ଦୋଳ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ,୧୯।୩: ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଇଁ ଛତିଶା ନିଯୋଗ ବୈଠକରେ ନୀତିକାନ୍ତି ଚୂଡାନ୍ତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୨୪ରେ ମେଣ୍ଡାପୋଡ଼ି ଏବଂ ୨୫ରେ ଦୋଳ ପୂର୍ଣ୍ଣିମା ଥିବାରୁ ସ୍ବତନ୍ତ୍ର ନୀତିକାନ୍ତି ନେଇ ବୈଠକରେ ଆଲୋଚନା ହୋଇଛି । ଏହି ଦୁଇ ଦିନ ଭୋର ୩ଟାରୁ ଦ୍ୱାରଫିଟା ନୀତି ହେବ । ଦୋଳପୂର୍ଣ୍ଣିମା ଦିନ ସକାଳେ ଶ୍ରୀଜିଉ ସୁନା ବେଶରେ ଦର୍ଶନ ଦେବେ । ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ନେଇ ସମସ୍ତ ବ୍ୟବସ୍ଥା କରାଯିବ । ଗ୍ରୀଷ୍ମ ପ୍ରବାହକୁ ଦେଖି ପାନୀୟ ଜଳର ବ୍ୟବସ୍ଥା କରାଯିବ ।