ଭାରତରେ ଟେକ୍ ନିଯୁକ୍ତି ବନ୍ଦ କରିବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ, ଗୁଗଲ-ମାଇକ୍ରୋସଫ୍ଟକୁ କହିଲେ ଏମିତି

ନୂଆଦିଲ୍ଲୀ,୨୪।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଗଲ ଓ ମାଇକ୍ରୋସଫ୍ଟ ଭଳି ବଡ଼ ଟେକ୍ କମ୍ପାନୀମାନଙ୍କୁ ଭାରତ ସମେତ ବିଦେଶରେ ନିଯୁକ୍ତି ବନ୍ଦ କରି ଆମେରିକାରେ ଚାକିରି ସୃଷ୍ଟି ଉପରେ ଧ୍ୟାନ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ୱାଶିଂଟନରେ ଆୟୋଜିତ ଏକ ଏଆଇ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ଆମେରିକୀୟ କମ୍ପାନୀମାନେ ଚୀନରେ କାରଖାନା ନିର୍ମାଣ କରିବା କିମ୍ବା ଭାରତୀୟ ଟେକ୍ କର୍ମୀମାନଙ୍କୁ ଚାକିରି ଦେବା ବଦଳରେ ନିଜ ଦେଶରେ ଚାକିରି ସୁଯୋଗ ସୃଷ୍ଟି କରିବା ଉଚିତ।

ଏହି ସମ୍ମିଳନୀରେ ଟ୍ରମ୍ପ ଟେକ୍ ଇଣ୍ଡଷ୍ଟ୍ରିର “ବିଶ୍ଵବାଦୀ ମାନସିକତା”କୁ ସମାଲୋଚନା କରି କହିଛନ୍ତି ଯେ, ଏହି ଦୃଷ୍ଟିକୋଣ ଅନେକ ଆମେରିକୀୟଙ୍କୁ ଅଣଦେଖା କରିଛି। ସେ ଅଭିଯୋଗ କରିଛନ୍ତି ଯେ, କେତେକ ଶୀର୍ଷ ଟେକ୍ କମ୍ପାନୀ ଆମେରିକୀୟ ସ୍ଵାଧୀନତାର ସୁଯୋଗ ନେଇ ଲାଭ ଅର୍ଜନ କରିଛନ୍ତି, କିନ୍ତୁ ବିଦେଶରେ ବିପୁଳ ପରିମାଣରେ ନିବେଶ କରିଛନ୍ତି। ଟ୍ରମ୍ପ କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଧୀନରେ ଏହି ଦିନଗୁଡ଼ିକ ଶେଷ ହୋଇଛି।”

ସେ ଆହୁରି କହିଛନ୍ତି, “ଅନେକ ବଡ଼ ଟେକ୍ କମ୍ପାନୀ ଆମେରିକୀୟ ସ୍ଵାଧୀନତାର ସୁଫଳ ଉଠାଇଛନ୍ତି, କିନ୍ତୁ ଚୀନରେ କାରଖାନା ନିର୍ମାଣ କରିଛନ୍ତି, ଭାରତରେ କର୍ମୀ ନିଯୁକ୍ତ କରିଛନ୍ତି ଏବଂ ଆୟର୍ଲ୍ୟାଣ୍ଡରେ ଲାଭ ଜମା କରିଛନ୍ତି। ଏହା ସହ ସେମାନେ ଆମେରିକାରେ ନିଜ ନାଗରିକଙ୍କୁ ଅଣଦେଖା କରିଛନ୍ତି ଏବଂ ଏପରିକି ସେମାନଙ୍କୁ ସେନସର ମଧ୍ୟ କରିଛନ୍ତି।” ଟ୍ରମ୍ପ ଜୋର ଦେଇ କହିଛନ୍ତି, “ଏଆଇ ପ୍ରତିଯୋଗିତାରେ ଜିତିବା ପାଇଁ ସିଲିକନ ଭ୍ୟାଲିରେ ଦେଶପ୍ରେମ ଓ ଜାତୀୟ ନିଷ୍ଠାର ନୂଆ ଚେତନା ଆବଶ୍ୟକ। ଆମେ ଚାହୁଁଛୁ ଆମେରିକୀୟ ଟେକ୍ କମ୍ପାନୀମାନେ ଆମେରିକାକୁ ପ୍ରାଥମିକତା ଦିଅନ୍ତୁ।”

ଏହି ସମ୍ମିଳନୀରେ ଟ୍ରମ୍ପ କୃତ୍ରିମ ବୁଦ୍ଧିମତା (ଏଆଇ) ସମ୍ପର୍କିତ ତିନୋଟି ନୂଆ କାର୍ଯ୍ୟକାରୀ ଆଦେଶରେ ହସ୍ତାକ୍ଷର କରିଛନ୍ତି। ପ୍ରଥମ ଆଦେଶ “ଉଇନିଂ ଦି ରେସ” ନାମରେ ଏକ ଜାତୀୟ ରଣନୀତି ପ୍ରସ୍ତୁତ କରିଛି, ଯାହା ଆମେରିକାକୁ ଏଆଇରେ ବିଶ୍ଵ ନେତା କରିବା ପାଇଁ ଡାଟାସେଣ୍ଟର ନିର୍ମାଣ ତ୍ଵରାନ୍ଵିତ କରିବ ଏବଂ ଏଆଇ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣରେ କମ୍ପାନୀମାନଙ୍କୁ ସହଜତା ପ୍ରଦାନ କରିବ।

ଦ୍ଵିତୀୟ ଆଦେଶ ସରକାରୀ ଅର୍ଥ ପାଉଥିବା ଏଆଇ ବିକାଶକାରୀ କମ୍ପାନୀମାନଙ୍କୁ ରାଜନୈତିକ ଦୃଷ୍ଟିରୁ ନିରପେକ୍ଷ ଏଆଇ ଟୁଲ୍ସ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛି। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ସରକାର “ଓ୍ଵେକ” ଏଆଇ ମଡେଲକୁ ସମର୍ଥନ କରୁନାହିଁ। ସେ ପୂର୍ବତନ ପ୍ରଶାସନକୁ ବିଚାରଧାରା ଦ୍ଵାରା ପ୍ରଭାବିତ ବିବିଧତା ଓ ଅନ୍ତର୍ଭୁକ୍ତି ନୀତି ପ୍ରୋତ୍ସାହନ କରିବା ପାଇଁ ଅଭିଯୋଗ କରି କହିଛନ୍ତି, “ଆମେ ଓ୍ଵେକରୁ ମୁକ୍ତି ପାଉଛୁ। ଏଆଇ ମଡେଲଗୁଡ଼ିକ ସଠିକ ହେବା ଦରକାର ଏବଂ ରାଜନୈତିକ ବିଚାରଧାରାରେ ପ୍ରଭାବିତ ହେବା ଉଚିତ ନୁହେଁ।” ଏହି ନିୟମ ସରକାରୀ ସଂସ୍ଥାଗୁଡ଼ିକ ଦ୍ଵାରା ବ୍ୟବହୃତ ଏଆଇ ସିଷ୍ଟମ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।

ତୃତୀୟ ଆଦେଶ ଆମେରିକୀୟ ଏଆଇ ଟୁଲସକୁ ବିଶ୍ଵ ବଜାରରେ ପ୍ରତିଯୋଗିତା କରିବାରେ ସହାୟତା କରିବା ଏବଂ ଆମେରିକା ଭିତରେ ଏଆଇର ପୂର୍ଣ୍ଣ ବିକାଶକୁ ସମର୍ଥନ କରିବା ଉପରେ କେନ୍ଦ୍ରୀଭୂତ।ଟ୍ରମ୍ପ ଏଆଇ ଶବ୍ଦଟିକୁ ନାପସନ୍ଦ କରି କହିଛନ୍ତି, “ଏହା କୃତ୍ରିମ ନୁହେଁ, ଏହା ଜିନିଅସ।” ଏହି ନୀତିଗୁଡ଼ିକର ତୁରନ୍ତ ପ୍ରଭାବ ନପଡ଼ିପାରେ, କିନ୍ତୁ ଭାରତୀୟ ଆଇଟି ପେସାଦାର ଓ ଆଉଟସୋର୍ସିଂ କମ୍ପାନୀମାନେ ଭବିଷ୍ୟତରେ ଅଧିକ ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ

ନୂଆଦିଲ୍ଲୀ,୧୭।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ସଂଘର୍ଷ ଯୋଗୁଁ ସମଗ୍ର ବିଶ୍ୱ ଗଭୀର ଚିନ୍ତିତ । ଏହି ବ୍ୟାପକ ସଂଘର୍ଷ ମଧ୍ୟରେ, ପାକିସ୍ତାନ ଏବଂ…

୧୧ କ୍ରସ୍‌ ଭୋଟିଂରେ ଦିଲୀପ ଜିତିଲେ

ଭୁବନେଶ୍ୱର, ୧୭।୪(ସୁନିତ୍‌ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ସୋମବାର ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। କଂଗ୍ରେସର…

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri