Posted inଜାତୀୟ

ପ୍ରଧାନମନ୍ତ୍ରୀ ଭୋଟ ପାଇଁ ତାମିଲଙ୍କୁ ବଦନାମ କରନ୍ତୁ ନାହିଁ: ଷ୍ଟାଲିନ୍‌

ଚେନ୍ନାଇ,୨୨ା୫(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଓଡ଼ିଶାକୁ ପ୍ରଚାରରେ ଆସିବାବେଳେ ପ୍ରତିଥର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇ ରାଜ୍ୟର ଶାସକ ବିଜୁ ଜନତା ଦଳ (ବିଜେଡି)କୁ ଟାର୍ଗେଟ କରୁଛନ୍ତି। ଏହିକ୍ରମରେ ମୋଦି ସୋମବାର କଟକରେ ଭାଜପାର ଏକ ସଭାକୁ ସମ୍ବୋଧିତ କରି ରତ୍ନଭଣ୍ଡାର ଚାବି ତାମିଲନାଡ଼ୁକୁ ଚାଲିଯାଇଥିବା କହିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ଏହାର କଡ଼ା ଜବାବ ଦେଇଛନ୍ତି। ମୋଦି ଭୋଟ ହାସଲ ପାଇଁ ତାମିଲନାଡୁକୁ ବଦନାମ କରୁଛନ୍ତି। ସେ ଘୃଣା ମନ୍ତବ୍ୟ ଦେଇ ରାଜ୍ୟ-ରାଜ୍ୟ ଓ ଲୋକଙ୍କ ମଧ୍ୟରେ ଶତ୍ରୁଭାବ ସୃଷ୍ଟି କରୁଛନ୍ତି। ମୋଦି ଏଭଳି ଉଦ୍ୟମରୁ କ୍ଷାନ୍ତ ରୁହନ୍ତୁ ବୋଲି ଦ୍ରାବିଡ ମୁନେତ୍ରା କାଝାଗାମ (ଡିଏମ୍‌କେ) ମୁଖ୍ୟ ଷ୍ଟାଲିନ୍‌ କହିଛନ୍ତି।
ଷ୍ଟାଲିନ୍‌ ଆହୁରି କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଓଡ଼ିଶା ସହ ସୁସମ୍ପର୍କ ଥିବା ତାମିଲଙ୍କୁ ଆଘାତ ଦେଇନାହିଁ, ବରଂ ଏହା ଅନେକ କୋଟି ଭକ୍ତଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଅପମାନ ସଦୃଶ। ମୋଦି ତାମିଲନାଡୁର ଜନତାଙ୍କୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ଚୋର ବୋଲି ନୂ୍ୟନ ଦର୍ଶାଇପାରିବେ କି? ଏହା ତାମିଲନାଡୁ ପ୍ରତି ଅପମାନ ନୁହେଁ କି? ତାମିଲମାନଙ୍କ ପ୍ରତି ଏତେ ନାପସନ୍ଦ ଓ ଘୃଣାଭାବ କାହିଁକି ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ମୋଦି ତାମିଲନାଡୁକୁ ଆସିବାବେଳେ ଏଠାକାର ତାମିଲ ଭାଷା ଓ ଲୋକଙ୍କୁ ପ୍ରଶଂସା କରୁଛନ୍ତି। କିନ୍ତୁ ଓଡ଼ିଶା, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ନିର୍ବାଚନ ପ୍ରଚାର ବେଳେ ତାମିଲମାନଙ୍କ ସମ୍ପର୍କରେ ଖରାପ କଥା କହୁଛନ୍ତି। ତାଙ୍କ ନକଲି ପ୍ରଶଂସାକୁ ଲୋକେ ବୁଝିପାରୁଛନ୍ତି। ପ୍ରଧାନମନ୍ତ୍ରୀ ଭୋଟ ଲୋଭରେ ତାମିଲନାଡୁ ଓ ତାମିଲମାନଙ୍କୁ କଳଙ୍କିତ କରିବା ବନ୍ଦ କରନ୍ତୁ ବୋଲି ଷ୍ଟାଲିନ୍‌ କହିଛନ୍ତି। ପ୍ରକାଶ ଯେ, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଚଳିତ ଲୋକ ସଭା ଭୋଟ ବେଳେ ଭାଜପା ଏକ ନିର୍ବାଚନୀ ଇସ୍ୟୁ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସମେତ ଦଳର କେନ୍ଦ୍ରୀୟ ନେତାମାନେ ଓଡ଼ିଶାକୁ ପ୍ରଚାରରେ ଆସି ସବୁ ସଭାରେ ଚାବି କଥା ଉଠାଉଛନ୍ତି। ଓଡ଼ିଶାରେ ୨ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହୋଇଥିବାବେଳେ ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୫ରେ ହେବ। ଏଥିପାଇଁ ମୋଦି ସୋମବାର ନିର୍ବାଚନ ପ୍ରଚାରରେ ଆସିଥିଲେ। ସେ ପୁରୀରେ ରୋଡ୍‌ ଶୋ’ କରିବା ପରେ କଟକ ସଭାରେ କହିଥିଲେ, ଆମ ଘରର ଚାବି ହଜିଗଲେ ତାକୁ ପାଇବା ପାଇଁ ଆମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ତାଙ୍କ ଆଶୀର୍ବାଦ ନେଇଥାଉ। କିନ୍ତୁ ରତ୍ନଭଣ୍ଡାରର ଚାବି ୬ ବର୍ଷ ହେଲା ମିଳୁନାହିଁ। ତଦନ୍ତ କମିଟି ରିପୋର୍ଟରେ କ’ଣ ରହିଛି, ତାହା ସମସ୍ତ ଓଡ଼ିଆ ଜାଣିବାକୁ ଚାହଁାନ୍ତି। କିନ୍ତୁ ବିଜେଡି ଏହାକୁ ଚପାଇଦେଇଛି। ବିଜେଡିର ନୀରବତା ଏହି ପ୍ରସଙ୍ଗରେ ଲୋକଙ୍କ ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି। ଏହି ଚାବି ତାମିଲନାଡୁକୁ ଚାଲିଯାଇଥିବା ଲୋକେ କହୁଛନ୍ତି। ତାମିଲନାଡୁକୁ ଚାବି କିଏ ପଠାଇଛି? ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଚାବି ପଠାଇଥିବା ବ୍ୟକ୍ତିଙ୍କ ଅଣ୍ଟା ଭାଙ୍ଗିଦେବୁ ବୋଲି ମୋଦି କଟକ ସଂସଦୀୟ ଆସନର ଭାଜପା ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ପାଇଁ ପ୍ରଚାର ବେଳେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ଙ୍କୁ ପରୋକ୍ଷରେ ଚେତାବନୀ ଦେଇଥିଲେ। ଏହାର ଦିନକ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର ଘୋର ନିନ୍ଦା କରିବା ସହ ଆଗକୁ ଏପରି ବୟାନ ଦିଅନ୍ତୁ ନାହିଁ ବୋଲି ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri