ଲକ୍‌ଡାଉନ୍‌ କଣ୍ଟା: କୌଳିକ ବୃତ୍ତି ହରାଉଛନ୍ତି ଡୋକରା ହସ୍ତଶିଳ୍ପୀ

ମୁନିଗୁଡ଼ା,୨ା୮(ଡି.ଏନ୍‌.ଏ.): ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ରାଜ୍ୟ। କଟକର ତାରକସି କାମ ହେଉ ଅବା ପାରଳାଖେମୁଣ୍ଡିର ଶିଙ୍ଘକାମ, ପିପିଲିର ଚାନ୍ଦୁଆ, ଏସବୁକୁ ନେଇ ଓଡ଼ିଶା ଦେଶ ବିଦେଶରେ ବେଶ୍‌ ନାଁ କରିଛି। ମାତ୍ର ଗତ ୪ ମାସ ହେବ କରୋନା ମହାମାରୀ ସାରା ଓଡ଼ିଶାରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାକୁ ରୋକିବା ପାଇଁ ବାରମ୍ବାର ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ ଘୋଷଣା କରାଯାଉଛି। ଫଳରେ ଲୋକଙ୍କ ନିକଟରେ ଅର୍ଥାଭାବ ଦେଖାଦେଇଛି। ହେଲେ ଏହି ଭିତରେ ବହୁ ଦୁଖଃକଷ୍ଚରେ ଦିନ କାଟୁଛନ୍ତି ରାୟଗଡ଼ା ଜିଲା ମୁନିଗୁଡା ବ୍ଲକ ଗୋତିଗୁଡା ଗ୍ରାମର ଡୋକରା ହସ୍ତଶିଳ୍ପୀ। ହସ୍ତଶିଳ୍ପ ଛାଡ଼ି ଏବେ କୁଲି ମଜୁରୀ କରୁଛନ୍ତି। ଡୋକରା ହସ୍ତଶିଳ୍ପର ପ୍ରସ୍ତୁତି ଜିନିଷ ଦେଶ ବିଦେଶରେ ଚାହିଦା ଥିବା ବେଳେ, ଏହାକୁ ବଂଶାନୁକ୍ରମିକ ଭାବେ କୌଳିକ ବୃତ୍ତି ଭାବେ ତିଆରି କରିଚାଲିଛନ୍ତି ଡୋକରା ଅଳଙ୍କାର କାର୍ଯ୍ୟ। ଏହି ଗ୍ରାମଟି ଡୋକରା ହସ୍ତଶିଳ୍ପ ଭାବେ ବେଶ୍‌ ପରିଚିତ। ଏମାନଙ୍କ ଜୀବନ ଜୀବିକା ହେଉଛି ଡୋକରାରେ ନିର୍ମିତ ବିଭିନ୍ନ ଅଳଙ୍କାର ଓ ଉପକରଣ ପ୍ରସ୍ତୁତି। ଏହି ଗାଁରେ ୨୪ଟି ଶିଳ୍ପୀ ପରିବାର ରହୁଛନ୍ତି। ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଲାଗିପଡ଼ିଥାନ୍ତି ଏହି ଡୋକରା ଉପକରଣ ପ୍ରସ୍ତୁତିରେ। ମହମ,ମାଟି,କାଠ, କୋଇଲା, ଲାଖ ଓ ପିତ୍ତଳ ବ୍ୟବହାର କରି ବିଭିନ୍ନ ପ୍ରକାର ଅଳଙ୍କାର ଓ ସାଜସଜ୍ଜା ଉପକରଣ ତିଆରି କରାଯାଇଥାଏ। ଏହି ସବୁ ଉପକରଣ ତିଆରି ପାଇଁ ୭ ରୁ ୮ ଦିନ ସମୟ ଲାଗିଥାଏ। ଡୋକରା ନିର୍ମିତ ଅଳଙ୍କାର ସବୁ ପୂର୍ବରୁ ଆଦିବାସୀମାନେ ବ୍ୟବହାର କରୁଥିଲେ ହେଲେ ସମୟାନୁକ୍ରମିକ ଭାବେ ଡୋକରାରେ ଭଳିକି ଭଳି ଘର ସାଜସଜ୍ଜା ଉପକରଣ ସବୁ ତିଆରି ହେଉଛି। ଯାହାକି ବେଶ୍‌ ଆକର୍ଷଣୀୟ। ଏହି ସବୁ ଅଳଙ୍କାରକୁ ବିଭିନ୍ନ ମେଳା, ପ୍ରଦର୍ଶନୀ ଓ କର୍ମଶାଳାମାନଙ୍କରେ ବିକ୍ରୀ କରାଯାଇଥାଏ ଓ ଏଥିରୁ ରୋଜଗାର କରି ଏହି ଗ୍ରାମର ଲୋକେ ପରିବାର ଭୋରଣ ପୋଷଣ କରିଥାନ୍ତି। ହେଲେ କରୋନା ମହାମାରୀ ଏମାନଙ୍କ ପେସାକୁ ବଦଳାଇ ଦେଇଛି। ବଜାର ବନ୍ଦ ଥିବାରୁ କଞ୍ଚାମାଲ ମଧ୍ୟ ମିଳିପାରୁନାହିଁ। ଫଳରେ ଏମାନେ କୌଳିକ ବୃତ୍ତି ହରାଇ ବସିଛନ୍ତି। ସରକାର ଏମାନଙ୍କ ପ୍ରତି ଧ୍ୟାନ ନ ଦେଲେ ଆଗାମୀ ଦିନରେ ଡୋକରା ହସ୍ତଶିଳ୍ପ ଲୁପ୍ତ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri