‘ବୁଲିବା ବା ଛୁଟି କାଟିବା କଥା ସୋସିଆଲ ମିଡିଆରେ ଜଣାନ୍ତୁ ନାହିଁ’

ଭୁବନେଶ୍ୱର,୬।୮(ଅନୁରାଧା ମହାରଣା)ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ପକ୍ଷରୁ ‘ସାଇବର ସିକ୍ୟୁରିଟି’ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ୨୫୦ଟି କଲେଜର ପ୍ରାୟ ୧୦ ହଜାର ଛାତ୍ରୀଛାତ୍ର, ଅଧ୍ୟକ୍ଷ ତଥା ପ୍ରାଧ୍ୟାପିକାପ୍ରାଧ୍ୟାପକ ଭର୍ଚୁଆଲରେ ଯୋଗଦେଇଥିଲେ। ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ ଏହାକୁ ଉଦ୍‌ଘାଟନ କରି ସାମ୍ପ୍ରତିକ ସମାଜରେ ସାଇବର ସିକ୍ୟୁରିଟିର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଟିକିଏ ଅସାବଧାନତା ଯୋଗୁ ଅନେକେ ସାଇବର ଠକାମିର ଶିକାର ହୋଇ ଧନ, ଜୀବନ ତଥା ସମ୍ମାନ ହାନି କରୁଛନ୍ତି। ତେଣୁ ସମୟର ଆହ୍ବାନ ହେଉଛି କିପରି ଭାବରେ ଆମେ ସାଇବର ସିକ୍ୟୁରିଟି ବିଷୟରେ ସଚେତନ ହେବା ଏବଂ ଯୁବପିଢ଼ି ତଥା ସମାଜକୁ ନିରାପଦ ରଖିବା। ଆଗାମୀ ଦିନରେ ବିଭିନ୍ନ କଲେଜ ତଥା ବିଶ୍ବବିଦ୍ୟାଳୟରେ ଏହିପରି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସେ କହିଥିଲେ। ସିକ୍ୟୁରିଟି ବିଶେଷଜ୍ଞ ପ୍ରଶାନ୍ତ କୁମାର ସାହୁ କହିଲେ, ନିଜର ବିଦେଶ ଭ୍ରମଣ ବା ଛୁଟି କାଟିବା କଥା ସାମାଜିକ ଗଣମାଧ୍ୟମରେ ଜଣାନ୍ତୁ ନାହିଁ। ଯେତେ ପାରିବେ ନିଜର ବ୍ୟକ୍ତିଗତ କାଗଜପତ୍ର ତଥା ନିଜର ସମ୍ବେଦନଶୀଳ ଫଟୋ ଅପଲୋଡ୍‌ କରନ୍ତୁ ନାହିଁ। ଛୋଟ ଛୋଟ ସାବଧାନତା ବହୁ ବଡ଼ ବଡ଼ ଅନ୍‌ଲାଇନ ବିପଦରୁ ରକ୍ଷା କରିପାରିବ। ସ୍ମାର୍ଟ ଫୋନରେ ନିଜର ଆଧାର, ପାନ କାର୍ଡ, ଡେବିଟ ତଥା କ୍ରେଡିଟ କାର୍ଡର ଫଟୋ ଉଠେଇ ରଖନ୍ତୁ ନାହିଁ। ସର୍ବସାଧାରଣ ସ୍ଥାନରେ ମିଳୁଥିବା ଫ୍ରି ୱାଇଫାଇ ବ୍ୟବହାର କରନ୍ତୁ ନାହିଁ। ଭିଡିଓ କଲ୍‌ରେ କୌଣସି ଅଚିହ୍ନା ବ୍ୟକ୍ତି ସହିତ କଥାବାର୍ତ୍ତା ହୁଅନ୍ତୁ ନାହିଁ। ସାଇବର ସିକ୍ୟୁରିଟି ବିଶେଷଜ୍ଞ ଲିଙ୍ଗରାଜ ସେଠୀ ସାଇବର ସିକ୍ୟୁରିଟିରେ କିପରି ନିଜର ଜୀବିକା ଗଢି ହେବ ସେ ଦିଗରେ ବିଶେଷ ଦୃଷ୍ଟିପାତ କରିଥିଲେ। ଆଗାମୀ ଦିନରେ ନିଜ ବୈଷୟିକ ସୁରକ୍ଷା ଦିଗରେ ଅଧିକ ଧ୍ୟାନ ଦେବାକୁ ପଡିବ। କୌଣସି ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ନାହିଁ ଓ ଅଜଣା ଆପ୍‌ଗୁଡିକୁ ତୁରନ୍ତ ଡିଲିଟ୍‌ କରନ୍ତୁ। ଆବଶ୍ୟକସ୍ଥଳେ ସାଇବର ସିକ୍ୟୁରିଟି ଟୋଲ ନଂ.୧୯୩0ରେ କଲ କରିବା ପାଇଁ ସେଠୀ ପରାମର୍ଶ ଦେଇଛନ୍ତି। ଚଇତାଳି ସୋମ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri