ଢେଙ୍କାନାଳ ଅଫିସ, ୧୯।୧୦: ଶେଷ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ବୁଧବାର ମା’ଙ୍କୁ ଦିଆଯିବ ମେଲାଣି। ଭସାଣି ଉତ୍ସବକୁ ନେଇ ସମସ୍ତ ପୂଜା ପ୍ରତିଷ୍ଠାନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ମଙ୍ଗଳବାର ଅନ୍ତିମ ସନ୍ଧ୍ୟାରେ ଆଳତି ଦେଖିବାକୁ ଲୋକାରଣ୍ୟ ହୋଇଉଠିଥିଲା ସାରା ସହର।
ମିଳିତ ଭସାଣି ଶୋଭାଯାତ୍ରାରେ ୩୮ ମେଢ଼ ସାମିଲ ହେବେ। ପୂର୍ବାହ୍ନ ୯ଟା ସୁଦ୍ଧା ସମସ୍ତ ମେଢ ପ୍ରତିଷ୍ଠାନ ଛାଡ଼ିବେ। ରାତି ସାଢ଼େ ୧୧ଟା ମଧ୍ୟରେ ବିସର୍ଜନ ପର୍ବ ଶେଷ ହେବ। ପରମ୍ପରା ଅନୁଯାୟୀ ୧ନଂ. ମେଢ଼ ମିନାବଜାର ପ୍ରଥମେ ଯିବ। ଏହା ପଛକୁ ଜବାହରଚୌକ, ଲକ୍ଷ୍ମୀବଜାର ଏବଂ ଅନ୍ୟମାନେ କ୍ରମିକ ସଂଖ୍ୟା ଅନୁଯାୟୀ ଯିବେ। ମେଢ଼ ମଧ୍ୟରେ ସର୍ବନିମ୍ନ ୫୦ ଫୁଟ ବ୍ୟବଧାନ ରହିବ ବୋଲି ମିଳିତ ବଜାର ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଭସାଣି ଶୋଭାଯାତ୍ରାରେ ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଡିଜେ ସାଉଣ୍ଡ ନିଷିଦ୍ଧ କରାଯାଇଛି। ପାରମ୍ପରିକ ବାଦ୍ୟଯନ୍ତ୍ର ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ୨୪ ଘଣ୍ଟା ପୂର୍ବରୁ ସହରର ସମସ୍ତ ମଦ ଦୋକାନଗୁଡ଼ିକୁ ବନ୍ଦ କରାଯାଇଛି। ଆଇନଶୃଙ୍ଖଳା ସ୍ଥିତି ଏଡ଼ାଇବାକୁ ୨୭ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଟ୍ରାଫିକ୍ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ବିଭିନ୍ନ ବଜାରରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି।
ମେଢ଼ଗୁଡ଼ିକ ନିଜ ଆସ୍ଥାନରୁ ବାହାରି ଗଣେଶ ବଜାର, ରଥଗଡ଼ା, କୈବଲ୍ୟବଜାର ରାଜବାଟୀ, ଦୁର୍ଗାବଜାର, ବସ୍ଷ୍ଟାଣ୍ଡ ଟ୍ରାଫିକ ଛକ ଦେଇ ପୂର୍ତ୍ତ ବିଭାଗ ରାସ୍ତାରେ କାଠଶଙ୍ଖ ଆଡ଼କୁ ବିସର୍ଜନ ପାଇଁ ଯିବେ। ଅନ୍ୟ କେତେକ ମେଢ଼ ବସ୍ଷ୍ଟାଣ୍ଡ ଟ୍ରାଫିକ ଛକଠାରୁ ବସଷ୍ଟାଣ୍ଡ, ଗୁଡିଆନାଳୀ ଦେଇ କୁଞ୍ଜକାନ୍ତ ପୋଖରୀରେ ବିସର୍ଜନ କରିବା ଲାଗି ନିର୍ଦ୍ଧାରିତ ହୋଇଛି। ସେହିପରି ଆଉ କେତେକ ମେଢ଼ ଗଣେଶ ବଜାରଠାରୁ ରଥଗଡ଼ା ଓ ଦେଉଳସାହି ଦେଇ ଯାଉଁଳିପୋଖରୀ ଏବଂ ଦଣ୍ଡ ପୋଖରୀକୁ ଯିବେ। ଅବଶିଷ୍ଟ ମେଢ଼ଗୁଡ଼ିକ ବାଜିଚୌକ, ରାମେଶ୍ୱରପୁର ଦେଇ ସିମିଳିଆ ପୋଖରୀରେ ବିସର୍ଜନ ହେବେ। ଜୁବିଲିଟାଉନ-୨ ଓ କୈବଲ୍ୟବଜାର ପୂଜା ପ୍ରତିଷ୍ଠାନ ମଧ୍ୟରେ ବିବାଦ ଲାଗିଥିବାରୁ ସମ୍ପୃକ୍ତ ରୁଟ୍ରେ ଅଧିକ ପୋଲିସ ମୁତୟନ କରାଯାଇଛି।
ପୂର୍ବାହ୍ନ ୯ଟାରେ ମିନାବଜାରଠାରେ ଜିଲାପାଳ ସରୋଜ ସେଠୀ ନଡ଼ିଆ ଭାଙ୍ଗି ଭସାଣି ଶୋଭାଯାତ୍ରାର ଶୁଭାରମ୍ଭ କରିବେ। ଏସ୍ପି ଲାଗୋନୟାଗୀ ଦିବ୍ୟା ଭି.ଙ୍କ ସମେତ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ, ମିଳିତ ବଜାର ପୂଜା କମିଟି, ଶାନ୍ତି କମିଟି ଏବଂ ମିନାବଜାର ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିବେ। ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲାପାଳ, ଏସ୍ପି, ମିଳିତବଜାର ପୂଜା କମିଟି ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ଶାନ୍ତି କମିଟି ସଭାପତି ସୁଧାଂଶୁ ଦଳେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ, ରାଜ୍ୟ View All
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…
ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍. ଉଦୟଗିରି ଥାନା…
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’
ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…
ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…
ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…
ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍ପି ଶୁଭେନ୍ଦୁ କୁମାର ପାତ୍ର…
Archives

