ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ

କେନ୍ଦୁଝର,୨୧ା୧(ସ୍ବ.ପ୍ର.): ନିଜ ସହକର୍ମୀଙ୍କ ସହ ଗତ ୩୧ ତାରିଖ ରାତିରେ ଜିରୋ ନାଇଟ୍‌ ସେଲିବ୍ରେଶନ କରିଥିବା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ବାସଭବନରୁ ବନ୍ଦ୍‌ କୋଠରିରୁ ଉଦ୍ଧାର କରାଯାଇଥିଲା। ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବାବେଳେ ତାଙ୍କର ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝିଙ୍କ ବିରୋଧରେ ପରିବାର ଲୋକ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଛନ୍ତି। ଏ ନେଇ ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ ଶନିବାର ରାତିରେ ଯୋଡ଼ା ଥାନାରେ ଆଉ ଏକ ଅଭିଯୋଗ କରି ତାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଅଭିଯୋଗର ତଦନ୍ତ ହେବ ବୋଲି ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଥିବା ବେଳେ ଏହି ହତ୍ୟା ଷଡ଼ଯନ୍ତ୍ରରେ ଡାକ୍ତର ମାଝିଙ୍କ ସମେତ ଅନ୍ୟ ୩ ଜଣ ଡାକ୍ତର ହତ୍ୟା ସଂପୃକ୍ତ ଥିବା ସନ୍ଦେହ କରି ତାଙ୍କ ବାପା କହିଛନ୍ତି। ଫଳରେ ଶୁଭଶ୍ରୀଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ମଦ ସହିତ କିଛି ନିଶା ବଟିକା ମିଶିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ଯଦିଓ ଡାକ୍ତର ଦିବ୍ୟରଞ୍ଜନ ଓ ଅନ୍ୟମାନେ ଅନୁପସ୍ଥିତ ଥିଲେ ତଥାପି ସେମାନେ ଷଡ଼ଯନ୍ତ୍ର କରି ଥାଇପାରନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

ପ୍ରକାଶ ଯେ, ଡାକ୍ତର ଶୁଭଶ୍ରୀ କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସର ଭାବେ କାମ କରୁଥିଲେ। ମୃତ୍ୟୁର ୧୦ ଦିନ ପୂର୍ବରୁ ଅର୍ଥାତ୍‌ ଗତ ଡିସେମ୍ବର ୨୦ରେ ଶୁଭଶ୍ରୀ ଯୋଡ଼ା ଥାନାରେ ଦିବ୍ୟରଞ୍ଜନଙ୍କ ନାମରେ ଏତଲା ଦେଇଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଡାକ୍ତର ଦିବ୍ୟରଞ୍ଜନ ପରେ ବିବାହ ପାଇଁ ମନା କରିଦେବାରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ଶୁଭଶ୍ରୀ। ଉଭୟଙ୍କ ମଧ୍ୟରେ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ବିବାହ ପ୍ରତିଶ୍ରୁତି ଦେଇ ଦିବ୍ୟରଞ୍ଜନ ଶାରୀରିକ ସମ୍ପର୍କ ରଖିବା ପରେ ବାହା ହେବାକୁ ମନା କରୁଛନ୍ତି ବୋଲି ବଡ଼ବିଲ ଜେଏମ୍‌ଏଫ୍‌ସି କୋର୍ଟରେ ଶୁଭଶ୍ରୀ ୧୬୪ ସିଆରପିସିରେ ବୟାନ ରେକର୍ଡ ହୋଇଥିଲା। ଏପରିକି ବିବାହ ପାଇଁ ଶୁଭଶ୍ରୀ ଜିଦ୍‌ ଧରିବା ପରେ ଦିବ୍ୟରଞ୍ଜନ ତାଙ୍କ ଠାରୁ ଦୂରେଇ ଯିବାକୁ ଚେଷ୍ଟା କରିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇ ସମାଧାନ ହୋଇ ମାମଲା ଆଗକୁ ବଢ଼ି ନ ଥିଲା। ଠିକ୍‌ ଏହାର ୧୦ ଦିନ ପରେ ତାଙ୍କ ମୃତଦେହ କ୍ୱାର୍ଟରରୁ ମିଳିବା ପରେ ଏବେ ସନ୍ଦେହ ବଢ଼ିଛି। ଆଶ୍ଚର୍ଯ୍ୟର କଥା ହେଉଛି ଦିବ୍ୟଙ୍କ ନାମରେ ଶୁଭଶ୍ରୀ ଯୋଡ଼ା ଥାନାରେ ଏତଲା ଯେଉଁଦିନ ଦେଇଥିଲେ, ସେହିଦିନ ସେ ନୂଆଗାଁ ଲୌହ ଖଣିର ଡିସ୍ପେନସାରୀରେ ମେଡିକାଲ ଅଫିସର ପଦବୀରୁ ଇସ୍ତଫା ଦେଇ ପଳାଇଛନ୍ତ। ଏଥିରେ ସେ ନିଜ ବାହାଘର ପାଇଁ ଭୁବନେଶ୍ୱର ଯିବେ ବୋଲି ଉଲ୍ଲେଖ କରିଛନ୍ତି। ଏହାପରଠାରୁ ତାଙ୍କ ଫୋନ୍‌ ସୁଇଚ୍‌ ଅଫ ରହିଥିବାବେଳେ ସେ ଏବେ କେଉଁଠି ତାହାର ସୂଚନା ନାହିଁ । ଦିବ୍ୟରଞ୍ଜନ କାମ କରୁଥିବା ନୂଆଗାଁ ଆଇରନ ଓର୍‌ ମାଇନ୍ସକୁ ପୋଲିସର ଏକ ଟିମ୍‌ ଯାଇ ତଦନ୍ତ କରୁଛନ୍ତି। ଦିବ୍ୟରଞ୍ଜନଙ୍କୁ ଧରିବା ପାଇଁ ପୋଲିସ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛି। ଦିବ୍ୟରଞ୍ଜନ ଧରାପଡ଼ିବା ପରେ ଶୁଭଶ୍ରୀଙ୍କ ମୃତ୍ୟୁ ଉପରୁ ପରଦା ହଟିପାରେ ବୋଲି ଆଲୋଚନା ହେଉଛି। ଯୋଡ଼ା ପୋଲିସ ୧/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଏଭଳି ଅଭିଯୋଗ ପୋଲିସର ଚିନ୍ତା ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri