‘ଆମ ବ୍ୟକ୍ତିଗତ ଜୀବନ ସହ ଖେଳ ନାହିଁ’

ମୁମ୍ବାଇ: କିଛିିଦିନ ହେବ ଖବର ଶୁଣିବାକୁ ମିଳୁଛି ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅର୍ଜୁନ କପୁର ମା’-ବାପା ହେବାକୁ ଯାଉଛନ୍ତି। ଏହି ଖବର ଚାରିଆଡ଼େ ଚର୍ଚ୍ଚା। କିନ୍ତୁ ଅର୍ଜୁନ କପୁର ଏହାକୁ ନେଇ ପ୍ରଚଣ୍ଡ ରାଗି ଯାଇଛନ୍ତି। ଯାହାର ଜବାବ ଅର୍ଜୁନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଦେଇଛନ୍ତି।

ଅର୍ଜୁନ ମଲାଇକାଙ୍କ ପ୍ରେଗ୍ନାନ୍ସି ଖବରର ସ୍କ୍ରିନଶର୍ଟ ଶେୟାର କରି ଲମ୍ବାଚୌଡ଼ା ଏସ୍‌ଏମ୍‌ଏସ୍‌ ଲେଖିଛନ୍ତି। ଅଭିନେତା ସମ୍ପୃକ୍ତ ଓ୍ବେବ୍‌ସାଇଟ୍‌କୁ ଟ୍ୟାଗ କରି କହିଛନ୍ତି, ‘କେତେ ଦାୟିତ୍ୱହୀନତା ଭାବେ ଏଭଳି ଖବର ପ୍ରକାଶ କରି ଦିଆଯାଇଛି।

ଏହି ରିପୋର୍ଟରେ ମଲାଇକା ଗର୍ଭବତୀ ଥିବା କୁହାଯାଇଥିଲା। ମଲାଇକା ଓ ଅର୍ଜୁନ ଅକ୍ଟୋବରରେ ଲଣ୍ଡନ ଯାଇଥିଲେ, ଯେଉଁଠି ଉଭୟ ନିଜର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ପ୍ରେଗ୍ନାନ୍ସି ସମ୍ପର୍କରେ ଜଣାଇଥିଲେ। ଏବେ ଅର୍ଜୁନ ଏହି ରିପୋର୍ଟ ଉପରେ କହିଛନ୍ତି, ସେ ପ୍ରାୟତଃ ଏହି ପ୍ରକାରର ଫେକ୍‌ ଆର୍ଟିକିଲ୍ସକୁ ଅଣଦେଖା କରନ୍ତି। କାରଣ କିଛି ଖବରଦାତା ଏପରି ମିଥ୍ୟା ଖବର ପ୍ରକାଶ କରନ୍ତି। କୌଣସି ସତ୍ୟତା ନ ଜାଣି।

ଅର୍ଜୁନ ଶେଷରେ ଲେଖିଛନ୍ତି, ‘ଆମ ବ୍ୟକ୍ତିଗତ ଜୀବନ ସହ ଖେଳିବାକୁ ସାହସ କରନାହିଁ’। ଅର୍ଜୁନଙ୍କ ଏଭଳି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଅନ୍ୟପକ୍ଷରେ ଯେଉଁ ଓ୍ବେବ୍‌ସାଇଟ୍‌ରେ ଏପରି ଖବର ପ୍ରକାଶ ପାଇଥିଲା ସେଥିରୁ ତାହା ଡିଲିଟ୍‌ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?