୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ କରାଯାଇଛି। ୧୦ଦଫା ଦାବ ନେଇ ଧର୍ମଘଟ ଆରମ୍ଭ କରିଛନ୍ତି। ଗତ ୬ ମାସ ତଳେ କେବଳ ଦିନକୁ ୧ ଘଣ୍ଟା କାମବନ୍ଦ ଆନ୍ଦୋଳନ କରି ଥିବାରୁ ଡାକ୍ତର ତାଙ୍କର ୧୦ ଦଫା ନ୍ୟାଯ୍ୟ ଦାବି ପୂରଣ ହୋଇ ନ ଥିଲା। ତେଣୁ ବୁଧବାର ପୁଣି ସମ୍ପୂର୍ଣ୍ଣ କଲମ ଛାଡ଼ ଆନ୍ଦୋଳନ ବାଧ୍ୟ ହୋଇ କରିଛନ୍ତି। ଗତ ଥର ଘଣ୍ଟାକ ପାଇଁ ଆନ୍ଦୋଳନ କରିଥିବାରୁ ରାଜ୍ୟ ସରକାର ଡାକ୍ତରମାନଙ୍କୁ ୩ ମାସର ସମୟ ମାଗି ଆନ୍ଦୋଳନକୁ ସେହି ସମୟରେ ଆପୋଷ ବୁଝାମଣାରେ ବନ୍ଦ କରି ଦେଇଥିଲେ। କିନ୍ତୁ ଆଜିକୁ ୩ ମାସ ବଦଳରେ ୬ ମାସ ପରେ ମଧ୍ୟ ତାଙ୍କ ୧୦ ଦଫା
ଦାବି ପୂରଣ ନ ହେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବର୍ତ୍ତମାନ ମେଡିକାଲର ସମସ୍ତ ସେବା ବୁଧବାରଠାରୁ ଠପ୍‌ ହୋଇଯାଇଛି। ଗରିବ ଲୋକେ ହଇରାଣ ହେଉଛନ୍ତି। ଗରିବ ଲୋକଙ୍କ ଜରୁରୀକାଳୀନ ସେବା ପାଇଁ ବର୍ତ୍ତମାନ କେବଳ ବେସରକାରୀ ମେଡିକାଲ ହିଁ ସାହା ଭରସା। କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୭ ଜଣ ଡାକ୍ତର ଆନ୍ଦୋଳନରେ ସାମିଲ ହୋଇ ଭବାନୀପାଟଣା ଜିଲା ମୁଖ୍ୟାଳୟକୁ ଯାଇ ସରକାରଙ୍କ ବିରୋଧରେ ଆନ୍ଦୋଳନ ସାମିଲ ହୋଇଛନ୍ତି।

ଏ ସଂକ୍ରାନ୍ତରେ କେସିଙ୍ଗା ମେଡିକାଲର ଅଧୀକ୍ଷକ ଡା. ରବୀନ୍ଦ୍ରନାଥ ଖୁଣ୍ଟିଆଙ୍କୁ ପଚାରିବାରୁ ଆମର ୧୦ ଦାବି ରାଜ୍ୟ ସରକାର ପୂରଣ ନ କଲା ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ। ଅତି ଜରୁରୀ ପାଇଁ ଚିକିତ୍ସା ପାଇଁ ଜଣେ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

Share