ନିଷ୍ପତ୍ତିରେ ବିଳମ୍ବ ନ ହେଉ

ଅନୁଗୋଳ ଅଫିସ, ୩ା୮

କୋଭିଡ୍‌ ସଂକ୍ରମଣ ସାମାନ୍ୟ ଥମିଛି। ତେଣୁ ଅନଲକ୍‌କୁ ଯାଇଛନ୍ତି ରାଜ୍ୟ ସରକାର। ଦୀର୍ଘଦିନ ଧରି ବନ୍ଦ ରହିଥିବା ଶପିଂ ମଲ, ସିନେମା ହଲ, ପାର୍କ ଆଦିକୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଛି। ଅଧା ଦର୍ଶକରେ ଯାତ୍ରାକୁ ଅନୁମତି ଦିଆଯାଇଛି। ହେଲେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଜିଲା ପ୍ରଶାସନ ଉପରେ ଛାଡ଼ି ଦିଆଯାଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାର ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରାଯାଉଥିବା କଥା କହୁଥିବା ବେଳେ ଧର୍ମାନୁଷ୍ଠାନ ପ୍ରତି ଏପରି ଅବିଚାରକୁ ନାପସନ୍ଦ କରାଯାଇଛି। ଏହା ଉପରେ ନିର୍ଭର କରୁଥିବା ହଜାର ହଜାର ପୂଜାରୀ, ପଣ୍ଡିତ ଓ ଭୋଗ ସାମଗ୍ରୀ ଦୋକାନୀଙ୍କ ରୋଜଗାର ବନ୍ଦ ହୋଇଯାଇଥିବାରୁ ନିଷ୍ପତ୍ତି ଆଉ ବିଳମ୍ବ କରା ନ ଯାଉ। କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ଦ୍ୱାର ଖୋଲାଯାଉ ବୋଲି ଅନୁଗୋଳ ଜିଲାବାସୀ ଦାବି କରିଛନ୍ତି।
ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ଜିଲା ପ୍ରଶାସନ ଉପରେ ନ୍ୟସ୍ତ କରିବା ପରେ ଏବେ ଗୋଟିଏ ପରେ ଗୋଟିଏ ଜିଲାରେ ଏହା ଖୋଲିବାକୁ ଯାଉଛି। ସମ୍ବଲପୁରର ଆରାଧ୍ୟା ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ଖୋଲାଯିବାକୁ ସ୍ଥିର କରାଯାଇ ସାରିଛି। ସେହିପରି ଆସନ୍ତା ୪ ତାରିଖରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଖୋଲାଯିବ ବୋଲି ଘୋଷଣା କରାଯାଇଛି। ତେଣୁ ଅନୁଗୋଳ ଜିଲା ପ୍ରଶାସନ ଧର୍ମାନୁଷ୍ଠାନ ଖୋଲିବା ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଜୋରଦାର ଦାବି ହେଉଛି। ଅପରପକ୍ଷରେ ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ଏକ ବୈଠକ ଡକାଯିବ ବୋଲି ସୂଚନା ମିଳିଥିବାରୁ ଏ ନେଇ ଜିଲାବାସୀ ଆଶାବାଦୀ ହୋଇପଡ଼ିଛନ୍ତି। ଜିଲାର ବିଭିନ୍ନ ଧର୍ମାନୁଷ୍ଠାନ କମିଟି ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଥିବା ବେଳେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଦୀର୍ଘ ଦିନ ହେବ ଦିଅଁ ଦର୍ଶନର ସୁଯୋଗ ମିଳି ନ ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। କୋଭିଡ୍‌ କଟକଣା ମଧ୍ୟରେ ଭକ୍ତଙ୍କ ପାଇଁ ଭଗବାନଙ୍କ ଦ୍ୱାରା ଉନ୍ମୁକ୍ତ କରାଗଲେ ଅଧିକ ଅସୁବିଧା ହେବ ନାହିଁ ବୋଲି ଜିଲାବାସୀ ମତ ଦେଇଛନ୍ତି।
ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି
ଅନୁଗୋଳ ଜିଲାରେ ଥିବା ଧର୍ମାନୁଷ୍ଠାନଗୁଡ଼ିକ ସମ୍ପର୍କରେ ବିଭିନ୍ନ କମିଟିକୁ ଡକାଯାଇ ଆଲୋଚନା କରାଯିବ। ଖୁବ୍‌ଶୀଘ୍ର ଏହି ବୈଠକ ଡକାଯାଇ ସେଥିରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ ହେବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ଅବିଚାର କରା ନ ଯାଉ
ଲୋକଙ୍କ ଆମୋଦପ୍ରମୋଦ ପାଇଁ ସିନେମା ହଲ ଓ ପାର୍କକୁ ଅନୁମତି ଦିଆଯାଇଛି। ଯାତ୍ରା ମଧ୍ୟ ମଞ୍ଚସ୍ଥ ହେବ ବୋଲି କୁହାଯାଇଛି। କିନ୍ତୁ ଧର୍ମାନୁଷ୍ଠାନ ଦ୍ୱାରରୁ ତାଲା ଖୋଲିବାରେ ବିଳମ୍ବ କରାଯାଉଛି। ଏପରି ଅବିଚାର କରା ନ ଯାଇ ସାନିଟାଇଜ୍‌ ସହ କୋଭିଡ୍‌ ନିୟମାନୁଯାୟୀ ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଉ।
-ହେମନ୍ତ ଦାସ, ବୁଦ୍ଧିଜୀବୀ
ଦର୍ଶନରୁ ବଞ୍ଚିତ କରା ନ ଯାଉ
ଦୀର୍ଘ ଦିନ ହେଲା ମନ୍ଦିର ବନ୍ଦ ଯୋଗୁ ବିନିକେଇ ପୀଠକୁ ଆସୁଥିବା ବିଭିନ୍ନ ଅଞ୍ଚଳବାସୀ ମା’ଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ପୂଜାପଣ୍ଡାମାନଙ୍କ ଆୟ ମଧ୍ୟ ବନ୍ଦ ହୋଇଯାଇଛି। ତେଣୁ ସରକାର ଶୀଘ୍ର ମନ୍ଦିର ଖୋଲିବା ପାଇଁ ଅନୁମତି ଦେବା ଆବଶ୍ୟକ।
-ଅବଧୂତ ପଣ୍ଡା, ପୂଜକ, ବିନିକେଇ
ଭକ୍ତମାନେ ନିରାଶ ହେଉଛନ୍ତି
ଅନ୍ୟ ଜିଲାରେ ମନ୍ଦିର ଖୋଲିବାକୁ ପ୍ରଶାସନ ଅନୁମତି ଦେଲାଣି। ତେଣୁ କୋଭିଡ୍‌ କଟକଣା ମଧ୍ୟରେ ମା’ ହିଙ୍ଗୁଳା ମନ୍ଦିର ଖୋଲିବାକୁ ଜିଲାପାଳ ଅନୁମତି ଦିଅନ୍ତୁ। ଫଳରେ ମା’ଙ୍କ ପୂଜାର୍ଚ୍ଚନା ଓ ଦର୍ଶନରୁ ବଞ୍ଚିତ ହେଉଥିବା ଭକ୍ତମାନଙ୍କୁ ଆଉ ନିରାଶ ହେବାକୁ ପଡ଼ିବ ନାହିଁ।
-ରାଜେନ୍ଦ୍ର ସିଂହ, ହିଙ୍ଗୁଳା ଟ୍ରଷ୍ଟ ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର,୨୫।୩: ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri