ବିବାହ ଉତ୍ସବକୁ ଆସନ୍ତୁ ନାହିଁ, ଏମିତି କହି ନିବେଦନ କରୁଛନ୍ତି କନ୍ୟାଙ୍କ ମାତାପିତା; କାରଣ…

ନୂଆଦିଲ୍ଲୀ,୨୦ା୧୧: ଦିଲ୍ଲୀରେ ଶାସକ ଆମ ଆଦ୍‌ମୀ ପାର୍ଟି ସରକାର ବିବାହ ସମାରୋହରେ କେବଳ ୫୦ ଅତିଥି ଯୋଗ ଦେବା ପାଇଁ ଆଦେଶ ଦେଇଛନ୍ତି। ଏହା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏକ କନ୍ୟାଘର ପକ୍ଷରୁ କୁହାଯାଇଛି ଯେ, ସରକାର ଏହି ଆଦେଶ ଦେବା ପୂର୍ବରୁ ବିବାହ ଉତ୍ସବ ଆୟୋଜନ କରୁଥିବା ମାତାପିତାଙ୍କୁ ଅନ୍ତତଃପକ୍ଷେ ସମୟ ଦେବା ଉଚିତ୍‌। କାରଣ ସେମାନେ ନିଜସ୍ବ ବ୍ୟବସ୍ଥା କରିପାରିବେ।

ନୂଆଦିଲ୍ଲୀ ଅଞ୍ଚଳର ଓ୍ବାଜିରାବାଦରେ ରହୁଥିବା ଭୁଲେରାମ କହିଛନ୍ତି ଯେ, ଡିସେମ୍ବର ୮ରେ ତାଙ୍କ ଝିଅ ଜ୍ୟୋତିର ବିବାହ ଉତ୍ସବ ଅନୁଷ୍ଠିତ ହେବ। ବିବାହ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ଯେ, ବରଯାତ୍ରୀରେ ପ୍ରାୟ ୧୫୦ ଲୋକ ଆସିବେ। ସେ କହିଛନ୍ତି, ବରଯାତ୍ରୀରେ ୧୫୦ ଜଣ, ପରିବାରର ପ୍ରାୟ ୨୦୦ ଏବଂ ୧୦୦ ଜଣ ପରିଚିତ ଲୋକଙ୍କୁ ଝିଅ ବିବାହ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ଏପରିକି ସମସ୍ତଙ୍କ ଘରକୁ ଯାଇ କାର୍ଡ ମଧ୍ୟ ବାଣ୍ଟିଥିଲେ। ମାତ୍ର ହଠାତ୍‌ ସରକାରଙ୍କ ନିଷ୍ପତ୍ତି ଆସିଲା ଯେ, ବର୍ତ୍ତମାନ ବିବାହରେ କେବଳ ୫୦ ଜଣ ଲୋକ ସାମିଲ ହେବେ। ସରକାରଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ ମାତ୍ର ଗତ ଏକ ମାସ ଧରି ବିବାହ ପ୍ରସ୍ତୁତି ଶେଷ କରିଥିବା ପରିବାର ପ୍ରତି ସରକାର ନିଶ୍ଚିତ ଚିନ୍ତା କରିବା ଦରକାର।

ସେ କହିଥିଲେ ଯେ, ବର୍ତ୍ତମାନ ପ୍ରତ୍ୟେକ ସମ୍ପର୍କୀୟଙ୍କୁ ବିବାହ ଉତ୍ସବରେ ନ ଆସିବା ପାଇଁ ଅନୁରୋଧ କରୁଛନ୍ତି। ଆହୁରି ମଧ୍ୟ ବରଯାତ୍ରୀରେ ମାତ୍ର ୨୦-୨୫ ଜଣ ଲୋକ ଆସିବା ପାଇଁ ବରଘର ଲୋକଙ୍କୁ ଜଣାଇଛନ୍ତି। ଏହା ଦ୍ୱାରା ତାଙ୍କର ସମ୍ମାନ ହାନି ହେବା ସହ ସମ୍ପର୍କୀୟଙ୍କ ନିକଟରେ ତାଙ୍କୁ ଖରାପ ଲାଗୁଛି। ବାଧ୍ୟରେ ସେ ଅତିଥିଙ୍କୁ ମନା କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri