Posted inଫୁରସତ

ଥାନାରେ ପହଞ୍ଚତ୍ଲା ୫ ବର୍ଷ ତଳର ଗଧ ଚୋରି ମାମଲା; ମନ୍ଦିରରେ ସ୍ଥିର ହେଲା ମାଲିକାନା

ଭିଲ୍‌ବାଡା, ୫।୭- ଜମି, ସମ୍ପତ୍ତିକୁ ନେଇ ଦୁଇ ପକ୍ଷ ଲୋକଙ୍କ ମଧ୍ୟରେ ବିବାଦ ହୋଇଥିବା ଏକ ସାଧାରଣ କଥା। ଏହାର ସମାଧାନ ପାଇଁ ଲୋକେ ଥାନା, କୋର୍ଟ, କଚେରୀକୁ ମଧ୍ୟ ଯାଇଥାନ୍ତି। କିନ୍ତୁ ରାଜସ୍ଥାନ ଭିଲ୍‌ବାଡା ଜିଲାର କୋଟ୍‌ଡି ଥାନା ଅଞ୍ଚଳରେ ଏକ ଅଜବ ଘଟଣା ଏବେ ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ୫ ବର୍ଷ ତଳେ ଚୋରି ହୋଇଥିବା ଏକ ଗଧର ମାମଲା ଏବେ ସାମ୍ନାକୁ ଆସିଛି। ଏହି ଗଧକୁ ୨ ଜଣ ଲୋକ ନିଜର ବୋଲି ଦାବି କରି କୋଟଡି ଥାନାରେ ପହଞ୍ଚତ୍ଥିଲେ। ଥାନାରେ ମଧ୍ୟ ଗଧର ମାଲିକାନା ନେଇ ସମାଧାନ ସୂତ୍ର ବାହାରି ପାରି ନ ଥିଲା। ଶେଷରେ ଗ୍ରାମ ମନ୍ଦିରରେ ଗଧର ମାଲିକାନା ସ୍ଥିର କରାଯାଇଥିଲା।


ଜଣାପଡ଼ିଛି ଯେ, ୫ ବର୍ଷ ତଳେ ରାମଦେବ ବାଗାରିଆଙ୍କ ଏକ ଗଧ ଚୋରି ହୋଇଯାଇଥିଲା। ବହୁ ଖୋଜା ଖୋଜି ପରେ ମଧ୍ୟ ରାମଦେବ ଗଧର କୌଣସି ସନ୍ଧାନ ପାଇପାରି ନ ଥିଲେ। କିନ୍ତୁ ୩ ଦିନ ତଳେ ରାମଦେବ ଯେତେବେଳେ ସ୍ଥାନୀୟ ଝୋପଡ଼ା ଗ୍ରାମଦେଇ ଯାଉଥିଲେ ମାନ ସିଂ ନାମକ ଜଣେ ବ୍ୟକ୍ତି ମେଣ୍ଢା ଚଳାଉଥିଲେ। ମେଣ୍ଢାଙ୍କ ଗହଣରେ ଚରୁଥିବା ଏକ ଗଧକୁ ମଧ୍ୟ ସେ ଦେଖିଥିଲେ। ଏହି ଗଧକୁ ରାମଦେବ ତାଙ୍କର ବୋଲି ଜାଣିପାରିଥିଲେ। ଏହାପରେ ସେ ଥାନାରେ ମାନ ସିଂଙ୍କ ନାମରେ ଗଧ ଚୋରି କରିଥିବା ନେଇ ଅଭିଯୋଗ କରିଥିଲେ। ପୋଲିସ ନିକଟରେ ଉଭୟ ରାମଦେବ ଓ ମାନ ସିଂ ଗଧକୁ ନିଜର ବୋଲି ଦାବି କରିଥିଲେ। ପ୍ରମାଣ ସ୍ବରୂପ ମାନ ସିଂ ଗଧର ବୟସ ୭ ଓ ରାମଦେବ ୧୨ ବର୍ଷ ବୋଲି କହିଥିଲେ। ପରେ ଜଣେ ପଶୁ ଡାକ୍ତର ପରୀକ୍ଷା କରି ଗଧର ବୟସ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ବୋଲି କହିଥିଲେ। ଏହାପରେ ଥାନା ଅଧିକାରୀ ରାମଦେବଙ୍କୁ ଗଧର ପ୍ରକୃତ ମାଲିକ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନର ମାଲିକ ମାନ ସିଂ ଗଧ ଦେବାକୁ ନାରାଜ ଥିଲେ। ଶେଷରେ ଥାନା ଅଧିକାରୀ ଗଧକୁ ଅଞ୍ଚଳର ପ୍ରମୁଖ ମନ୍ଦିର ଚାରଭୁଜା ପରିସରରେ ବାନ୍ଧି ଦେଲେ। ଯିଏ ଏହାର ପ୍ରକୃତ ମାଲିକ ସେ ଗଧକୁ ଫିଟାଇ ନେଇପାରିବ ବୋଲି ସ୍ଥିର କରାଗଲା। ଶେଷରେ ରାମଦେବ ମନ୍ଦିର ମଧ୍ୟରୁ ଗଧକୁ ଫିଟାଇ ନେଇଯାଇଥିଲେ। କିନ୍ତୁ ଗଧର ବର୍ତ୍ତମାନ ମାଲିକ ମାନ ସିଂ ଏହାର କୌଣସି ବିରୋଧ କରି ନ ଥିଲେ। ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri