ଦିବ୍ୟକୃପା ପାଇଁ ଦାନ

Dillip Cherian

ଏକ ଆଧ୍ୟାମତ୍ିକ ଓ ସମ୍ବେଦନାମତ୍କ ଭାବ ଦେଖାଦେଇଛି ଅବସରପ୍ରାପ୍ତ ବାବୁ ଏସ୍‌. ଲକ୍ଷ୍ମୀ ନାରାୟଣନଙ୍କ କ୍ଷେତ୍ରରେ। ପ୍ରଭୁ ରାମଙ୍କ ପ୍ରତି ତାଙ୍କ ଭାବକୁ ଏକ ଅପ୍ରତ୍ୟାଶିତ ସ୍ତରକୁ ବଢ଼ାଇ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ସଚିବ ତଥା ୧୯୭୦ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଧିକାରୀ ସ୍ବଇଚ୍ଛାରେ ଜୀବନର ସବୁ ସଞ୍ଚିତ ଆୟକୁ ଦାନ କରିଦେବାକୁ ଚାହଁିଛନ୍ତି। ଜାନୁୟାରୀ ୨୦୨୪ରେ ପ୍ରତିଷ୍ଠା ହେବାକୁ ଥିବା ଅଯୋଧ୍ୟାର ବୃହତ୍‌ ରାମମନ୍ଦିରକୁ ୫ କୋଟି ଟଙ୍କା ମୂଲ୍ୟର ଦାନ ଦେଉଛନ୍ତି। ସେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ରାମ ଲାଲାଙ୍କୁ ଦାନ କରିଥିବା ଜଣାପଡ଼ିଛି। ଏକ ଲୋ ପ୍ରୋଫାଇଲ ଜୀବନ ଆଡ଼କୁ ସେ ମନବଳାଇଛନ୍ତି। ସାର୍ବଜନୀନ ପରିଚୟକୁ ପସନ୍ଦ କରୁନାହାନ୍ତି ଏବଂ ମନ୍ଦିର ଟ୍ରଷ୍ଟ ତରଫରୁ ପ୍ରକାଶ କରାଯାଇଥିବା ତାଙ୍କର ଦାନ ସମ୍ପର୍କିତ ଖବରଠାରୁ ନିଜକୁ ଦୂରେଇ ରଖୁଛନ୍ତି। ଏହା ସ୍ପଷ୍ଟ ଯେ, ପ୍ରଭୁ ଶ୍ରୀରାମଙ୍କ ଅଭିଷେକ ପରେ ନାରାୟଣନ ୧୫୧ କେ.ଜି.ର ରାମ ଚରିତମାନସ ପୁସ୍ତକ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଯାହାର ମୂଲ୍ୟ ୫ କୋଟି ଟଙ୍କା। ୧୦,୯୦୨ ପଦ ବିଶିଷ୍ଟ ଏହି ରାମ ଚରିତମାନସର ପୃଷ୍ଠାଗୁଡ଼ିକ ତମ୍ବାରେ ହେବା ସହ ଅକ୍ଷରଗୁଡ଼ିକ ୨୪ କ୍ୟାରେଟ ସୁନା ହେବ। ଏହାର ପ୍ରସ୍ତୁତି ଶେଷ ହୋଇଗଲା ପରେ ତାହାକୁ ରାମ ଲାଲାଙ୍କ ଚରଣରେ ସମର୍ପଣ କରାଯିବ। ଏହି କଳାକୃତି କାର୍ଯ୍ୟ ଓ ଦିବ୍ୟ କୃପା ପାଇଁ ଆବଶ୍ୟକ ଅର୍ଥ ନିମନ୍ତେ ନାରାୟଣନ ତାଙ୍କ ସମ୍ପତ୍ତିଠାରୁ ଆରମ୍ଭକରି ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଶେଷ କରିଦେବା ଲାଗି ହୋଇଛନ୍ତି।
ରଣନୀତିରେ ପରିବର୍ତ୍ତନ
ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁରୋଧ କ୍ରମେ ସୀମା ପରିଚାଳନା ବିଭାଗର କେନ୍ଦ୍ର ସଚିବ ଅଟଳ ଦୁଲ୍ଲୋଙ୍କୁ ତାଙ୍କ କ୍ୟାଡର ରାଜ୍ୟକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଅପ୍ରତ୍ୟାଶିତ ପଦକ୍ଷେପ ନେଇଛି। ଜମ୍ମୁ କଶ୍ମୀରର ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ମେହେଟ୍ଟାଙ୍କ ଅବସରର କିଛିଦିନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ସମ୍ଭବତଃ ସେହି ସମ୍ମାନଜନକ ପଦବୀ ଲାଗି ଦୁଲ୍ଲୋଙ୍କୁ ଏହି ଦୌଡ଼ର ଆଗରେ ରଖିବା ଲାଗି କେନ୍ଦ୍ରର ଏହା ଏକ ବୃହତ୍‌ ରଣନୀତିକ କୌଶଳକୁ ସୂଚିତ କରେ। ଅନେକ ମାସ ହେଲା ମୁଖ୍ୟ ଶାସନ ସଚିବ ମେହେଟ୍ଟାଙ୍କ କାର୍ଯ୍ୟକାଳ ବୃଦ୍ଧି ଏବଂ ରାଜକୁମାର ଗୋଏଲ ସମ୍ଭାବ୍ୟ ଉତ୍ତରାଧିକାରୀ ହେବା ବିଷୟରେ ବିଭାଗୀୟ ବ୍ୟକ୍ତିମାନେ କଳ୍ପନା କରିଥିଲେ। ଅବଶ୍ୟ, କେନ୍ଦ୍ର ପୁଣି ଥରେ ଦୁଲ୍ଲୋଙ୍କୁ ତାଙ୍କ କ୍ୟାଡର ରାଜ୍ୟକୁ ଫେରାଇ ନେବା ପାଇଁ ପୁନଃ ନିର୍ଦ୍ଦେଶ ଦେବାରେ ଆଗ୍ରହ ପ୍ରକାଶ କରିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏହି ଚୟନ ଜମ୍ମୁ-କଶ୍ମୀର ଶାସନ ପାଇଁ ଏକ ନୂତନ ଆଭିମୁଖ୍ୟ ଆଣିପାରେ । କେତେଜଣ ବରିଷ୍ଠ ବାବୁ ବିଶ୍ୱାସ କରନ୍ତି ଯେ, ଭାରତ ସରକାର କେନ୍ଦ୍ରଶାସିତ ଅଞ୍ଚଳର ଶୀର୍ଷ ବାବୁ ଭାବେ ଦୁଲ୍ଲୋଙ୍କ ନିଯୁକ୍ତି ପାଇଁ ପଥ ପରିଷ୍କାର କରାଇଥିଲେ ବି ଗୋଏଲଙ୍କ ପାଇଁ ସମ୍ଭବତଃ ଶୀର୍ଷ ସ୍ତରର ପଦବୀରେ ଏକ ଭିନ୍ନ ଭୂମିକା ଦେବା ଲାଗି ଚିନ୍ତା କରିଥାଇପାରନ୍ତି। କେନ୍ଦ୍ର ଏହି ଯୋଜନାକୁ ଅପ୍ରକାଶ୍ୟ ରଖିଥିଲେ ମଧ୍ୟ ଜମ୍ମୁ କଶ୍ମୀର ଇତିହାସରେ ଏକ କୌତୂହଳ ବିଷୟକୁ ଯୋଡ଼ିଛନ୍ତି। ଆଗାମୀ ଦିନର ନିଷ୍ପତ୍ତି ରାଜ୍ୟ ନେତୃତ୍ୱକୁ ପ୍ରଭାବିତ କରିବା ସହ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ଅଞ୍ଚଳରେ ଶାସନ ପଇର୍ଁ ଏକ ବୃହତ୍‌ ଦୃଷ୍ଟିକୋଣକୁ ପ୍ରକାଶ କରିଛି।
ସାଧୁତାର ପ୍ରତୀକ
ଦୁର୍ନୀତି ଓ ଅନ୍ୟ ସବୁ ଅନିୟମିତତା ଉପରେ ସରକାରଙ୍କ ସହ ବହୁ ନ୍ୟାୟିକ ଯୁଦ୍ଧରେ ବିଶେଷ ଜ୍ଞାନ ଥିବା ହ୍ବିିସିଲବ୍ଲୋୟର ହେଉଛନ୍ତି ଭାରତୀୟ ବନସେବା ଅଧିକାରୀ (ଆଇଏଫ୍‌ଏସ୍‌) ସଞ୍ଜୀବ ଚତୁର୍ବେଦୀ। ତାଙ୍କୁ ଲୋକେ ଏପରିକି ଏବେ କୋର୍ଟର ପ୍ରଶଂସା ପ୍ରାପ୍ତ ହୋଇଛି। ନିକଟରେ ଏକ ଶୁଣାଣିରେ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଚତୁର୍ବେଦୀଙ୍କ ନ୍ୟାୟିକ କାର୍ଯ୍ୟକୁ ସ୍ବୀକାର କରିଥିବାବେଳେ ଏହି ମାଗାସେସେ ପୁରସ୍କାର ବିଜେତାଙ୍କ କ୍ୟାରିୟରରେ ଆଉ ଏକ ସମ୍ମାନ ଯୋଡ଼ିଛନ୍ତି। ପ୍ରଧାନ ବିଚାରପତି ଚତୁର୍ବେଦୀଙ୍କୁ ପ୍ରଶଂସା କରି କହିଥିଲେ, ସେ ଅନ୍ୟ ପରାମର୍ଶଦାତାଙ୍କ ଅପେକ୍ଷା ଆଇନରେ ଅଧିକ ପାରଙ୍ଗମ। ହାଇକୋର୍ଟଙ୍କ ଏପରି ଖୋଲା ପ୍ରଶଂସା ପ୍ରାୟତଃ ନ୍ୟାୟିକ ଲଢ଼େଇ ସମୟରେ ଦେଖାଯାଇଥିବା ଆଇନଗତ ଜଟିଳତା ବିଷୟରେ ଚତୁର୍ବେଦୀଙ୍କ ଗଭୀର ବୁଝାମଣାକୁ ସୂଚିତ କରେ। ଚତୁର୍ବେଦୀ ହରିୟାଣାରେ ନିଯୁକ୍ତି ପାଇଥିବାବେଳେ ଖଣି ଖନନ, ଅବୈଧ ଗଛକଟା ଓ ଶିକାର ଦୁର୍ନୀତିରେ ଜଡ଼ିିତ ଦୁର୍ନୀତିଗ୍ରସ୍ତ ରାଜନେତା, ବରିଷ୍ଠ ଅମଲାତନ୍ତ୍ରୀଙ୍କୁ ବିରୋଧ କରିଥିଲେ। ଅନେକ ବର୍ଷର ଉପତ୍ୀଡ଼ନ ଏବଂ କୋର୍ଟ ମାମଲା ପରେ ତାଙ୍କୁ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ (ଏଆଇଆଇଏମ୍‌ଏସ୍‌)ର ମୁଖ୍ୟ ଭିଜିଲାନ୍ସ ଅଫିସର ଭାବରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ସେ ମଧ୍ୟ ବ୍ୟାପକ ଦୁର୍ନୀତିକୁ ସାମ୍ନାକୁ ଆଣିଥିଲେ ଏବଂ ଏଥିପାଇଁ ତାଙ୍କୁ ହଟାଇ ଦିଆଯାଇଥିଲା। ହରିୟାଣାରୁ ଉତ୍ତରାଖଣ୍ଡକୁ କ୍ୟାଡର ବଦଳାଇବା ପାଇଁ ଦୀର୍ଘ ଦିନର ଆଇନଗତ ଯୁଦ୍ଧ ପରେ ସେ ଏବେ ଉତ୍ତରାଖଣ୍ଡରେ ଅଛନ୍ତି। ଏହି ସମୟରେ ବ୍ୟାପକ ଦୁର୍ନୀତିର ପରିବେଶରେ, ଚତୁର୍ବେଦୀ ସାଧୁତା ତଥା ନ୍ୟାୟପରାୟଣତାର ପ୍ରତୀକ ଭାବରେ ଉଭା ହୋଇଛନ୍ତି, ତାଙ୍କର ଦୃଢ଼ ଆଭିମୁଖ୍ୟ ପାଇଁ ସେ ବହୁ ମୂଲ୍ୟ ଦେଇଥିଲେ ବି ସେ ଅଟଳ ଓ ନିର୍ଭୀକତା ପ୍ରଦର୍ଶନ କରିଥିଲେ। ଏହି ବିଷୟକୁ ଏବେ ନ୍ୟାୟପାଳିକା ସ୍ବୀକାର କରିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri