ବିନା ଏସ୍‌ଏମ୍‌ସିରେ ଉଠୁଛି ଅନୁଦାନ

ଆନନ୍ଦପୁର,୮।୫(ସ୍ବ.ପ୍ର.): ୫-ଟି ବ୍ୟବସ୍ଥାରେ ବିଦ୍ୟାଳୟ ପ୍ରତି ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା, ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ଓ ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ସରକାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଦୁର୍ନୀତି ମନୋଭାବ ଲାଗି ବିଦ୍ୟାଳୟର ଶୈକ୍ଷିକ ପରିବେଶ ପ୍ରଭାବିତ ହେବାରେ ଲାଗିଛି। ଏଭଳି ଏକ ଘଟଣା କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଫକୀରପୁର ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଆନନ୍ଦପୁର ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଅଧୀନରେ ଥିବା ବିଦ୍ୟାଳୟରେ ବିନା ଏସ୍‌ଏମ୍‌ସିରେ ଶୈକ୍ଷିକ ଓ ଅଣଶୈକ୍ଷିକ ଅନୁଦାନ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ଅଭିଭାବକ ଓ ପୁରାତନ ଛାତ୍ରୀଛାତ୍ରଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଫକୀରପୁର ଉଚ୍ଚ ବିଦ୍ୟାଳୟରେ ୪ ଜାନୁୟାରୀ ୨୦୨୦ରେ ଏସ୍‌ଏମ୍‌ସି(ସ୍କୁଲ ପରିଚାଳନା କମିଟି) ଗଠିତ ହୋଇଥିଲା। ଗାଇଡ୍‌ଲାଇନ୍‌ ଅନୁଯାୟୀ ଏସ୍‌ଏମ୍‌ସିର ଅବଧି ୩ ବର୍ଷ ରହିଥାଏ। ବିଦ୍ୟାଳୟକୁ ଆସୁଥିବା ଶୈକ୍ଷିକ ଓ ଅଣଶୈକ୍ଷିକ ଅନୁଦାନ ଉକ୍ତ କମିଟିର ଅନୁମୋଦନ ତଥା ଏସ୍‌ଏମ୍‌ସି ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକଙ୍କ ଦସ୍ତଖତରେ ଉଠାଯିବାର ନିୟମ ରହିଛି। ଏସ୍‌ଏମ୍‌ସି ନ ଥିଲେ କେବଳ ୟୁନିଫର୍ମ ବାବଦକୁ ଆସୁଥିବା ଅନୁଦାନ ସିଆରସିସି(କ୍ଲଷ୍ଟର ରିସର୍ଚ୍ଚ ସେଣ୍ଟର କୋ-ଅର୍ଡିନେଟର) ଓ ପ୍ରଧାନ ଶିକ୍ଷକଙ୍କ ମାଧ୍ୟମରେ ଉଠାଯାଇପାରିବ। ପିଟିଏ(ଅଭିଭାବକ ଶିକ୍ଷକ ସଂଘ) ମାଧ୍ୟମରେ ମଧ୍ୟ କୌଣସି ଅନୁଦାନ ଉଠାଯିବାର ଗାଇଡ୍‌ଲାଇନ୍‌ ନାହିଁ। ଏସ୍‌ଏମ୍‌ସି ଅବଧି ଶେଷ ହୋଇଥିଲେ ଅନ୍ୟ କୌଣସି ଅନୁଦାନ ଉଠାଯାଇପାରିବନି ବୋଲି ଉଲ୍ଲେଖ ରହିଛି। ସମ୍ପୃକ୍ତ ବିଦ୍ୟାଳୟରେ ଏସ୍‌ଏମ୍‌ସିର ଅବଧି ଗତବର୍ଷ ଶେଷ ହୋଇଛି। ନୂତନ କମିଟି ଗଠନ ନ ହୋଇ ସ୍ପୋଟର୍‌ସ ଗ୍ରାଣ୍ଡ ୨୫ ହଜାର, କମ୍ପୋଜିଟ୍‌ ଗ୍ରାଣ୍ଡ ୫୦ ହଜାର, ୟୁଥ୍‌ ଏବଂ ଇକୋ କ୍ଲବ୍‌ ଗ୍ରାଣ୍ଡ ୫ ହଜାର, ସ୍କୁଲ୍‌ ସେଫ୍ଟି ଗ୍ରାଣ୍ଡ ୨ ହଜାର, ସ୍କିଲ୍‌ ଡେଭେଲପ୍‌ମେଣ୍ଟ ଗ୍ରାଣ୍ଡ ୧୩ ଶହ ମୋଟ ୮୩ ହଜାର ୩୦୦ ଟଙ୍କା ଉଠାଣ କରାଯାଇଛି। ୨୦୨୨ରୁ କମିଟିର ଅବଧି ଶେଷ ହୋଇଥିବା ବେଳେ କାହା ଅନୁମୋଦନରେ ଟଙ୍କା ଉଠିଲା ତାହାର ତଦନ୍ତ କରିବାକୁ ପୁରାତନ ଛାତ୍ରୀଛାତ୍ର ଦାବି କରିଛନ୍ତି। ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ ବେହେରା କହିଛନ୍ତି, ଅନୁଦାନର ଆବଶ୍ୟକତା ଜରୁରୀ ଥିବାରୁ ପିଟିଏ ମାଧ୍ୟମରେ ଉଠାଯାଇଥିବା ସ୍ବୀକାର କରିଛନ୍ତି। ଆନନ୍ଦପୁର ବ୍ଲକ୍‌ ଶିକ୍ଷାଧିକାରୀ ତପୋଧନ ସ୍ବାଇଁଙ୍କୁ ପଚରାଯିବାରୁ ବିନା ଏସ୍‌ଏମ୍‌ସିରେ ଅନୁଦାନ ଉଠାଯାଇପାରିବ ନାହିଁ। ଯଦି ଉଠିଥିବ, ତେବେ ତଦନ୍ତ କରାଯାଇ ଅନୁଦାନ ରିକଭରି କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି  ଜିଲା ପାରଳାଖେମୁଣ୍ଡି ବାର୍ ଏସୋସିଏସନ୍ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri