ଘରୋଇ ହିଂସା ଅଭିଯୋଗ ସର୍ବାଧିକ

ଭୁବନେଶ୍ୱର,୭।୩(ବ୍ୟୁରୋ):ମହିଳାମାନେ ଅନେକ ସମୟରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେହିଭଳି ବିଭିନ୍ନ କାରଣରୁ ସେମାନେ ଅଭିଯୋଗ କରିବାକୁ ମଧ୍ୟ କୁଣ୍ଠିତ ହୋଇଥାନ୍ତି। ଫଳରେ ସେମାନେ ନ୍ୟାୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ନ୍ୟାୟ ପାଇବାକୁ ଯାଇ କିଛି ମହିଳା ଶୋଷଣର ଶିକାର ହେଉଥିବା ମଧ୍ୟ ଅଭିଯୋଗ ରହିଛି। ବିଶେଷ କରି ମହିଳାମାନେ ଘରୋଇ ହିଂସା, ଯୌତୁକ ନିର୍ଯାତନା, ବଳାତ୍କାର, ଅସଦାଚରଣ, ଚାଲାଣର ଶିକାର ହେଉଥିବାବେଳେ ଶିଶୁମାନେ, ଯୌନ ନିର୍ଯାତନା, ବାଲ୍ୟ ବିବାହ, ନିଖୋଜ, ଅପହରଣ ଭଳି ପରିସ୍ଥିତିର ସମ୍ମୁଖୀନ ହେଇଥାନ୍ତି। ମହିଳା ଓ ଶିଶୁଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ସୁବିଧା ଯୋଗାଇ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରୁଛି ୱାନ୍‌ ଷ୍ଟପ୍‌ ସେଣ୍ଟର ‘ସକ୍ଷୀ’। ମହିଳା ଓ ଶିଶୁ ସୁରକ୍ଷା ବିଭାଗ ଓ ମିଶନ ଶକ୍ତି ବିଭାଗ ଦ୍ୱାରା କ୍ୟାପିଟାଲ ହସ୍ପିଟାଲ ପରିସରରେ ୨୦୧୫ ଅକ୍ଟୋବର ପହିଲାରୁ କାର୍ଯ୍ୟ କରୁଥିବା ସଖୀ କାର୍ଯ୍ୟାଳୟକୁ ୨୦୨୨ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ମୋଟ ୩୬୫ ଅଭିଯୋଗ ଆସିଛି। ଏଥିମଧ୍ୟରୁ ୧୮୦ଟିର ସମାଧାନ ହୋଇଥିବାବେଳେ ୧୮୫ଟି ବିଚାରାଧୀନ ରହିଛି। ସେହିଭଳି ଘରୋଇ ହିଂସା ନେଇ ସର୍ବାଧିକ ୧୧୦ଟି ଅଭିଯୋଗ ହୋଇଥିବାବେଳେ ୪୦ଟି ମାମଲାର ସମାଧାନ ହୋଇଛି ଓ ୩୩ଟି ମାମଲା ବିଚାରାଧୀନ ରହିଛି। ସମସ୍ତ ୫୦ରୁ ଅଧିକ ବଳାତ୍କାର ମାମଲା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ହୋଇଛି। ୩୦ ମାମଲାର ସମାଧାନ ହୋଇଛି ଓ ୨୦ ଟି ବିଚାରାଧୀନ ରହିଛି। ୩୭ ଟି ଯୌନ ଅପରାଧ ମାମଲା ମଧ୍ୟରୁ ୧୯ଟିର ସମାଧାନ ହୋଇଥିବାବେଳେ ୧୮ଟି ମାମଲା ବିଚାରଧିନ ରହିଛି। ୨୦ଟି ଚାଲାଣ ଅଭିଯୋଗ ମଧ୍ୟରୁ ସମସ୍ତ ମାମଲାର ସମାଧାନ ହୋଇଛି। ଶିଶୁ ଯୌନ ନିର୍ଯାତନା ଓ ବାଲ୍ୟ ବିବାହ ନେଇ ଅଭିଯୋଗ ହୋଇ ନ ଥିବା ବେଳେ ନିଖୋଜ ଓ ଅପହରଣ ନେଇ ୧୮୦ଟି ଅଭିଯୋଗ ରହିଛି। ଏଥିମଧ୍ୟରୁ ୧୨୦ଟିର ସମାଧାନ ହୋଇଥିବାବେଳେ ୬୦ଟି ବିଚାରାଧୀନ ରହିଛି। ସେହିପରି ଅନ୍ୟାନ୍ୟ ୩୭ଟି ଅଭିଯୋଗ ମଧ୍ୟରୁ ୨୫ଟିର ସମାଧାନ ହୋଇଥିବାବେଳେ ୧୨ଟି ବିଚାରାଧୀନ ରହିଛି। ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ମହିଳାଙ୍କୁ ଯେଭଳି ଉଚିତ ନ୍ୟାୟ ମିଳିପାରିବ ଏନେଇ ସକ୍ଷୀ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ ହେଉଛି। ଏଥିପାଇଁ ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଛି ବୋଲି ସଖୀ କେନ୍ଦ୍ର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପ୍ରବଳ ଶୀତ ଯୋଗୁ ଘୋଷଣା ହେଲା ସ୍କୁଲ ଛୁଟି, ଡିସେମ୍ୱର ୧୪ ଯାଏ…

ନୂଆଦିଲ୍ଲୀ,୧୦।୧୨: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଲହରୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ଆମରଣ ଅନଶନରେ ଆୟୁଷ ଛାତ୍ରୀଛାତ୍ର : ଦେଲେ ଚେତାବନୀ, ଦାବି ପୂରଣ ନହେବା ଯାଏ…

ବଲାଙ୍ଗୀର, ୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ନିଖିଳ ଓ ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri