ଭାରତରେ ଟେକ୍ ନିଯୁକ୍ତି ବନ୍ଦ କରିବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ, ଗୁଗଲ-ମାଇକ୍ରୋସଫ୍ଟକୁ କହିଲେ ଏମିତି

ନୂଆଦିଲ୍ଲୀ,୨୪।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଗଲ ଓ ମାଇକ୍ରୋସଫ୍ଟ ଭଳି ବଡ଼ ଟେକ୍ କମ୍ପାନୀମାନଙ୍କୁ ଭାରତ ସମେତ ବିଦେଶରେ ନିଯୁକ୍ତି ବନ୍ଦ କରି ଆମେରିକାରେ ଚାକିରି ସୃଷ୍ଟି ଉପରେ ଧ୍ୟାନ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ୱାଶିଂଟନରେ ଆୟୋଜିତ ଏକ ଏଆଇ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ଆମେରିକୀୟ କମ୍ପାନୀମାନେ ଚୀନରେ କାରଖାନା ନିର୍ମାଣ କରିବା କିମ୍ବା ଭାରତୀୟ ଟେକ୍ କର୍ମୀମାନଙ୍କୁ ଚାକିରି ଦେବା ବଦଳରେ ନିଜ ଦେଶରେ ଚାକିରି ସୁଯୋଗ ସୃଷ୍ଟି କରିବା ଉଚିତ।

ଏହି ସମ୍ମିଳନୀରେ ଟ୍ରମ୍ପ ଟେକ୍ ଇଣ୍ଡଷ୍ଟ୍ରିର “ବିଶ୍ଵବାଦୀ ମାନସିକତା”କୁ ସମାଲୋଚନା କରି କହିଛନ୍ତି ଯେ, ଏହି ଦୃଷ୍ଟିକୋଣ ଅନେକ ଆମେରିକୀୟଙ୍କୁ ଅଣଦେଖା କରିଛି। ସେ ଅଭିଯୋଗ କରିଛନ୍ତି ଯେ, କେତେକ ଶୀର୍ଷ ଟେକ୍ କମ୍ପାନୀ ଆମେରିକୀୟ ସ୍ଵାଧୀନତାର ସୁଯୋଗ ନେଇ ଲାଭ ଅର୍ଜନ କରିଛନ୍ତି, କିନ୍ତୁ ବିଦେଶରେ ବିପୁଳ ପରିମାଣରେ ନିବେଶ କରିଛନ୍ତି। ଟ୍ରମ୍ପ କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଧୀନରେ ଏହି ଦିନଗୁଡ଼ିକ ଶେଷ ହୋଇଛି।”

ସେ ଆହୁରି କହିଛନ୍ତି, “ଅନେକ ବଡ଼ ଟେକ୍ କମ୍ପାନୀ ଆମେରିକୀୟ ସ୍ଵାଧୀନତାର ସୁଫଳ ଉଠାଇଛନ୍ତି, କିନ୍ତୁ ଚୀନରେ କାରଖାନା ନିର୍ମାଣ କରିଛନ୍ତି, ଭାରତରେ କର୍ମୀ ନିଯୁକ୍ତ କରିଛନ୍ତି ଏବଂ ଆୟର୍ଲ୍ୟାଣ୍ଡରେ ଲାଭ ଜମା କରିଛନ୍ତି। ଏହା ସହ ସେମାନେ ଆମେରିକାରେ ନିଜ ନାଗରିକଙ୍କୁ ଅଣଦେଖା କରିଛନ୍ତି ଏବଂ ଏପରିକି ସେମାନଙ୍କୁ ସେନସର ମଧ୍ୟ କରିଛନ୍ତି।” ଟ୍ରମ୍ପ ଜୋର ଦେଇ କହିଛନ୍ତି, “ଏଆଇ ପ୍ରତିଯୋଗିତାରେ ଜିତିବା ପାଇଁ ସିଲିକନ ଭ୍ୟାଲିରେ ଦେଶପ୍ରେମ ଓ ଜାତୀୟ ନିଷ୍ଠାର ନୂଆ ଚେତନା ଆବଶ୍ୟକ। ଆମେ ଚାହୁଁଛୁ ଆମେରିକୀୟ ଟେକ୍ କମ୍ପାନୀମାନେ ଆମେରିକାକୁ ପ୍ରାଥମିକତା ଦିଅନ୍ତୁ।”

ଏହି ସମ୍ମିଳନୀରେ ଟ୍ରମ୍ପ କୃତ୍ରିମ ବୁଦ୍ଧିମତା (ଏଆଇ) ସମ୍ପର୍କିତ ତିନୋଟି ନୂଆ କାର୍ଯ୍ୟକାରୀ ଆଦେଶରେ ହସ୍ତାକ୍ଷର କରିଛନ୍ତି। ପ୍ରଥମ ଆଦେଶ “ଉଇନିଂ ଦି ରେସ” ନାମରେ ଏକ ଜାତୀୟ ରଣନୀତି ପ୍ରସ୍ତୁତ କରିଛି, ଯାହା ଆମେରିକାକୁ ଏଆଇରେ ବିଶ୍ଵ ନେତା କରିବା ପାଇଁ ଡାଟାସେଣ୍ଟର ନିର୍ମାଣ ତ୍ଵରାନ୍ଵିତ କରିବ ଏବଂ ଏଆଇ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣରେ କମ୍ପାନୀମାନଙ୍କୁ ସହଜତା ପ୍ରଦାନ କରିବ।

ଦ୍ଵିତୀୟ ଆଦେଶ ସରକାରୀ ଅର୍ଥ ପାଉଥିବା ଏଆଇ ବିକାଶକାରୀ କମ୍ପାନୀମାନଙ୍କୁ ରାଜନୈତିକ ଦୃଷ୍ଟିରୁ ନିରପେକ୍ଷ ଏଆଇ ଟୁଲ୍ସ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛି। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ସରକାର “ଓ୍ଵେକ” ଏଆଇ ମଡେଲକୁ ସମର୍ଥନ କରୁନାହିଁ। ସେ ପୂର୍ବତନ ପ୍ରଶାସନକୁ ବିଚାରଧାରା ଦ୍ଵାରା ପ୍ରଭାବିତ ବିବିଧତା ଓ ଅନ୍ତର୍ଭୁକ୍ତି ନୀତି ପ୍ରୋତ୍ସାହନ କରିବା ପାଇଁ ଅଭିଯୋଗ କରି କହିଛନ୍ତି, “ଆମେ ଓ୍ଵେକରୁ ମୁକ୍ତି ପାଉଛୁ। ଏଆଇ ମଡେଲଗୁଡ଼ିକ ସଠିକ ହେବା ଦରକାର ଏବଂ ରାଜନୈତିକ ବିଚାରଧାରାରେ ପ୍ରଭାବିତ ହେବା ଉଚିତ ନୁହେଁ।” ଏହି ନିୟମ ସରକାରୀ ସଂସ୍ଥାଗୁଡ଼ିକ ଦ୍ଵାରା ବ୍ୟବହୃତ ଏଆଇ ସିଷ୍ଟମ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।

ତୃତୀୟ ଆଦେଶ ଆମେରିକୀୟ ଏଆଇ ଟୁଲସକୁ ବିଶ୍ଵ ବଜାରରେ ପ୍ରତିଯୋଗିତା କରିବାରେ ସହାୟତା କରିବା ଏବଂ ଆମେରିକା ଭିତରେ ଏଆଇର ପୂର୍ଣ୍ଣ ବିକାଶକୁ ସମର୍ଥନ କରିବା ଉପରେ କେନ୍ଦ୍ରୀଭୂତ।ଟ୍ରମ୍ପ ଏଆଇ ଶବ୍ଦଟିକୁ ନାପସନ୍ଦ କରି କହିଛନ୍ତି, “ଏହା କୃତ୍ରିମ ନୁହେଁ, ଏହା ଜିନିଅସ।” ଏହି ନୀତିଗୁଡ଼ିକର ତୁରନ୍ତ ପ୍ରଭାବ ନପଡ଼ିପାରେ, କିନ୍ତୁ ଭାରତୀୟ ଆଇଟି ପେସାଦାର ଓ ଆଉଟସୋର୍ସିଂ କମ୍ପାନୀମାନେ ଭବିଷ୍ୟତରେ ଅଧିକ ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଭାଜପା ଏମ୍‌ପିଙ୍କ ବଡ଼ ବୟାନ, ‘ଯଦି ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଏ, ତା’ହେଲେ…’

ନୂଆଦିଲ୍ଲୀ,୩୦।୧: ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଏନସିପି ଗୋଷ୍ଠୀ ଏକାଠି ହେବାର ଆଲୋଚନା ହୋଉଛି। ଏହି ସମୟରେ, ଭାଜପା ରାଜ୍ୟ ସଭା ଏମ୍‌ପି ଧନଞ୍ଜୟ ମହାଦିକ…

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri