ଶସ୍ତା ସାମଗ୍ରୀ ଆଳରେ କରୋନା କିଣନ୍ତୁ ନାହିଁ: ବିଏମ୍‌ସି କମିଶନର

ଭୁବନେଶ୍ୱର,୧ା୮(ବ୍ୟୁରୋ)-ବଜାରକୁ ଯାଉଥିଲେ, ଭିଡରୁ ନିବୃତ୍ତ ରୁହନ୍ତୁ। ବର୍ତ୍ତମାନ ସମୟରେ ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ଭିଡ଼ରୁ ଦୂରରେ ରହିବା ଭଲ। ଘରୁ ବାହାରକୁ ଗଲା ପରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଅନ୍ତୁ, ସାମାଜିକ ଦୂରତା ନିୟମ ପାଳନ କରନ୍ତୁ। ଟଙ୍କା ବଞ୍ଚାଇବା ଆଳରେ ୧୦ ଦୋକାନକୁ ନ ଯାଇ ଗୋଟିଏ ଦୋକାନରୁ ସମସ୍ତ ସମାଗ୍ରୀ କିଣିବାକୁ ଚେଷ୍ଟା କରନ୍ତୁ। ଶସ୍ତାରେ ସାମଗ୍ରୀ କିଣିବା ଆଳରେ କରୋନା କିଣି ଘରକୁ ଆଣନ୍ତୁ ନାହିଁ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।
ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଶନିବାର ହୋଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇ ଚୌଧୁରୀ କହିଛନ୍ତି, ମାର୍କେଟରେ ବ୍ୟବସାୟୀମାନେ ଯଥା ସମ୍ଭବ ସମସ୍ତ ନିୟମ ମାନିବାକୁ ସହମତି ପ୍ରକାଶ କରିଛନ୍ତି। ଶନିବାର ପୂର୍ବାହ୍ନରେ ବିଏମ୍‌ସି ସହ ସମସ୍ତ ହାଟ ବଜାର ସଂଘର ସଭାପତି ଓ ସମ୍ପାଦକଙ୍କ ସହ ଆଲୋଚନା ହୋଇଛି। ଯଦି ବ୍ୟବସାୟୀଙ୍କ  ସହ ଗ୍ରାହକମାନେ ମଧ୍ୟ କଡ଼ାକଡ଼ି ଭାବେ କୋଭିଡ୍‌ ଗାଇଡଲାଇନ ପାଳନ କରିବେ ତାହେଲେ ଆମେ ସଫଳତାର ସହ କରୋନା ମୁକାବିଲା କରିବାରେ ସଫଳ ହେବା। ଦିନକୁ ଯଦି ଆମେ ୩ରୁ ୪ ଦିନ ପାଇଁ ପରିବା କିଣିବା ତାହେଲେ ମାର୍କେଟ ଭିଡ ହେବ ନାହିଁ। ସେହିଭଳି ଅନେକ ଜିନିଷ ଅନଲାଇନରେ ଅର୍ଡର ମଧ୍ୟ କରାଯାଇ ମାର୍କେଟରେ ଭିଡ କମ୍‌ କରାଯାଇପାରିବ। କରୋନା କାଳରେ ଅନଲାଇନ ପେମେଣ୍ଟ, ସପିଂ କରି ଲୋକେ ଆମକୁ ସାହାଯ୍ୟ କରିପାରିବେ। ତେଣୁ ଅନ୍‌ଲାଇନ୍‌ରେ କାରବାର କରନ୍ତୁ, ନଗଦ କାରବାର ଛାଡ଼ନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri