Posted inଫୁରସତ

କରୋନା ମହାମାରୀ ସମୟରେ ହୋଟେଲ୍‌ରେ ରହୁଛନ୍ତି କି? ଜାଣନ୍ତୁ କିପରି ନିଜକୁ ରଖିବେ ସୁରକ୍ଷିତ

ମହାମାରୀ କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ସରକାର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ୩ ମାସର ଲକ୍‌ଡାଉନ୍‌ ପରେ ଲୋକେ ଧୀରେ ଧୀରେ ବାହାରକୁ ବାହାରିଛନ୍ତି। ପ୍ରତିବନ୍ଧକରେ ସାମାନ୍ୟ କୋହଳ କରାଯାଇଛି। ଏହା ସହିତ ସର୍ବସାଧାରଣ ସ୍ଥାନ ଏବଂ ପରିବହନ କ୍ଷେତ୍ରରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଫଳରେ ଲୋକେ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ବିଭିନ୍ନ ସହରକୁ ଯିବା ଆସିବା ମଧ୍ୟ ଆରମ୍ଭ କରିଛନ୍ତି। ଦୂର ସ୍ଥାନକୁ ଯାତ୍ରା କଲେ ହୋଟେଲ୍‌ରେ ରହିବା ଜରୁରୀ ପଡ଼ିଥାଏ। ତେଣୁ ହୋଟେଲରେ ରହିବା ସମୟରେ ଏହାର ସୁରକ୍ଷା ବିଷୟରେ ଚିନ୍ତା କରିବା ସହ ନିଜର ସୁରକ୍ଷା ମଧ୍ୟ ଚିନ୍ତା କରିବା ନିତାନ୍ତ ଆବଶ୍ୟକ।
ହୋଟେଲରେ ରହିବା କେତେ ସୁରକ୍ଷିତ?
ହୋଟେଲ୍‌ ଏପରି ଏକ ସ୍ଥାନ ଯେଉଁ ବିଭିନ୍ନ ଆଡୁ ଲୋକେ ଆସି ରହିଥାନ୍ତି। ଏପରି ପରିସ୍ଥିତିରେ, ଜୀବାଣୁ ସଂସ୍ପର୍ଶରେ ଆସିବାର ସମ୍ଭାବନା ବହୁତ ଅଧିକ ଥାଏ। ଯେହେତୁ ଆମେ ସମସ୍ତେ ଜାଣିଛେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ କରୋନା ଭାଇରସ ବିସ୍ତାର ହୁଏ, ତେଣୁ ଅନ୍ୟ ଲୋକଙ୍କଠାରୁ ୨ ଫୁଟ ଦୂରତା ବଜାୟ ରଖିବା ଜରୁରୀ ଅଟେ। ଯେତେବେଳେ ଆପଣ ନିଜ କୋଠରିରେ ଥା’ନ୍ତି ସେତେବେଳେ ନିଜକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇପାରିଥାନ୍ତି। ମାତ୍ର ଯେତେବେଳେ ଆପଣ ହୋଟେଲର ଲବି କିମ୍ବା ରେଷ୍ଟୁରାଣ୍ଟରେ ଥାଆନ୍ତି ସେତେବେଳେ ନିଜକୁ ସୁରକ୍ଷିତ ରଖିବା ଅସମ୍ଭବ ହୋଇଥାଏ। ତେଣୁ ନିଜ ସୁରକ୍ଷା ନିଜ ହାତରେ।
ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଅନୁଯାୟୀ, ଘରେ ରହିବା ନିହାତି ଜରୁରୀ। ଯଦି ନିହାତି ବାହାରକୁ ଯିବାକୁ ପଡ଼େ ଆଉ ହୋଟେଲରେ ରହିବାକୁ ପଡ଼େ ତେବେ ହୋଟେଲ ପରିଚାଳନା କ୍ଷେତ୍ରକୁ ପରିଷ୍କାର ରଖିବା ଜରୁରୀ।
– ସର୍ବଦା ମାସ୍କ ବ୍ୟବହାର କରନ୍ତୁ ଏବଂ ନିୟମିତ ଭାବରେ ହାତ ସଫା କରନ୍ତୁ।

– କୌଣସି ପୃଷ୍ଠକୁ ଛୁଇଁବା ପରେ କିମ୍ବା ଖାଇବା ପୂର୍ବରୁ ହାତକୁ ଭଲ ଭାବରେ ସଫା କରନ୍ତୁ। କୋଠରିରେ ପ୍ରବେଶ କରିବା ମାତ୍ରେ, ସାଧାରଣ ଭାବରେ ସ୍ପର୍ଶ ହୋଇଥିବା ସ୍ଥାନକୁ ଫ୍ଲସ ଏବଂ ଡୋର୍‌ ସ୍କ୍ରିନ୍‌କୁ ସଫା କରନ୍ତୁ।

– ଲିଫ୍ଟ ବଟନ ପରି ହୋଟେଲ ରୁମ୍‌ ବାହାରେ କିଛି ସ୍ପର୍ଶ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ। ଏହା କରିବା ପରେ ହାତକୁ ସଫା କରନ୍ତୁ । ମଇଳା ହାତରେ ମୁହଁ, ପାଟି ଏବଂ ନାକକୁ ଛୁଅନ୍ତୁ ନାହିଁ। ଦିନରେ କେବଳ ଥରେ କୋଠରି ସଫା କରିବା ପାଇଁ ବାଛନ୍ତୁ।

– ରେଷ୍ଟୁରାଣ୍ଟରେ ଖାଇବା ପରିବର୍ତ୍ତେ ନିଜ ରୁମ୍‌କୁ ଖାଦ୍ୟ ଆଣି ଖାଆନ୍ତୁ। ଫଳରେ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିବାରୁ ରକ୍ଷା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri