ସର୍ଭେ ବେଳେ କାମୁଡ଼ିଦେଲା କୁକୁର: ଶିକ୍ଷକ ଆହତ, ଡାକ୍ତରଖାନାରେ ପହଞ୍ଚି ତଦାରଖ କଲେ ତହସିଲଦାର

ପଟ୍ଟାଙ୍ଗି,୨୩।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଜନଗଣନା ବା ସର୍ଭେ କାର୍ଯ୍ୟ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଅମ୍ପାବାଲି ପଞ୍ଚାୟତର କମାରପାଡୁ ଗ୍ରାମରେ ସର୍ଭେ କରୁଥିବା ବେଳେ ଜଣେ ଶିକ୍ଷକ କୁକୁର କାମୁଡ଼ାରେ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଶିକ୍ଷକ ମାନସ ରଞ୍ଜନ ମହାପାତ୍ରନିଜ ସହଯୋଗୀଙ୍କ ସହ କମାରପାଡୁ ଗ୍ରାମରେ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ କରୁଥିଲେ। ଏହି ସମୟରେ ହଠାତ ଏକ କୁକୁର ପଛ ପଟୁ ଆସି ତାଙ୍କ ଡାହାଣ ଗୋଡ଼କୁ କାମୁଡ଼ି ଦେଇଥିଲା। କୁକୁର କାମୁଡ଼ାରେ ଶିକ୍ଷକ ଜଣକ ଗୁରୁତର ଆହତ ହୋଇଥିଲେ।

ସହଯୋଗୀ ଶିକ୍ଷକମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ସୁଙ୍କି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଆବଶ୍ୟକୀୟ ପ୍ରାଥମିକ ଚିକିତ୍ସା ଓ ଇଞ୍ଜେକ୍ସନ ଦିଆଯିବା ପରେ ଘରକୁ ପଠାଇ ଦିଆଯାଇଛି। ଡାକ୍ତର ତାଙ୍କୁ ନିଦ୍ଧର୍ର୍ାରିତ ତାରିଖ ଅନୁସାରେ ପରବର୍ତ୍ତୀ ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ସଙ୍ଗେ ସଙ୍ଗେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ସେ ଆହତ ଶିକ୍ଷକଙ୍କୁ ସାକ୍ଷାତ କରିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏଥିସହ ଡାକ୍ତରଙ୍କ ସହ ଆଲୋଚନା କରି ଚିକିତ୍ସା ସେବା ଉପରେ ତଦାରଖ କରିଥିଲେ।

Dharitri – Odisha’s No.1 Odia Daily

Share