‘ବୁଲିବା ବା ଛୁଟି କାଟିବା କଥା ସୋସିଆଲ ମିଡିଆରେ ଜଣାନ୍ତୁ ନାହିଁ’

ଭୁବନେଶ୍ୱର,୬।୮(ଅନୁରାଧା ମହାରଣା)ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ପକ୍ଷରୁ ‘ସାଇବର ସିକ୍ୟୁରିଟି’ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ୨୫୦ଟି କଲେଜର ପ୍ରାୟ ୧୦ ହଜାର ଛାତ୍ରୀଛାତ୍ର, ଅଧ୍ୟକ୍ଷ ତଥା ପ୍ରାଧ୍ୟାପିକାପ୍ରାଧ୍ୟାପକ ଭର୍ଚୁଆଲରେ ଯୋଗଦେଇଥିଲେ। ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ ଏହାକୁ ଉଦ୍‌ଘାଟନ କରି ସାମ୍ପ୍ରତିକ ସମାଜରେ ସାଇବର ସିକ୍ୟୁରିଟିର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଟିକିଏ ଅସାବଧାନତା ଯୋଗୁ ଅନେକେ ସାଇବର ଠକାମିର ଶିକାର ହୋଇ ଧନ, ଜୀବନ ତଥା ସମ୍ମାନ ହାନି କରୁଛନ୍ତି। ତେଣୁ ସମୟର ଆହ୍ବାନ ହେଉଛି କିପରି ଭାବରେ ଆମେ ସାଇବର ସିକ୍ୟୁରିଟି ବିଷୟରେ ସଚେତନ ହେବା ଏବଂ ଯୁବପିଢ଼ି ତଥା ସମାଜକୁ ନିରାପଦ ରଖିବା। ଆଗାମୀ ଦିନରେ ବିଭିନ୍ନ କଲେଜ ତଥା ବିଶ୍ବବିଦ୍ୟାଳୟରେ ଏହିପରି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସେ କହିଥିଲେ। ସିକ୍ୟୁରିଟି ବିଶେଷଜ୍ଞ ପ୍ରଶାନ୍ତ କୁମାର ସାହୁ କହିଲେ, ନିଜର ବିଦେଶ ଭ୍ରମଣ ବା ଛୁଟି କାଟିବା କଥା ସାମାଜିକ ଗଣମାଧ୍ୟମରେ ଜଣାନ୍ତୁ ନାହିଁ। ଯେତେ ପାରିବେ ନିଜର ବ୍ୟକ୍ତିଗତ କାଗଜପତ୍ର ତଥା ନିଜର ସମ୍ବେଦନଶୀଳ ଫଟୋ ଅପଲୋଡ୍‌ କରନ୍ତୁ ନାହିଁ। ଛୋଟ ଛୋଟ ସାବଧାନତା ବହୁ ବଡ଼ ବଡ଼ ଅନ୍‌ଲାଇନ ବିପଦରୁ ରକ୍ଷା କରିପାରିବ। ସ୍ମାର୍ଟ ଫୋନରେ ନିଜର ଆଧାର, ପାନ କାର୍ଡ, ଡେବିଟ ତଥା କ୍ରେଡିଟ କାର୍ଡର ଫଟୋ ଉଠେଇ ରଖନ୍ତୁ ନାହିଁ। ସର୍ବସାଧାରଣ ସ୍ଥାନରେ ମିଳୁଥିବା ଫ୍ରି ୱାଇଫାଇ ବ୍ୟବହାର କରନ୍ତୁ ନାହିଁ। ଭିଡିଓ କଲ୍‌ରେ କୌଣସି ଅଚିହ୍ନା ବ୍ୟକ୍ତି ସହିତ କଥାବାର୍ତ୍ତା ହୁଅନ୍ତୁ ନାହିଁ। ସାଇବର ସିକ୍ୟୁରିଟି ବିଶେଷଜ୍ଞ ଲିଙ୍ଗରାଜ ସେଠୀ ସାଇବର ସିକ୍ୟୁରିଟିରେ କିପରି ନିଜର ଜୀବିକା ଗଢି ହେବ ସେ ଦିଗରେ ବିଶେଷ ଦୃଷ୍ଟିପାତ କରିଥିଲେ। ଆଗାମୀ ଦିନରେ ନିଜ ବୈଷୟିକ ସୁରକ୍ଷା ଦିଗରେ ଅଧିକ ଧ୍ୟାନ ଦେବାକୁ ପଡିବ। କୌଣସି ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ନାହିଁ ଓ ଅଜଣା ଆପ୍‌ଗୁଡିକୁ ତୁରନ୍ତ ଡିଲିଟ୍‌ କରନ୍ତୁ। ଆବଶ୍ୟକସ୍ଥଳେ ସାଇବର ସିକ୍ୟୁରିଟି ଟୋଲ ନଂ.୧୯୩0ରେ କଲ କରିବା ପାଇଁ ସେଠୀ ପରାମର୍ଶ ଦେଇଛନ୍ତି। ଚଇତାଳି ସୋମ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri