ଅନ୍‌ଲାଇନ୍‌ରେ ମଦ ମଗାଇ ଠକାମିର ଶିକାର ହେଲେ ଡାକ୍ତର: ଦୁଇ ଆକାଉଣ୍ଟରୁ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା

ଭୁବନେଶ୍ୱର,୨୦।୯ (ବ୍ୟୁରୋ): ଅନ୍‌ଲାଇନରେ ମଦ ମଗାଇ ଜଣେ ପ୍ରତିଷ୍ଠିତ ଡାକ୍ତର ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ଦୁଇଟି ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଡାକ୍ତର ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଜଣକ ଚାକିରି କରିବା ସହ ଉକ୍ତ କ୍ୟାମ୍ପସରେ ରହୁଛନ୍ତି। ସେ ଅନ୍‌ଲାଇନ୍‌ରେ ମଦ ମଗାଇବା ପାଇଁ ଗୁଗଲ୍‌ରେ ସର୍ଚ୍ଚରେ ଦୋକାନ ଖୋଜୁଥିଲେ। ଏହି ସମୟରେ ସାଇବର ଠକମାନେ ଇଣ୍ଟରନେଟ୍‌ରେ ଛାଡ଼ିଥିବା ଏକ ଜାଲ୍‌ ମଦ ଦୋକାନ ନମ୍ବର ପାଇ ସେ ସେଥିରେ ଫୋନ୍‌ କରିଥିଲେ। କଲ୍‌ ରିସିଭ୍‌ କରିଥିବା ବ୍ୟକ୍ତିଜଣକ ତାଙ୍କଠାରୁ ଅର୍ଡର ନେବା ପରେ ଗୁଗଲ୍‌ ପେ’ ମାଧ୍ୟମରେ ୧୪୮୦ ଟଙ୍କା ପେମେଣ୍ଟ କରିବାକୁ କହିଥିଲେ। ସେ ପେମେଣ୍ଟ କରିଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ମଦ ଘରେ ପହଞ୍ଚତ୍ ନ ଥିଲା। ଡାକ୍ତର ଉକ୍ତ ନମ୍ବରକୁ କଲ୍‌ କରି ପଚାରିବାରୁ ଅର୍ଡର ବାତିଲ ହୋଇଯାଇଥିବା ଉତ୍ତର ମିଳିଥିଲା। ତେବେ ଟଙ୍କା ଫେରି ପାଇବା ପାଇଁ ସେ କେତେକ ପରାମର୍ଶ ଦେବା ସହ ଡାକ୍ତରଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କ୍ୟୁଆର କୋଡ୍‌ ପଠାଇଥିଲେ। ଏହାପରେ ସେ ତାହାକୁ ସ୍କାନ କରିବା ପରେ ତାଙ୍କ ଆକାଉଣ୍ଟରୁ ୧୦ ହଜାର ଟଙ୍କା କଟିଯାଇଥିଲା। ଏହାଦେଖି ଡାକ୍ତର ପୁଣି ଉକ୍ତ ନମ୍ବରକୁ ଫୋନ୍‌ କରି ଏ ସମ୍ପର୍କରେ ଜଣାଇବା ପରେ ଠକ ଜଣକ ଆଉ ଜଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବର ଦିଅନ୍ତୁ, ଟଙ୍କା ଫେରି ଆସିବ ବୋଲି କହିଥିଲେ। ଏକଥା ଶୁଣି ଡାକ୍ତର ତାଙ୍କ ସାଙ୍ଗର ଆକାଉଣ୍ଟ ନମ୍ବର ଦେଇଥିଲେ। ଏହାର କିଛି ସମୟ ପରେ ଉକ୍ତ ଆକାଉଣ୍ଟରୁ ମଧ୍ୟ ୫୦ ହଜାର ଟଙ୍କା କଟିଯାଇଥିଲା। ଏହିପରି ଏକାଧିକ ଥରରେ ଡାକ୍ତର ଓ ତାଙ୍କ ସାଙ୍ଗଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଥିଲେ ସାଇବର ଠକ। ଶେଷରେ କିଛି ଉପାୟ ନ ପାଇ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ।

ସୂଚନାଯୋଗ୍ୟ, ନିକଟରେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ଜଣେ ଇନ୍ସପେକ୍ଟର ଅନ୍‌ଲାଇନ୍‌ରେ ଖାଇବାକୁ ମଗାଇ ଠକେଇର ଶିକାର ହୋଇଥିଲେ। ଏହା ପୂର୍ବରୁ ବହୁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri