧୀରେ ଧୀରେ ଏହି ଅଭ୍ୟାସ ପରିବର୍ତ୍ତନ କରନ୍ତୁ। ନଚେତ୍‌ ଏହାଦ୍ୱାରା ଆପଣ ସହକର୍ମୀ କିମ୍ବା ନିଜ ବିଭାଗକୁ ବିଶ୍ୱାସ ନ କରୁଥିବା ବୋଲି ମ୍ୟାନେଜ୍‌ମେଣ୍ଟକୁ ଖରାପ ବାର୍ତ୍ତା ଯାଇଥାଏ।
ଅଫିସ୍‌ର କାମ ଭଲ ଲାଗୁନଥିଲେ କିମ୍ବା ଏହାର ପରିବେଶ ପସନ୍ଦ ନ ଆସୁଥିଲେ ଅଫିସ୍‌ ପରିବର୍ତ୍ତନ କରିଦିଅନ୍ତୁ; କିନ୍ତୁ ସହକର୍ମୀଙ୍କ ଆଗରେ କଥା କଥାରେ ଅଫିସ୍‌କୁ ବଦନାମ କରନ୍ତୁ ନାହିଁ।
କାମରେ ଚାପ କିମ୍ବା ନିଜ ବ୍ୟକ୍ତିଗତ କଥା ନେଇ କେହିକେହି ଅଫିସ୍‌ରେ ପଦେ କଥାରେ କାନ୍ଦିଥାଆନ୍ତି। ଏହି ଅଭ୍ୟାସକୁ ତୁରନ୍ତ ବଦଳାନ୍ତୁ। ସେହିପରି ଅଫିସ୍‌ କାମ ସମୟରେ ଫୋନରେ ଗପିବା କିମ୍ବା ସୋସିଆଲ ମିଡିଆ ବ୍ୟବହାର କରିବାରେ ଅଧିକ ସମୟ ବିତାନ୍ତୁ ନାହିଁ। ଏଭଳି ଅଭ୍ୟାସ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।
ନିଜକୁ ବିଶ୍ୱସ୍ତ କର୍ମଚାରୀର ପରିଚୟ ଦେବା ଲାଗି ଅନ୍ୟ କର୍ମଚାରୀଙ୍କ ଭୁଲ୍‌ ସମ୍ପର୍କରେ ବସ୍‌ଙ୍କ ଆଗରେ ବାରମ୍ବାର କହିବାର ବଦଭ୍ୟାସ ଅନେକଙ୍କର ରହିଥାଏ। ହେଲେ ଏପରି ଆଦୌ କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri