ସମୃଦ୍ଧ ହେବ ଡୋକ୍ରା ହସ୍ତଶିଳ୍ପ

ଢେଙ୍କାନାଳ ଅଫିସ, ୧୪।୬ ଢେଙ୍କାନାଳ ହେବ ଡୋକ୍ରା ହସ୍ତକଳାର ହବ୍‌। ଏଠାରୁ ପ୍ରସ୍ତୁତ ସାମଗ୍ରୀ ଦେଶବିଦେଶରେ ପହଞ୍ଚତ୍ବ। ଏହାକୁ ଜୀବିକା ଭାବେ ଗ୍ରହଣ କରିଥିବା ଶିଳ୍ପୀଙ୍କ ଆର୍ଥତ୍କ ଅବସ୍ଥା ବଦଳିବ। ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର-ସଦେଇବେରେଣୀରେ କଳାକୃତି ଗ୍ରାମ କାର୍ଯ୍ୟକ୍ଷମ ହେବା ପରେ ଏହାକୁ ନେଇ ଉତ୍ସାହିତ ହୋଇଉଠିଛନ୍ତି କାରିଗର। ଅଞ୍ଚଳରେ ପର୍ଯ୍ୟଟନ ଅନୁକୂଳ ବାତାବରଣ ସୃଷ୍ଟି ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ବ୍ୟବସାୟ ମଧ୍ୟ ବଢ଼ିବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି।
ଢେଙ୍କାନାଳ ଜିଲା ଡୋକ୍ରା ହସ୍ତଶିଳ୍ପ କାରିଗରଙ୍କ ପ୍ରତୀକ୍ଷାର ଅନ୍ତଘଟିଛି। ଉଦ୍‌ଘାଟନ ହେବାର ଦୀର୍ଘ ୩ବର୍ଷ ପରେ କାର୍ଯ୍ୟକ୍ଷମ ହୋଇଛି କଳାକୃତି ଗ୍ରାମ। ଡୋକ୍ରା କଳାକୃତି ସମେତ ଜିଲାର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି), ମିଶନ ଶକ୍ତି ପକ୍ଷରୁ ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ, ବିକ୍ରୟ ଲାଗି ଏଠାରେ କରାଯାଇଛି ବ୍ୟବସ୍ଥା। ମୋଟ ୨୭ ପ୍ରକୋଷ୍ଠ ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୧୩ଟି ଏସ୍‌ଏଚ୍‌ଜିକୁ ବଣ୍ଟନ କରାଯାଇଛି। ପରବର୍ତ୍ତୀ ସମୟରେ ଅନ୍ୟ ପ୍ରକୋଷ୍ଠଗୁଡ଼ିକ ବିତରଣ କରାଯିବ। ସେହିପରି ହସ୍ତଶିଳ୍ପ କାରିଗରମାନେ ଯେଭଳି ସୁବିଧାରେ କଳାକୃତି ପ୍ରସ୍ତୁତ କରିପାରିବେ, ସେଥିଲାଗି ଏକ ବଡ଼ ହଲ୍‌ କରାଯାଇଛି। ବିଭିନ୍ନ ସମୟରେ ଗଠନମୂଳକ ଆଲୋଚନା, ତାଲିମ, ଭାବ ବିନିମୟ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ନିର୍ମାଣ ହୋଇଛି। ପାନୀୟ ଜଳ, ଆଲୋକୀକରଣ ସୁବନ୍ଦୋବସ୍ତ କରାଯାଇଛି। କଳାକୃତି ଗ୍ରାମର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଏକ ଖୋଲା ଆକ୍ୱାରିୟମ ତିଆରି ହୋଇଛି। ଏଠାରେ ହଂସ, ବତକ ଜଳକ୍ରୀଡ଼ା କରିବେ। ରଙ୍ଗିନ ମାଛ ଛଡ଼ାଯିବା ଯୋଜନା ରହିଛି। ଜିଲା ସମେତ ଜିଲା ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଆନୁଷଙ୍ଗିକ ବ୍ୟବସ୍ଥା ହେବ। କପିଳାସ, ସପ୍ତଶଯ୍ୟା, ଯୋରନ୍ଦାରୁ ଆସୁଥିବା ପର୍ଯ୍ୟଟକଙ୍କୁ ନେବା ଆଣିବା ଲାଗି ବନ ବିଭାଗ ପକ୍ଷରୁ ଏକ ଗାଡ଼ିର ବ୍ୟବସ୍ଥା କରାଯିବ ବୋଲି ପ୍ରସ୍ତାବ ରହିଛି। କଳାକୃତି ଗ୍ରାମ ପରିସରରେ ଥିବା ଖୋଲା ଜାଗାରେ ୱାଟର ପାର୍କ ଏବଂ ସୁଇମିଂପୁଲ ତିଆରି କରାଯିବାକୁ ଯୋଜନା ରହିଥିବା ଜିଲାପାଳ ସରୋଜ କୁମାର ସେଠୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୫-୧୬ରେ ତତ୍କାଳୀନ ଜିଲାପାଳ ରୂପାରୋଶନ ସାହୁ ସପ୍ତଶଯ୍ୟାକୁ ଟୁରିଷ୍ଟ ହବ୍‌ରେ ପରିଣତ କରିବାକୁ ଯୋଜନା କରିଥିଲେ। ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୮ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଉକ୍ତ ଅନୁଦାନ ଅର୍ଥରୁ ୫ କୋଟି ୧୨ଲକ୍ଷ ୮୪୦ଟଙ୍କା ବ୍ୟୟରେ କଳାକୃତି ଗ୍ରାମ ନିର୍ମାଣ କରାଯାଇଛି। ୨୦୧୯ ଫେବୃୟାରୀ ୨୪ରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ତେବେ ଦୀର୍ଘ ୩ବର୍ଷ ହେଲା ଏହା କାର୍ଯ୍ୟକ୍ଷମ ହୋଇ ନ ପାରି ପରିତ୍ୟକ୍ତ ଅବସ୍ଥାରେ ଥିଲା। ଏହାର ପରିସର ବଣବୁଦାରେ ପରିଣତ ହୋଇ ସରୀସୃପଙ୍କ ଆବାସସ୍ଥଳୀ ପାଲଟିଥିଲା। ଏ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ କଳାକୃତି ଗ୍ରାମକୁ କାର୍ଯ୍ୟକ୍ଷମ କରିବା ଲାଗି ଜିଲା ପ୍ରଶାସନ ତତ୍ପରତା ଦେଖାଇଥିଲା। ଜିଲାପାଳ ସରୋଜ କୁମାର ସେଠୀ ଜିଲାର ଜନପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। କଳାକୃତି ଗ୍ରାମରେ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଏବଂ ସାଂସ୍କୃତିକ ମହୋତ୍ସବ ଆୟୋଜନ କରି ଏହାକୁ କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ତଦନୁଯାୟୀ ଗତ ୧୦ ତାରିଖରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି।
ପୂର୍ବରୁ ଡୋକ୍ରା କାରିଗରି ସାମଗ୍ରୀ ବିକ୍ରି କରିବା ଲାଗି ଶିଳ୍ପୀମାନେ ନାହିଁ ନ ଥିବା ହଇରାଣର ସମ୍ମୁଖୀନ ହେଉଥିଲା। ଆବଶ୍ୟକ ବଜାର ନ ଥିବାରୁ ମେଳା, ମହୋତ୍ସବ, ପ୍ରଦର୍ଶନୀ ହିଁ ସେମାନଙ୍କ ବ୍ୟବସାୟର ଠିକଣା ପାଲଟିଥିଲା। ଏବେ କଳାକୃତି ଗ୍ରାମରେ ସାମଗ୍ରୀ ତିଆରିଠାରୁ ଆରମ୍ଭ କରି ପ୍ରଦର୍ଶନୀ, ବିକ୍ରି ସବୁକିଛି ଉପଲବ୍ଧ ହେବ। ଶିଳ୍ପୀଙ୍କୁ ହାତପାଆନ୍ତାରେ ବଜାର ସୁବିଧା ମିଳିଥିବାରୁ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା-ଅନୁଭବ ଛାଡ଼ପତ୍ର ମାମଲା: ଡିସେମ୍ବର ୧୦ରେ ହାଜର ହେବାକୁ ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ

କଟକ ଅଫିସ,୭ା୧୦: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କଠାରୁ ଛାଡ଼ପତ୍ର ପାଇଁ ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ...

କରୋନା ସଚେତନତା: ପାନୀୟ ଜଳ ଯୋଗାଣ, ସଫେଇ କର୍ମଚାରୀଙ୍କୁ ୬ ମାସ ଆନ୍ଦୋଳନ ମନା

ଭୁବନେଶ୍ୱର, ୨୩।୩(ବ୍ୟୁରୋ): କରୋନା (କୋଭିଡ-୧୯)ର ଭୟାବହତା ସମଗ୍ର ବିଶ୍ୱକୁ ଥରହର କରିଛି। ରାଜ୍ୟ ସରକାର ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି।...

ଅର୍ନ୍ତଲା ପ୍ରାଥମିକ ବିଦ୍ୟାଳୟରେ ରାତିରେ ତ୍ରିରଙ୍ଗା ଉଡିବା ଘଟଣା

ଜୁନାଗଡ,୨୭।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅର୍ନ୍ତଲା ପ୍ରାଥମିକ ବିଦ୍ୟାଳୟରେ ଗତ ୧୫ ତାରିଖ ସ୍ବାଧୀନତା ଦିବସରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି। ଉକ୍ତ ଘଟଣାରେ...

ଐତିହ୍ୟ ରୂପାନ୍ତର ପୁରୀର ଗୁରୁତ୍ୱ ବୃଦ୍ଧି କରିବ

ଭୁବନେଶ୍ୱର(ବ୍ୟୁରୋ)/ପୁରୀ/କଟକ ଅଫିସ,୨୬।୩:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଆଗେଇ ଚାଲିଛି। ଏହାକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ୫-ଟି ସଚିବ ଭି.କେ....

ଦାରିଙ୍ଗବାଡିରେ ଅସହ୍ୟ ତାତି

ଦାରିଙ୍ଗବାଡି,୧୨।୪(ଡି.ଏନ.ଏ.): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ଦୁଇ ଦିନ ତାପମାତ୍ରା ବୃଦ୍ଧି ପାଇଛି। ମଙ୍ଗଳବାର ସଂଧ୍ୟା ସୁଦ୍ଧା ସର୍ବାଧିକ ୩୪.୫...

ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ : ଗୋଟିଏ ଛାତତଳେ ୧୭ ରାଜ୍ୟର ହସ୍ତତନ୍ତ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଚନ୍ଦେରୀ, ମାହେଶ୍ୱରୀ, ବାନ୍ଧେଣୀ, ଜାମ୍‌ଦାନୀ, ଟସର୍‌, ଚିକନ୍‌କରି, ଭାଗଲପୁରୀ ସିଲ୍କ ଓ ମୁଙ୍ଗା ସିଲ୍କ। ଭାରତୀୟ ହସ୍ତତନ୍ତର ଏଭଳି ବିଭିନ୍ନତାକୁ ନେଇ ଭୁବନେଶ୍ୱରରେ ଆୟୋଜିତ...

ରାଜ୍ୟରୁ ସୁସ୍ଥ ହେଲେ ୭୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟରୁ ଗୁରୁବାର ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨,୭୭,୭୫୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଦାୟିତ୍ୱ ନେଲେ ଜଷ୍ଟିସ ବିଜୟ ପଟେଲ

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଜଷ୍ଟିସ ବିଜୟ କ୍ରିଷ୍ଣ ପଟେଲ ମଙ୍ଗଳବାର ଓଡ଼ିଶା ମାନବ ଅଧିକାର ଆୟୋଗ (ଓଏଚ୍‌ଆରସି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ...

Advertisement
Archives

Model This Week