ସମୃଦ୍ଧ ହେବ ଡୋକ୍ରା ହସ୍ତଶିଳ୍ପ

ଢେଙ୍କାନାଳ ଅଫିସ, ୧୪।୬ ଢେଙ୍କାନାଳ ହେବ ଡୋକ୍ରା ହସ୍ତକଳାର ହବ୍‌। ଏଠାରୁ ପ୍ରସ୍ତୁତ ସାମଗ୍ରୀ ଦେଶବିଦେଶରେ ପହଞ୍ଚତ୍ବ। ଏହାକୁ ଜୀବିକା ଭାବେ ଗ୍ରହଣ କରିଥିବା ଶିଳ୍ପୀଙ୍କ ଆର୍ଥତ୍କ ଅବସ୍ଥା ବଦଳିବ। ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର-ସଦେଇବେରେଣୀରେ କଳାକୃତି ଗ୍ରାମ କାର୍ଯ୍ୟକ୍ଷମ ହେବା ପରେ ଏହାକୁ ନେଇ ଉତ୍ସାହିତ ହୋଇଉଠିଛନ୍ତି କାରିଗର। ଅଞ୍ଚଳରେ ପର୍ଯ୍ୟଟନ ଅନୁକୂଳ ବାତାବରଣ ସୃଷ୍ଟି ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ବ୍ୟବସାୟ ମଧ୍ୟ ବଢ଼ିବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି।
ଢେଙ୍କାନାଳ ଜିଲା ଡୋକ୍ରା ହସ୍ତଶିଳ୍ପ କାରିଗରଙ୍କ ପ୍ରତୀକ୍ଷାର ଅନ୍ତଘଟିଛି। ଉଦ୍‌ଘାଟନ ହେବାର ଦୀର୍ଘ ୩ବର୍ଷ ପରେ କାର୍ଯ୍ୟକ୍ଷମ ହୋଇଛି କଳାକୃତି ଗ୍ରାମ। ଡୋକ୍ରା କଳାକୃତି ସମେତ ଜିଲାର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି), ମିଶନ ଶକ୍ତି ପକ୍ଷରୁ ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ, ବିକ୍ରୟ ଲାଗି ଏଠାରେ କରାଯାଇଛି ବ୍ୟବସ୍ଥା। ମୋଟ ୨୭ ପ୍ରକୋଷ୍ଠ ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ୧୩ଟି ଏସ୍‌ଏଚ୍‌ଜିକୁ ବଣ୍ଟନ କରାଯାଇଛି। ପରବର୍ତ୍ତୀ ସମୟରେ ଅନ୍ୟ ପ୍ରକୋଷ୍ଠଗୁଡ଼ିକ ବିତରଣ କରାଯିବ। ସେହିପରି ହସ୍ତଶିଳ୍ପ କାରିଗରମାନେ ଯେଭଳି ସୁବିଧାରେ କଳାକୃତି ପ୍ରସ୍ତୁତ କରିପାରିବେ, ସେଥିଲାଗି ଏକ ବଡ଼ ହଲ୍‌ କରାଯାଇଛି। ବିଭିନ୍ନ ସମୟରେ ଗଠନମୂଳକ ଆଲୋଚନା, ତାଲିମ, ଭାବ ବିନିମୟ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ନିର୍ମାଣ ହୋଇଛି। ପାନୀୟ ଜଳ, ଆଲୋକୀକରଣ ସୁବନ୍ଦୋବସ୍ତ କରାଯାଇଛି। କଳାକୃତି ଗ୍ରାମର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଏକ ଖୋଲା ଆକ୍ୱାରିୟମ ତିଆରି ହୋଇଛି। ଏଠାରେ ହଂସ, ବତକ ଜଳକ୍ରୀଡ଼ା କରିବେ। ରଙ୍ଗିନ ମାଛ ଛଡ଼ାଯିବା ଯୋଜନା ରହିଛି। ଜିଲା ସମେତ ଜିଲା ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଆନୁଷଙ୍ଗିକ ବ୍ୟବସ୍ଥା ହେବ। କପିଳାସ, ସପ୍ତଶଯ୍ୟା, ଯୋରନ୍ଦାରୁ ଆସୁଥିବା ପର୍ଯ୍ୟଟକଙ୍କୁ ନେବା ଆଣିବା ଲାଗି ବନ ବିଭାଗ ପକ୍ଷରୁ ଏକ ଗାଡ଼ିର ବ୍ୟବସ୍ଥା କରାଯିବ ବୋଲି ପ୍ରସ୍ତାବ ରହିଛି। କଳାକୃତି ଗ୍ରାମ ପରିସରରେ ଥିବା ଖୋଲା ଜାଗାରେ ୱାଟର ପାର୍କ ଏବଂ ସୁଇମିଂପୁଲ ତିଆରି କରାଯିବାକୁ ଯୋଜନା ରହିଥିବା ଜିଲାପାଳ ସରୋଜ କୁମାର ସେଠୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୫-୧୬ରେ ତତ୍କାଳୀନ ଜିଲାପାଳ ରୂପାରୋଶନ ସାହୁ ସପ୍ତଶଯ୍ୟାକୁ ଟୁରିଷ୍ଟ ହବ୍‌ରେ ପରିଣତ କରିବାକୁ ଯୋଜନା କରିଥିଲେ। ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୮ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଉକ୍ତ ଅନୁଦାନ ଅର୍ଥରୁ ୫ କୋଟି ୧୨ଲକ୍ଷ ୮୪୦ଟଙ୍କା ବ୍ୟୟରେ କଳାକୃତି ଗ୍ରାମ ନିର୍ମାଣ କରାଯାଇଛି। ୨୦୧୯ ଫେବୃୟାରୀ ୨୪ରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ତେବେ ଦୀର୍ଘ ୩ବର୍ଷ ହେଲା ଏହା କାର୍ଯ୍ୟକ୍ଷମ ହୋଇ ନ ପାରି ପରିତ୍ୟକ୍ତ ଅବସ୍ଥାରେ ଥିଲା। ଏହାର ପରିସର ବଣବୁଦାରେ ପରିଣତ ହୋଇ ସରୀସୃପଙ୍କ ଆବାସସ୍ଥଳୀ ପାଲଟିଥିଲା। ଏ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ କଳାକୃତି ଗ୍ରାମକୁ କାର୍ଯ୍ୟକ୍ଷମ କରିବା ଲାଗି ଜିଲା ପ୍ରଶାସନ ତତ୍ପରତା ଦେଖାଇଥିଲା। ଜିଲାପାଳ ସରୋଜ କୁମାର ସେଠୀ ଜିଲାର ଜନପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ। କଳାକୃତି ଗ୍ରାମରେ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଏବଂ ସାଂସ୍କୃତିକ ମହୋତ୍ସବ ଆୟୋଜନ କରି ଏହାକୁ କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ତଦନୁଯାୟୀ ଗତ ୧୦ ତାରିଖରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି।
ପୂର୍ବରୁ ଡୋକ୍ରା କାରିଗରି ସାମଗ୍ରୀ ବିକ୍ରି କରିବା ଲାଗି ଶିଳ୍ପୀମାନେ ନାହିଁ ନ ଥିବା ହଇରାଣର ସମ୍ମୁଖୀନ ହେଉଥିଲା। ଆବଶ୍ୟକ ବଜାର ନ ଥିବାରୁ ମେଳା, ମହୋତ୍ସବ, ପ୍ରଦର୍ଶନୀ ହିଁ ସେମାନଙ୍କ ବ୍ୟବସାୟର ଠିକଣା ପାଲଟିଥିଲା। ଏବେ କଳାକୃତି ଗ୍ରାମରେ ସାମଗ୍ରୀ ତିଆରିଠାରୁ ଆରମ୍ଭ କରି ପ୍ରଦର୍ଶନୀ, ବିକ୍ରି ସବୁକିଛି ଉପଲବ୍ଧ ହେବ। ଶିଳ୍ପୀଙ୍କୁ ହାତପାଆନ୍ତାରେ ବଜାର ସୁବିଧା ମିଳିଥିବାରୁ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?