ଅନ୍‌ଲାଇନ୍‌ରେ ମଦ ମଗାଇ ଠକାମିର ଶିକାର ହେଲେ ଡାକ୍ତର: ଦୁଇ ଆକାଉଣ୍ଟରୁ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା

ଭୁବନେଶ୍ୱର,୨୦।୯ (ବ୍ୟୁରୋ): ଅନ୍‌ଲାଇନରେ ମଦ ମଗାଇ ଜଣେ ପ୍ରତିଷ୍ଠିତ ଡାକ୍ତର ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ଦୁଇଟି ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଡାକ୍ତର ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଜଣକ ଚାକିରି କରିବା ସହ ଉକ୍ତ କ୍ୟାମ୍ପସରେ ରହୁଛନ୍ତି। ସେ ଅନ୍‌ଲାଇନ୍‌ରେ ମଦ ମଗାଇବା ପାଇଁ ଗୁଗଲ୍‌ରେ ସର୍ଚ୍ଚରେ ଦୋକାନ ଖୋଜୁଥିଲେ। ଏହି ସମୟରେ ସାଇବର ଠକମାନେ ଇଣ୍ଟରନେଟ୍‌ରେ ଛାଡ଼ିଥିବା ଏକ ଜାଲ୍‌ ମଦ ଦୋକାନ ନମ୍ବର ପାଇ ସେ ସେଥିରେ ଫୋନ୍‌ କରିଥିଲେ। କଲ୍‌ ରିସିଭ୍‌ କରିଥିବା ବ୍ୟକ୍ତିଜଣକ ତାଙ୍କଠାରୁ ଅର୍ଡର ନେବା ପରେ ଗୁଗଲ୍‌ ପେ’ ମାଧ୍ୟମରେ ୧୪୮୦ ଟଙ୍କା ପେମେଣ୍ଟ କରିବାକୁ କହିଥିଲେ। ସେ ପେମେଣ୍ଟ କରିଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ମଦ ଘରେ ପହଞ୍ଚତ୍ ନ ଥିଲା। ଡାକ୍ତର ଉକ୍ତ ନମ୍ବରକୁ କଲ୍‌ କରି ପଚାରିବାରୁ ଅର୍ଡର ବାତିଲ ହୋଇଯାଇଥିବା ଉତ୍ତର ମିଳିଥିଲା। ତେବେ ଟଙ୍କା ଫେରି ପାଇବା ପାଇଁ ସେ କେତେକ ପରାମର୍ଶ ଦେବା ସହ ଡାକ୍ତରଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କ୍ୟୁଆର କୋଡ୍‌ ପଠାଇଥିଲେ। ଏହାପରେ ସେ ତାହାକୁ ସ୍କାନ କରିବା ପରେ ତାଙ୍କ ଆକାଉଣ୍ଟରୁ ୧୦ ହଜାର ଟଙ୍କା କଟିଯାଇଥିଲା। ଏହାଦେଖି ଡାକ୍ତର ପୁଣି ଉକ୍ତ ନମ୍ବରକୁ ଫୋନ୍‌ କରି ଏ ସମ୍ପର୍କରେ ଜଣାଇବା ପରେ ଠକ ଜଣକ ଆଉ ଜଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବର ଦିଅନ୍ତୁ, ଟଙ୍କା ଫେରି ଆସିବ ବୋଲି କହିଥିଲେ। ଏକଥା ଶୁଣି ଡାକ୍ତର ତାଙ୍କ ସାଙ୍ଗର ଆକାଉଣ୍ଟ ନମ୍ବର ଦେଇଥିଲେ। ଏହାର କିଛି ସମୟ ପରେ ଉକ୍ତ ଆକାଉଣ୍ଟରୁ ମଧ୍ୟ ୫୦ ହଜାର ଟଙ୍କା କଟିଯାଇଥିଲା। ଏହିପରି ଏକାଧିକ ଥରରେ ଡାକ୍ତର ଓ ତାଙ୍କ ସାଙ୍ଗଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଥିଲେ ସାଇବର ଠକ। ଶେଷରେ କିଛି ଉପାୟ ନ ପାଇ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ।

ସୂଚନାଯୋଗ୍ୟ, ନିକଟରେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ଜଣେ ଇନ୍ସପେକ୍ଟର ଅନ୍‌ଲାଇନ୍‌ରେ ଖାଇବାକୁ ମଗାଇ ଠକେଇର ଶିକାର ହୋଇଥିଲେ। ଏହା ପୂର୍ବରୁ ବହୁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri